ଭୁବନେଶ୍ୱର: ରାଜ୍ୟ ବିଧାନସଭାରେ ଆଜି ବି ଅଚଳାବସ୍ଥା ରହିବା ଆଶଙ୍କା ରହିଛି। ନିଲମ୍ବିତ କଂଗ୍ରେସ ବିଧାୟକମାନେ ବିଧାନସଭାରେ ବାହାରେ ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତି ତଳେ ପ୍ରତିବାଦ କରିବା କାର୍ଯ୍ୟକ୍ରମ ଥିବା ବେଳେ ନିଲମ୍ବିତ ହୋଇ ନଥିବା ଦୁଇ ବିଧାୟକ ପୁଣିଥରେ ନିଜ ଦାବିରେ ଅଟଳ ରହିବେ ବୋଲି କହିଛନ୍ତି।
Trending Photos
)
ଭୁବନେଶ୍ୱର: ରାଜ୍ୟ ବିଧାନସଭାରେ ଆଜି ବି ଅଚଳାବସ୍ଥା ରହିବା ଆଶଙ୍କା ରହିଛି। ନିଲମ୍ବିତ କଂଗ୍ରେସ ବିଧାୟକମାନେ ବିଧାନସଭାରେ ବାହାରେ ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତି ତଳେ ପ୍ରତିବାଦ କରିବା କାର୍ଯ୍ୟକ୍ରମ ଥିବା ବେଳେ ନିଲମ୍ବିତ ହୋଇ ନଥିବା ଦୁଇ ବିଧାୟକ ପୁଣିଥରେ ନିଜ ଦାବିରେ ଅଟଳ ରହିବେ ବୋଲି କହିଛନ୍ତି।
ରାଜ୍ୟରେ ବଢ଼ୁଥିବା ମହିଳା ନିର୍ଯାତନା ଏବଂ ଆଦିବାସୀ ହଷ୍ଟେଲ୍ଗୁଡ଼ିକରେ ଛାତ୍ରୀଙ୍କୁ ବଳାତ୍କାର ଘଟଣାକୁ କେନ୍ଦ୍ର କରି କଂଗ୍ରେସ ବିଧାୟକମାନେ ବିରୋଧ ଜାରି ରଖିଛନ୍ତି। ଗୃହରେ ହଟ୍ଟଗୋଳ ଓ ବିଶୃଙ୍ଖଳା ତଥା ଗୃହ କାର୍ଯ୍ୟରେ ବାଧା ଆଣୁଥିବା ଅଭିଯୋଗରେ ଦୁଇ ଜଣ ବିଧାୟକଙ୍କୁ ଛାଡ଼ି ଗତକାଲି ୧୨ ଜଣ କଂଗ୍ରେସ ବିଧାୟକଙ୍କୁ ନିଲମ୍ବନ କରାଯାଇଥିଲା। ଏହି ଦୁଇ ବିଧାୟକ ଗତକାଲି ଗୃହରେ ଉପସ୍ଥିତ ନଥିବା ବେଳେ ନିଲମ୍ବନ ଆଦେଶ ପ୍ରଦାନ କରାଯାଇଥିଲା।
ନିଲମ୍ବନ କରେ ସମସ୍ତ ୧୪ ଜଣ ବିଧାୟକ ଗୃହରେ ରାତି ଦୁଇଟା ଯାଏ ରହିଥିଲେ। ପରେ ପୁଲିସ ଓ ସୁରକ୍ଷା କର୍ମୀ ଦ୍ୱାରା ସେମାନଙ୍କୁ ବାହାରକୁ ଅଣାଯାଇଥିଲା। ରାତିରେ ସେମାନଙ୍କ ଖାଇବା ଓ ଶୌଚାଳୟ ଯିବାକୁ ବାରଣ କରାଯାଇଥିଲା ବୋଲି ଅଭିଯୋଗ ହୋଇଛି। ସେମାନେ ରାତିରେ ଗୃହରେ ଥିବା ସମୟରେ ମଧ୍ୟ କିଛି ବିଧାୟକ ଭିଡିଓ ଉତ୍ତୋଳନ କରି ଗଣମାଧ୍ୟମକୁ ପଠାଇଥିଲେ।
ଏହାପରେ ଏହି କଂଗ୍ରେସ ବିଧାୟକ ଓ ଅନ୍ୟ କର୍ମୀମାନେ ମହାତ୍ମା ଗାନ୍ଧି ମାର୍ଗରେ ଧାରଣା ଦେଇଥିଲେ। ଆଜି ସକାଳେ କଂଗ୍ରେସ ରାଜ୍ୟ ସଭାପତି ଭକ୍ତଚରଣ ଦାସ ସେମାନଙ୍କ ସହ ଯୋଗ ଦେଇ ରାଜ୍ୟ ସରକାରଙ୍କୁ ନିନ୍ଦା କରିଛନ୍ତି। ରାଜ୍ୟରେ ୪୪ ହଜାର ୮୨୩ଜଣ ମହିଳା ନିଖୋଜ ରହିଛନ୍ତି। ୧୬୦୦ରୁ ଅଧିକ ମହିଳା ନିର୍ଯାତନାର ଶିକାର ହୋଇଥିବା ବେଳେ ୫୯ ଝିଅ ହଷ୍ଟେଲ୍ରେ ନିର୍ଯାତନାର ଶିକାର ହୋଇଛନ୍ତି। ଏମାନଙ୍କ ସ୍ୱାର୍ଥ ବଡ଼ ନା ଦୈନିକ ଖର୍ଚ୍ଚ ହେଉଥିବା ୭୦ ଲକ୍ଷ ଟଙ୍କା ବଡ଼ ବୋଲି ଶ୍ରୀ ଦାସ ପ୍ରଶ୍ନ କରିଛନ୍ତି। ଅପରପକ୍ଷେ ଆଜି ସକାଳେ ଧାରଣା ନିରନ୍ତର ରହିବ। ମହାତ୍ମା ଗାନ୍ଧିଙ୍କ ପ୍ର୍ରତିମୂର୍ତ୍ତି ତଳେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଭବାନୀ ପାଟଣା ବିଧାୟକ କହିଛନ୍ତି।