Advertisement
Article Detail0/zeeodisha/odisha2737656
Zee OdishaOdisha StateBhitarkanika: ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ,ଜାଣନ୍ତୁ ଖୋଲିବ କେବେ ?

Bhitarkanika: ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ,ଜାଣନ୍ତୁ ଖୋଲିବ କେବେ ?

Bhitarkanika: ପର୍ଯ୍ୟଟକଙ୍କ ପାଇଁ ବଡ଼ ଖବର। ଭିତରକନିକା ଜାତୀୟ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ଭିତରକନିକା । ବଉଳା କୁମ୍ଭୀରଙ୍କ ପ୍ରଜନନକୁ ଦୃଷ୍ଟିରେ ରଖି ବନ୍ଦ ନିଷ୍ପତ୍ତି ନିଆଯାଇଛି। 

Bhitarkanika: ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ,ଜାଣନ୍ତୁ ଖୋଲିବ କେବେ ?

Bhitarkanika: ପର୍ଯ୍ୟଟକଙ୍କ ପାଇଁ ବଡ଼ ଖବର। ଭିତରକନିକା ଜାତୀୟ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ଭିତରକନିକା । ବଉଳା କୁମ୍ଭୀରଙ୍କ ପ୍ରଜନନକୁ ଦୃଷ୍ଟିରେ ରଖି ବନ୍ଦ ନିଷ୍ପତ୍ତି ନିଆଯାଇଛି।  କାରଣ  ଏହି ସମୟରେ ପ୍ରଜନନ ପାଇଁ ବଉଳା କୁମ୍ଭୀର ହିଂସ୍ର ହେଉଥିବାରୁ ପର୍ଯ୍ୟଟକମାନଙ୍କୁ ଆକ୍ରମଣ କରିବାର ଆଶଙ୍କା ଥିବାରୁ ବନବିଭାଗ ଭିତରକନିକାକୁ ପର୍ଯ୍ୟଟକ ମାନଙ୍କୁ ବାରଣ କରିଥାଏ । ଏଥିପାଇଁ ପର୍ଯ୍ୟଟକମାନଙ୍କୁ ତିନି ମାସ ପର୍ଯ୍ୟନ୍ତ ଭିତରକନିକାକୁ ବାରଣ କରାଯାଇଥାଏ। ପ୍ରଜନନସ୍ଥଳକୁ ସୁରକ୍ଷା ଦେବା ପାଇଁ ବନ ବିଭାଗ ତରଫରୁ ଏହି ପଦକ୍ଷେପ ନିଆଯାଇଛି। ଏହା ବ୍ୟତୀତ ଏହି ସମୟ ମଧ୍ୟରେ ସ୍ଥାନୀୟ ଗ୍ରାମବାସୀମାନଙ୍କୁ ମଧ୍ୟ ପାର୍କ ଭିତରକୁ ପ୍ରବେଶ କରିବାକୁ ମନା କରାଯାଇଛି।

କେବେଳ ସେତିକି ନୁହେଁ, ଏହି ସମୟରେ ଭିତରକନିକା ଭିତରେ ବୋଟ ଚଳାଚଳ ମଧ୍ୟ କରେ ନାହିଁ। କୁମ୍ଭୀରମାନଙ୍କ ମିଳନ ପ୍ରକ୍ରିୟା ପରେ ମା’ କୁମ୍ଭୀରମାନେ ଅଣ୍ଡାଦାନ କରିଥାନ୍ତି ।  ୨୦୨୪ରେ ଜାତୀୟ ଉଦ୍ୟାନରେ ମୋଟ ୧୧୪ଟି ପ୍ରଜନନ ସ୍ଥାନ ରେକର୍ଡ କରାଯାଇଥିଲା। ଏସିଏଫ ମନସ ଦାସ କହିଛନ୍ତି, “ଜଣେ ମାଆ କୁମ୍ଭୀର ସାଧାରଣତଃ ୫୦ ରୁ ୬୦ଟି ଅଣ୍ଡା ଦେଇଥାଏ ଏବଂ ଅଣ୍ଡା ଫୁଟିବା ପର୍ଯ୍ୟନ୍ତ ସେମାନଙ୍କୁ ରକ୍ଷା କରିଥାଏ।” ଅନ୍ୟପଟେ ଭିତରକନିକା ସଂଲଗ୍ନ ନଦୀକୂଳିଆ ଗ୍ରାମବାସୀ ସତର୍କତାର ସହିତ ନଦୀରେ ଚଳପ୍ରଚଳ ହେବା ପାଇଁ ସୂଚନା ଦେଇଛନ୍ତି ରାଜନଗର ବନଖଣ୍ଡ ଅଧିକାରୀ । ତେବେ ଆସନ୍ତା ଅଗଷ୍ଟ ୧ ତାରିଖରେ ଭିତରକନିକା ଜାତୀୟ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ଖୋଲିବା ନେଇ ସୂଚନା ମିଳିଛି।

Add Zee News as a Preferred Source
About the Author