)
Nuapada Bye-Election: ଭୁବନେଶ୍ୱର: ମୌଳିକ ସମସ୍ୟାକୁ ଛାଡ଼ିଲେ ଦାଦନ ସମସ୍ୟାକୁ ନୂଆପଡ଼ାର ଏକ ପ୍ରମୁଖ ସମସ୍ୟା ଭାବେ ଦେଖାଯାଇଥାଏ। ପ୍ରତି ଘରେ ଏହି ସମସ୍ୟା ଏବେ ମୁଣ୍ଡ ବିନ୍ଧା ପାଲଟିଛି। ନିର୍ବାଚନ ଆସିଲେ ସବୁ ରାଜନୈତିକ ଦଳ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଉପନିର୍ବାଚନ ପାଇଁ ମତଦାନ ତାରିଖ ପାଖେଇ ଆସୁଥିଲେ ହେଁ ଏଯାଏଁ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଇଥିବା ଭୋଟରମାନେ ଫେରିନାହାନ୍ତି | ଜିଲ୍ଲା ପ୍ରଶାସନ ପକ୍ଷରୁ ବି ସେମାନଙ୍କୁ ଫେରାଇ ଆଣିବା ଲାଗି କୌଣସି ପଦକ୍ଷେପ ନିଆଯାଇ ନାହିଁ।
ସାଧାରଣ ନିର୍ବାଚନର ଦେଢ଼ବର୍ଷ ପରେ ନିର୍ବାଚନମଣ୍ଡଳୀ ଉପନିର୍ବାଚନ ଦେଖୁଛି। ଏବେ ନୂଆପଡ଼ା ପୁଣି ବାଛିବ ନୂଆ ନେତା। ଏଥିପାଇଁ ମଇଦାନରେ ଜୋରସୋରରେ ପ୍ରଚାର ଆରମ୍ଭ ହୋଇଗଲାଣି। କିନ୍ତୁ ବିଡ଼ମ୍ବନା, ନିର୍ବାଚନମଣ୍ଡଳୀର ପ୍ରାୟ ୨୦ ହଜାର ଭୋଟର ଏଠାରୁ ଶହଶହ କିଲୋମିଟର ଦୂରରେ। କାରଣ ଦାନା ପାଇଁ ଦାଦନ ଖଟିବାକୁ ଯାଇଛନ୍ତି ଅଧିକାଂଶ ଲୋକ ନିୟମ କହୁଛି ଭୋଟରଙ୍କୁ ଫେରାଇ ଆଣିବା ପ୍ରଶାସନର ଦାୟିତ୍ବ। କିନ୍ତୁ ଆଜି ପର୍ଯ୍ୟନ୍ତ ଆରମ୍ଭ ହୋଇନି ପ୍ରୟାସ ତେଣେ ସବୁ ପ୍ରମୁଖ ପ୍ରାର୍ଥୀଙ୍କ ନଜର ଦାଦନ ଭୋଟରଙ୍କ ଉପରେ। ଫେରିଆସି ଭୋଟ ଦେବାକୁ ସେମାନେ ଏହି ଦାଦନ ଶ୍ରମିକମାନଙ୍କୁ ଅନୁରୋଧ କରୁଛନ୍ତି।
ନୂଆପଡ଼ାର ମୋଟ ଭୋଟର ସଂଖ୍ୟା ହେଲା ୨ ଲକ୍ଷ ୫୩ ହଜାର ୬୨୪। ବହୁ ଭୋଟର ଏବେ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଗୁଜରାଟ ଭଳି ବାହାର ରାଜ୍ୟକୁ ଯାଇଛନ୍ତି। ଗାଁଗୁଡ଼ିକ ଖାଁ ଖାଁ ଲାଗୁଛି। ଘରର ଭେଣ୍ଡିଆ ପୁଅ ଦାଦନ ଯାଇଥିବା ବେଳେ ଘର ଜଗିଛନ୍ତି ବୃଦ୍ଧ ବାପା ମା’। ନୂଆପଡ଼ା ନିର୍ବାଚନମଣ୍ଡଳୀର ନୂଆପଡ଼ା ବ୍ଲକ୍ରେ ୨୮ଟି ପଞ୍ଚାୟତ ଓ କୋମନା ବ୍ଲକ୍ରେ ୩୨ଟି ପଞ୍ଚାୟତ ରହିଛି। ଉଭୟ ବ୍ଲକ୍ରୁ ୨୦ ହଜାରରୁ ଅଧିକ ଭୋଟର ରାଜ୍ୟ ବାହାରେ କାମ କରୁଛନ୍ତି। ଏମାନେ ନ ଆସିଲେ ନିର୍ବାଚନ ପ୍ରଚାର ଜମିଲାଣି। ଯୋଦ୍ଧା ପ୍ରସ୍ତୁତ, ଯୁଦ୍ଧକ୍ଷେତ୍ର ବି ପ୍ରସ୍ତୁତ | ତିନି ପ୍ରମୁଖ ରାଜନୈତିକ ଦଳ ବିଜେପି, ବିଜେଡି ଓ କଂଗ୍ରେସ ନିଜ ନିଜ ରଣନୀତି ପ୍ରସ୍ତୁତ କରିଛନ୍ତି ନୂଆପଡ଼ା ଦଖଲ ପାଇଁ।
ବିଜେଡି ନିଜ ଆସନକୁ ବଞ୍ଚାଇ ରଖିବା ପାଇଁ ମାଳମାଳ ନେତାଙ୍କୁ ନୂଆପଡ଼ା ପଠାଇଛି। ଶାସକ ବିଜେପି ମଧ୍ୟ ମନ୍ତ୍ରୀ, ବିଧାୟକ ଓ ବରିଷ୍ଠ ନେତାଙ୍କୁ ଗାଁ ଗାଁରେ ନିୟୋଜିତ କରିଛି। କଂଗ୍ରେସ ରାଜ୍ୟ ସଭାପତିଙ୍କ ସହ ବିଧାୟକମାନେ ଉପସ୍ଥିତ ରହି ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରୁଛନ୍ତି। ଏସବୁ ଭିତରେ ଦାଦନ ଭୋଟ ନିର୍ଣ୍ଣାୟକ ହେବ ବୋଲି ଆକଳନ କରାଯାଉଛି। ଏବେ ଏହି ସମସ୍ୟା ମଧ୍ୟରେ କେଉଁ ଦଳ ବାଜିମାତ କରିବ, କାହାକୁ ନୂଆପଡ଼ାବାସୀ ସମର୍ଥନ ଜଣାଇବେ ତାହାକୁ ନେଇ ଏବେ ରାଜନୈତିକ ବିଷାରଦମନେ ଅଙ୍କ କଷିବାରେ ଲାଗି ପଡ଼ିଛନ୍ତି।