Advertisement
Article Detail0/zeeodisha/odisha2687238
Zee OdishaOdisha StateBudget Session: କଂଗ୍ରେସ ବିଧାୟକଙ୍କ ହଟ୍ଟଗୋଳ, ଗୃହ ମୁଲତବୀ

Budget Session: କଂଗ୍ରେସ ବିଧାୟକଙ୍କ ହଟ୍ଟଗୋଳ, ଗୃହ ମୁଲତବୀ

ଭୁବନେଶ୍ୱର: ଗୃହରେ କଂଗ୍ରେସ ବିଧାୟକମାନେ ହଟ୍ଟଗୋଳ ଫଳରେ ଗୃହକୁ ଦିନ ୧୨ଟା ଯାଏ ମୁଲତବୀ କରିଛନ୍ତି ବାଚସ୍ପତି ସୁରମା ପାଢୀ। ଗୃହ କାର୍ଯ୍ୟ ଆରମ୍ଭରୁ ନାରୀ ସୁରକ୍ଷା ପ୍ରସଙ୍ଗରେ କଂଗ୍ରେସ ବିଧାୟକମାନେ ହୁଇସିଲ ମାରି ପ୍ରତିବାଦ କରିଥିଲେ। ପ୍ରବଳ ହଟ୍ଟଗୋଳ ଫଳରେ ବାଚସ୍ପତି ଗୃହକୁ ମୁଲତବୀ ଘୋଷଣା କରିଥିଲେ।  ଆଜି ଗୃହ କାର୍ଯ୍ୟ ଆରମ୍ଭର

Budget Session: କଂଗ୍ରେସ ବିଧାୟକଙ୍କ ହଟ୍ଟଗୋଳ, ଗୃହ ମୁଲତବୀ

Budget Session: ଭୁବନେଶ୍ୱର: ଗୃହରେ କଂଗ୍ରେସ ବିଧାୟକମାନେ ହଟ୍ଟଗୋଳ ଫଳରେ ଗୃହକୁ ଦିନ ୧୨ଟା ଯାଏ ମୁଲତବୀ କରିଛନ୍ତି ବାଚସ୍ପତି ସୁରମା ପାଢୀ। ଗୃହ କାର୍ଯ୍ୟ ଆରମ୍ଭରୁ ନାରୀ ସୁରକ୍ଷା ପ୍ରସଙ୍ଗରେ କଂଗ୍ରେସ ବିଧାୟକମାନେ ହୁଇସିଲ ମାରି ପ୍ରତିବାଦ କରିଥିଲେ। ପ୍ରବଳ ହଟ୍ଟଗୋଳ ଫଳରେ ବାଚସ୍ପତି ଗୃହକୁ ମୁଲତବୀ ଘୋଷଣା କରିଥିଲେ। 

ଆଜି ଗୃହ କାର୍ଯ୍ୟ ଆରମ୍ଭରୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଦିବଂଗତ ବିଧାୟକ ଦେବରାଜ ସେଠୀଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଣିଥିଲେ। ଏହି ପ୍ରସ୍ତାବକୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଓ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ସମର୍ଥନ ଜଣାଇଥିଲେ। ଏହା ପରେ ଗୃହରେ କଂଗ୍ରେସ ମହିଳାଙ୍କ ସୁରକ୍ଷା ପ୍ରସଙ୍ଗ ଉଠାଇ ହଟ୍ଟଗୋଳ ଆରମ୍ଭ କରିଥିଲା। ଏପରିକି ପୋଡିୟମ ତଳେ ମଧ୍ୟ ନାରାବାଜି କରିଥିଲା। ଗୃହରେ ହୁଇସିଲ ବଜାଇ ପ୍ରତିବାଦ କରିଥିଲେ କଂଗ୍ରେସ ବିଧାୟକ। ଏହାକୁବାରଣ କରିବା ସହ ଗୃହର ମର୍ଯ୍ୟାଦା କ୍ଷୁର୍ଣ୍ଣ ହେଉଥିବା ଦର୍ଶାଇ କଂଗ୍ରେସ ବିଧାୟକଙ୍କୁ ତାଗିଦ କରିଥିଲେ ବାଚସ୍ପତି। ମାତ୍ର ବାଚସ୍ପତିଙ୍କ ତାଗିଦକୁ ଅଣଦେଖା କରିବା ସହିତ ବିରୋଧ ଜାରି ରଖିଥିଲେ। ଫଳରେ ଗୃହ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିଲା। ଏଭଳି ସ୍ଥିତିରେ ବାଚସ୍ପତି ଦିନ ୧୨ଟା ଯାଏ ଗୃହକୁ ମୁଲତବୀ ଘୋଷଣା କରିଥିଲା। 

Also Read: Loksabha: ଟି-ସାର୍ଟକୁ ନେଇ ସଂସଦରେ ହଟ୍ଟଗୋଳ, ପ୍ରଶ୍ନୋତ୍ତର କାଳ ବାତିଲ

Add Zee News as a Preferred Source

Also Read: 19th Toshali festival: ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳା ଉଦ୍‍ଘାଟିତ

About the Author