)
Odisha Assembly Day 2: ଗୁରୁବାର ଠାରୁ ବିଧାନସଭା ଶୀତକାଳିନ ଅଧିବେଶନ ଆରମ୍ଭ ହୋଇଛି। ପ୍ରଥମ ଦିନରେ ଦିବଗଂତ ନେତାମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳୀ ଦିଆଯାଇଥିବା ବେଳେ ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁ ଅଭିଭାଷଣ ରଖିଥିଲେ। ଆଜି ଅଧିବେଶନର ଦ୍ବିତୀୟ ଦିନ। ଦ୍ବିତୀୟ ଦିନରେ ବି ଗୃହ ବେଶ୍ ସରଗରମ୍ ରହିବ ବୋଲି ଆଶା କରାଯାଉଛି।
ଆଜି ବିଧାନସଭା ଦ୍ବୀତିୟ ଦିନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୃହରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ୍ (ସପ୍ଲିମେଣ୍ଟାରୀ ବଜେଟ୍) ଉପସ୍ଥାପନ କରିବେ। ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ସରକାର ପ୍ରାୟ ୧୦ ହଜାର କୋଟିରୁ ଅଧିକ ଟଙ୍କାର ଅତିରିକ୍ତ ବଜେଟ୍ ଆଣିବେ ବୋଲି ଜଣାପଡିଛି।
ତେବେ,ପ୍ରଥମ ଦିନ ବିଧାନସଭାରେ ରାଷ୍ଟ୍ରପତିଙ୍କ ଉଦବୋଧନରେ ନେଇ ଶେଷ ହୋଇଥିବା ବେଳେ ଆଜି ଅଧିବେଶନ ଆରମ୍ଭରୁ ବିଭିନ୍ନ ପ୍ରସଙ୍ଗକୁ ନେଇ ବିଜେଡି ଓ କଂଗ୍ରେସ୍ ସରକାରଙ୍କୁ ଘେରିବା ସହ ଗୃହରେ ହଟ୍ଟଗୋଳ କରିବାର ସମ୍ଭାବନା ରହିଛି। ଫଳରେ ଗୃହକାର୍ଯ୍ୟ ବାଧାପ୍ରାପ୍ତ ହେବା ସହିତ ପ୍ରଶ୍ନୋତ୍ତର ଓ ଶୂନ୍ୟ କାଳରେ ସ୍ବାଭାବିକ ହୋଇପାରିବ କି ନାହିଁ ସନ୍ଦେହ ରହିଛି। ନାରୀ ନିର୍ଯ୍ୟାତନା , ଆଇନ ଶୃଙ୍ଖଳା ପରିସ୍ଥିତି ଓ ଚାଷୀଙ୍କ ସମସ୍ୟା ନେଇ ବିରୋଧି ପ୍ରଶ୍ନ ଉଠାଇବେ ବୋଲି ପୂର୍ବରୁ ସୂଚନା ଦଇସାରିଛନ୍ତି।