Advertisement
Article Detail0/zeeodisha/odisha2665361

Odisha News: IPS ସ୍ତରରେ ବଡ଼ ଧରଣର ଅଦଳବଦଳ, ଜଗମୋହନ ମିନାଙ୍କୁ ଭୁବନେଶ୍ୱର ଡିସିପି ଦାୟିତ୍ୱ

Odisha News: ଆଇପିଏସ ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ ହୋଇଛି। ସବୁଠୁ ବଡ଼ କଥା ହେଲା ଏହି ଅଦଳବଦଳରେ କଟକ ଓ ଭୁବନେଶ୍ବର ଡିସିପିଙ୍କୁ ମଧ୍ୟ ବଦଳି କରାଯାଇଛି। ଜଗମୋହନ ମୀନା ହେଲେ ଭୁବନେଶ୍ବର ଡିସିପି।  

Odisha News: IPS ସ୍ତରରେ ବଡ଼ ଧରଣର ଅଦଳବଦଳ, ଜଗମୋହନ ମିନାଙ୍କୁ ଭୁବନେଶ୍ୱର ଡିସିପି ଦାୟିତ୍ୱ

Odisha News: ଆଇପିଏସ ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ ହୋଇଛି। ସବୁଠୁ ବଡ଼ କଥା ହେଲା ଏହି ଅଦଳବଦଳରେ କଟକ ଓ ଭୁବନେଶ୍ବର ଡିସିପିଙ୍କୁ ମଧ୍ୟ ବଦଳି କରାଯାଇଛି। ଜଗମୋହନ ମୀନା ହେଲେ ଭୁବନେଶ୍ବର ଡିସିପି।  ଏବେ ସେ କଟକ ଡିସିପି ଅଛନ୍ତି । କଟକ ଡିସିପି ହେଲେ ଋଷିକେଶ ଖିଲାରୀ। (DCP) ଡିସିପି ପିନାକ ମିଶ୍ରଙ୍କୁ (STF) ଏସଟିଏଫ୍ ଡିଆଇଜି ଭାବେ ବଦଳି କରାଯାଇଛି । ସେହିପରି ଅତିରିକ୍ତ ପୋଲିସ କମିଶନର ଉମାଶଙ୍କର ଦାସ ମଧ୍ୟ ବଦଳିଛନ୍ତି । ତାଙ୍କ ସ୍ଥାନରେ ଅବକାରୀ କମିଶନର ଥିବା ନରସିଂହ ଭୋଳଙ୍କୁ ଦାୟିତ୍ଵ ଦିଆଯାଇଛି। 

ସେହିପରି, ଅଙ୍କିତ କୁମାର ବର୍ମା  ହୋଇଛନ୍ତି ଭୁବନେଶ୍ବର ଅତିରିକ୍ତ ଡିସିପି। ଏହା ପୂର୍ବରୁ ସେ ଜୟପୁର ଏସଡିପିଓ ଥିଲେ । ଅମ୍ରିତ ପାଲ୍ କୌରଙ୍କୁ ଭୁବନେଶ୍ବର ଏ-ଡିସିପି (ADCP)ଦାୟିତ୍ବ ମିଳିଛି । ସେପଟେ, ରାଜ୍ୟ ମାନବାଧିକାର କମିଶନର ସ୍ବତନ୍ତ୍ର ଡିଜି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ଏସ୍‌.ଏମ୍‌. ନରୱାଣେ। ଅତିରିକ୍ତ ପୋଲିସ କମିଶନର ଭାବେ ନରସିଂହ ଭୋଳଙ୍କୁ ଦାୟିତ୍ବ ଦିଆଯାଇଛି। ନରସିଂହ ପୂର୍ବରୁ ଅବକାରୀ କମିଶନର ରହିଥିଲେ। ସାର୍ଥକ ଷଡଙ୍ଗୀଙ୍କୁ ସିଆଇଡି ସିବିର ଆଇଜିପି ଭାବେ ବଦଳି କରାଯାଇଛି। ନୀତି ଶେଖର ହେଲେ ଦକ୍ଷିଣାଞ୍ଚଳ ରେଞ୍ଜ ଆଇଜି।

ଜୟନାରାୟଣ ପଙ୍କଜଙ୍କୁ ଗୁଇନ୍ଦା ବିଭାଗର ଆଇଜିପି ଭାବରେ ନିଯୁକ୍ତି ଦିଆଯାଇଛି। ଆଇଜିପି ଅପରେସନ ରହିଛନ୍ତି ଦୀପକ କୁମାର।  ଉମା ଶଙ୍କର ଦାଶଙ୍କୁ ଗୃହରକ୍ଷୀ ଓ ଅଗ୍ନିଶମ ବିଭାଗ ଡିଆଇଜି ଦାୟିତ୍ବ ଦିଆଯାଇଛି । ଦକ୍ଷିଣ ପଶ୍ଚିମାଞ୍ଚଳ ରେଞ୍ଜ ଡିଆଇଜି ହୋଇଛନ୍ତି ଅଖିଳେଶ୍ବର ସିଂ। ସେହିପରି, ଚରଣ ସିଂ ମୀନାଙ୍କୁ ଡିଆଇଜି ପ୍ରୋଭିଜନିଂ ଭାବେ ବଦଳି କରାଯାଇଛି। 

Add Zee News as a Preferred Source

ଅନ୍ୟପଟେ, କଳାହାଣ୍ଡି  ଏସପି ଅଭିଳାଷ ଜିଙ୍କୁ ବଲାଙ୍ଗୀର ଏସପି ଭାବେ ବଦଳି କରାଯାଇଥିବା ବେଳେ ବୌଦ୍ଧ ଏସପି ନାଗରାଜ ଦେବରକୋଣ୍ଡାଙ୍କୁ କଳାହାଣ୍ଡି ଏସପି କରାଯାଇଛି । କଟକ ରେଲୱେ ଏସପି ରାହୁଲ ଗୋଏଲଙ୍କୁ ବୌଦ୍ଧ ଏସପି ଭାବେ ବଦଳି କରାଯାଇଛି।  ନୂଆପଡା ଏସଡିପିଓ ଅମ୍ରିତ ପାଲ ସିଂ ହେଲେ ଖୋର୍ଦ୍ଧା ଅତିରିକ୍ତ ଏସପି।କେନ୍ଦ୍ରାଞ୍ଚଳ ଆଇଜି ହେଲେ ଏସ୍‌. ପ୍ରବୀଣ କୁମାର। ସିବି-ସିଆଇଡି (CB-CID)ର ଡିଆଇଜି ହେଲେ ବି. ଗଙ୍ଗାଧର। ଦୀପ୍ତେଶ ପଟ୍ଟନାୟକ ପ୍ରିଣ୍ଟିଂ ଷ୍ଟେସନାରୀ ଏବଂ ପବ୍ଲିକେସନ ନିର୍ଦ୍ଦେଶକ କରାଯାଇଛି। ଯତୀନ୍ଦ୍ର କୁମାର କୋଏଲ ହେଲେ ଏଡିଜି HRPC। 

About the Author