Advertisement
Article Detail0/zeeodisha/odisha2688064
Zee OdishaOdisha StateOdisha News: ଆଜିଠୁ ସକାଳୁଆ ସ୍କୁଲ୍,ସାଢେ ୬ ରୁ ସାଢେ ୧୦ଟା ପର୍ଯ୍ୟନ୍ତ ଚାଲିବ ପାଠପଢା

Odisha News: ଆଜିଠୁ ସକାଳୁଆ ସ୍କୁଲ୍,ସାଢେ ୬ ରୁ ସାଢେ ୧୦ଟା ପର୍ଯ୍ୟନ୍ତ ଚାଲିବ ପାଠପଢା

Odisha News: ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର।  ଆଜିଠୁ ସକାଳୁଆ ସ୍କୁଲ। ସକାଳ ୬ଟା ୩୦ରୁ କ୍ଲାସ ଆରମ୍ଭ। ସକାଳ ୬ଟା ୩୦ରୁ ଆରମ୍ଭ ହୋଇ ୧୦ଟା ୩୦ ପର୍ଯ୍ୟନ୍ତ ଚାଲିବ ପାଠପଢା।  

Odisha News: ଆଜିଠୁ ସକାଳୁଆ ସ୍କୁଲ୍,ସାଢେ ୬ ରୁ ସାଢେ ୧୦ଟା ପର୍ଯ୍ୟନ୍ତ ଚାଲିବ ପାଠପଢା

Odisha News: ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର।  ଆଜିଠୁ ସକାଳୁଆ ସ୍କୁଲ। ସକାଳ ୬ଟା ୩୦ରୁ କ୍ଲାସ ଆରମ୍ଭ। ସକାଳ ୬ଟା ୩୦ରୁ ଆରମ୍ଭ ହୋଇ ୧୦ଟା ୩୦ ପର୍ଯ୍ୟନ୍ତ ଚାଲିବ ପାଠପଢା।  ଏହି ନିୟମ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ଲାଗୁ କରିଛନ୍ତି ରାଜ୍ୟ ସରକାର। ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ମଧ୍ୟ ଏକ ବିଜ୍ଞପ୍ତି ଜାରି ହୋଇଛି। ଏଥିସହ ରାଜ୍ୟର ସବୁ ଜିଲ୍ଲାପାଳଙ୍କୁ ବିଭାଗୀୟ ସଚିବ ଚିଠି ଲେଖିଛନ୍ତି। ରାଜ୍ୟରେ ଖରା ବଢୁଥିବାରୁ ଏଭଳି ନିସ୍ପତ୍ତି ନିଆଯାଇଛି। ଖରା ଆରମ୍ଭ ହେବା ପୂର୍ବରୁ ହିଁ କ୍ଲାସ ସାରିବାକୁ ନିଷ୍ପତ୍ତି ହୋଇଛି। ପୂର୍ବରୁ ଏପ୍ରିଲ 2ରୁ ସକାଳୁଆ ସ୍କୁଲ ହେବା ନେଇ ଘୋଷଣା କରିଥିଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ।

ALSO READ : Weather Update: କାଳବୈଶାଖି ବର୍ଷା ସମ୍ଭାବନା, ଏହିସବୁ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି

ALSO READ : Today Horoscope: ଆଜି ବଦଳିବ ଏହିସବୁ ରାଶିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶୁକ୍ରବାର?

Add Zee News as a Preferred Source

ବିଭାଗୀୟ ମନ୍ତ୍ରୀ କହିଛନ୍ତି ଯେ,  ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆସନ୍ତା ଏପ୍ରିଲ ୨ରୁ ସକାଳୁଆ ସ୍କୁଲ ଘୋଷଣା କରିଥିଲେ ରାଜ୍ୟ ସରକାର । ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବଢିବାରେ ଲାଗିଛି । ତେଣୁ ସ୍କୁଲ ସମୟ ପରିବର୍ତ୍ତନ କରିବା ପାଇଁ ସରକାର ଚିନ୍ତା କଲେ । ଶୁକ୍ରବାରଠୁ ସକାଳୁଆ ସ୍କୁଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସକାଳ ୬ଟା ୩୦ ରୁ ୧୦ଟା ୩୦ ପର୍ଯ୍ୟନ୍ତ ସ୍କୁଲ ସମୟ ନିର୍ଘଣ୍ଟ ହୋଇଛି । ଏ-ହା ସହ ସ୍କୁଲରେ ବ୍ୟାପକ ବ୍ୟବସ୍ଥା ହେବ । ସ୍କୁଲରେ ପାନୀୟ ଜଳ, ଓଆରଏସର ବନ୍ଦୋବସ୍ତ କରାଯିବ । ବଢୁଥିବା ତାତି ଯୋଗୁଁ ଛାତ୍ରଛାତ୍ରୀଙ୍କର କୌଣସି ସମସ୍ୟା ନହେବା ପାଇଁ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। 

 

About the Author