Advertisement
Article Detail0/zeeodisha/odisha2675323
Zee OdishaOdisha StateOdisha Assembly: ଆଜି ବିଧାନସଭାରେ ଉଠିପାରେ ‘ଜୟନାରାୟଣ’ ପ୍ରସଙ୍ଗ

Odisha Assembly: ଆଜି ବିଧାନସଭାରେ ଉଠିପାରେ ‘ଜୟନାରାୟଣ’ ପ୍ରସଙ୍ଗ

ଭୁବନେଶ୍ୱର: ଆଜି ରାଜ୍ୟ ବିଧାନସଭାରେ ବିଜେପି ନେତା ଜୟ ନାରାୟଣ ମିଶ୍ରଙ୍କୁ ନେଇ ପରିସ୍ଥିତି ଅଡ଼ୁଆ ହୋଇପାରେ। ବନ୍ଦେ ଉତ୍କଳ ଜନନୀକୁ ଅସମ୍ମାନ ଏବଂ ଓଡ଼ିଶାରେ ମିଶ୍ରଣ ଆମର ଐତିହାସିକ ଭୁଲ ବୋଲି କହିଥିବା ବିଜେପି ନେତା ଜୟ ନାରାୟଣଙ୍କ ନେଇ ବିରୋଧୀ ଦଳ ଆଜି ବିଧାନସଭାର ଗୃହ ଭିତରେ ସରକାରଙ୍କୁ ଘରିପାରେ। ’ଓଡ଼ିଆ ଅସ୍ମିତା’ର ନାରା ଦେଇ ଶାସ

Odisha Assembly: ଆଜି ବିଧାନସଭାରେ ଉଠିପାରେ ‘ଜୟନାରାୟଣ’ ପ୍ରସଙ୍ଗ

Odisha Assembly:ଭୁବନେଶ୍ୱର: ଆଜି ରାଜ୍ୟ ବିଧାନସଭାରେ ବିଜେପି ନେତା ଜୟ ନାରାୟଣ ମିଶ୍ରଙ୍କୁ ନେଇ ପରିସ୍ଥିତି ଅଡ଼ୁଆ ହୋଇପାରେ। ବନ୍ଦେ ଉତ୍କଳ ଜନନୀକୁ ଅସମ୍ମାନ ଏବଂ ଓଡ଼ିଶାରେ ମିଶ୍ରଣ ଆମର ଐତିହାସିକ ଭୁଲ ବୋଲି କହିଥିବା ବିଜେପି ନେତା ଜୟ ନାରାୟଣଙ୍କ ନେଇ ବିରୋଧୀ ଦଳ ଆଜି ବିଧାନସଭାର ଗୃହ ଭିତରେ ସରକାରଙ୍କୁ ଘରିପାରେ। ’ଓଡ଼ିଆ ଅସ୍ମିତା’ର ନାରା ଦେଇ ଶାସନକୁ ଆସିଥିବା ବିଜେପି ଲାଗି ଏହା ଏକ ଅଚଳାବସ୍ଥା ସୃଷ୍ଟି କରିପାରେ। ଅର୍ଥାତ୍‍ ଆଇନଶୃଙ୍ଖଳା ପରିସ୍ଥିତି, ବିଜୁଙ୍କୁ ଅସମ୍ମାନ ପରେ ଆଜି ବିଧାନସଭାର କାର୍ଯ୍ୟ ‘ଜୟନାରାୟଣ’ଙ୍କୁ ନେଇ ଅଚଳ ହୋବାର ଆଶଙ୍କା ରହିଛି। 

ପାଞ୍ଚ ଥର ବିଧାନସଭାକୁ ନିର୍ବାଚିତ ହୋଇଥିବା ଜୟ ନାରାୟଣ ରାଜ୍ୟର ମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। କିନ୍ତୁ ବିଭିନ୍ନ ସମୟରେ ସେ ଦେଇଥିବେ ମନ୍ତବ୍ୟ ସାରା ରାଜ୍ୟକୁ ଆଘାତ କରିଛି। ଏହାସବୁ ସୀମା ଡେଇଁଥିଲା ଯେତେବଳେ ଜୟ ନାରାୟଣ ସମ୍ବଲପୁରଠାରେ ସୁଭଦ୍ରା ଅର୍ଥ ବଣ୍ଟନ ସମାବେଶରେ ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତକୁ ବିରୋଧ କରି ସଙ୍ଗୀତ ପରିବେଷଣ ସମୟରେ ଠିଆ ହୋଇ ନଥିଲେ। ପରେ ସଭାକୁ ଉଦବୋଧନ ଦେଇ ଶ୍ରୀ ମିଶ୍ର କାହିଁକି ଜୟ ଉତ୍କଳ ବୋଲି କହିବୁ ବୋଲି ପ୍ରଶ୍ନ କରିଥିଲେ। ଉତ୍କଳ, କଳିଙ୍ଗ ଓ କୋଶଳ ମିଶି ଓଡ଼ିଶା ହୋଇଛି। କିନ୍ତୁ କେବଳ ଉତ୍କଳର ଜୟକାର କରିବାକୁ ସେ ଅମଙ୍ଗ ହୋଇଥିଲେ। ଏପରିକି ‘ଓଡ଼ିଶା ସହ ମିଶିବା ଏକ ଐତିହାସିକ ଭୁଲ୍‍ ବୋଲି ବି କହିଥିଲେ ଜୟ ନାରାୟଣ। 

ଜୟ ନାରାୟଣଙ୍କ ଏହି ମନ୍ତବ୍ୟ ଶୁକ୍ରବାରଠାରୁ ରାଜ୍ୟ ଗଣମାଧ୍ୟମ ଓ ରାଜନୀତିକ ଦଳ ମାନଙ୍କ ମଧ୍ୟ ଆଲୋଚନା ହେଉଛି। ଆଜି ଏ ପ୍ରସଙ୍ଗକୁ ନେଇ ବିଧାନସଭାରେ ବିରୋଧୀ ଦଳ ପ୍ରସଙ୍ଗ କରିପାରନ୍ତି। ମନ୍ତ୍ରୀ ହେବା ଲୋଭରେ ଜୟ ନାରାୟଣ ଏପରି ବୟାନ ଦେଉଛନ୍ତି ବୋଲି ଚର୍ଚ୍ଚା ହେଉଛି। 

Add Zee News as a Preferred Source

ଜୟନାରାୟଣଙ୍କ କ୍ୟାରିୟରକୁ ଦେଖିଲେ ସେ ଜଣେ ଟାଣୁଆ ନେତା ଭାବେ ପରିଚିତ। ୨୦୦୦ ମସିହାରୁ ସମ୍ବଲପୁରକୁ ପ୍ରତିନିଧିତ୍ୱ କରି ଆସୁଛନ୍ତି।  ମଝିରେ ୨୦୧୪ରୁ ୨୦୧୯ ଯାଏ ତାଙ୍କଠାରୁ ସମ୍ବଲପୁର ଆସନକୁ ବିଜେଡି ବିଧାୟକ ରାସେଶ୍ୱରୀ ପାଣିୀଗ୍ରାହୀ ଛଡ଼ାଇ ନେଇଥିଲେ। କିନ୍ତୁ ୨୦୧୯ରୁ ପୁଣିଥରେ ସେ ଲଗାତାର ଦୁଇଥର ନପିର୍ବାଚିତ ହୋଇ ବିଧାନସଭାରେ ୫ ଥର ନିର୍ବାଚିତ ହୋଇଥିବା ବିଧାୟକ ଭାବେ ପରିଚୟ ହାସଲ କରିଛନ୍ତି। ନିଜର ବଳିଷ୍ଠ ଯୁକ୍ତି, ସ୍ପଷ୍ଟ ବିଚାରଧାରା ପାଇଁ ସେ ପରିଚିତ। ରାଜ୍ୟରେ ମନ୍ତ୍ରୀ ବି ରହିଛନ୍ତି। କିନ୍ତୁ ଏବେ ବିଜେପିର ଅଲୋଡ଼ା ବୟସ୍କ ଭଳି ତାଙ୍କ ଅବସ୍ଥା। ଗତ ବିଧାନସଭାରେ ସେ ବିରୋଧୀ ଦଳ ନେତା ହେବା କଥା କିନ୍ତୁ ତାଙ୍କୁ ଦଳ ଅଣଦେଖା କରିଥିଲା। ୨୦୨୪ ନିର୍ବାଚନରେ ତାଙ୍କୁ ଟିକେଟ ମିଳିବ ନା ନାହିଁ ସେ ସନ୍ଦେହ ଉପୁଜିଲା। ହେଲେ ଜୟ ନାରାୟଣ ଟିକେଟ ନେଲେ ଓ ଶରୀର ଅସୁସ୍ଥ ଥାଇ ମଧ୍ୟ ଜିତିଲେ। ହେଲେ ତାଙ୍କୁ ମନ୍ତ୍ରୀପଦଟିଏ ମିଳିଲା ନାହିଁ। ସାତ ସାନ ବିଧାୟକ ରାଜ୍ୟ୍ୟର ମନ୍ତ୍ରୀ ହେଲେ କିନ୍ତୁ ମୁଖ୍ୟମନ୍ତ୍ରୀ ହେବା ପାଇଁ କ୍ଷମତା ରଖିଥିବା ଜୟନାରାୟଣ କ୍ଷମତା ଅଳିନ୍ଦର ବାହାରେ ରହିଛନ୍ତି। 

ହେଲେ ଶାସକ ଦଳରେ ଏପରି କ୍ଷମତା ଯୁଦ୍ଧ ଦଳକୁ ଅଡ଼ୁଆରେ ପକାଇବାକୁ ଯାଉଛି। ଦୀର୍ଘ ଦିନ ହେଲା ରାଜ୍ୟରେ ୬ ମନ୍ତ୍ରୀଙ୍କ ନାମ ଘୋଷଣା ହୋଇପାରୁ ନାହିଁ। ଅନେକ ମନ୍ତ୍ରୀଙ୍କ କାର୍ଯ୍ୟଦକ୍ଷତାକୁ ଦେଖି ରାଜ୍ୟର ବିଭିନ୍ନ ସ୍ତରରେ ସମାଲୋଚନା ଦେଖିବାକୁ ମିଳୁଛି। ଏବେ ବିରୋଧୀ ଦଳର ପ୍ରଶ୍ନ ବାଣକୁ କିପରି ଶାସକ ସମ୍ମୁଖୀନ ହେବା ତାହାକୁ ଅପେକ୍ଷା? ଅପରପକ୍ଷେ ଜୟ ନାରାୟଣଙ୍କ ପ୍ରସଙ୍ଗ ସରକାରଙ୍କୁ ଆଇନ ଶୃଙ୍ଖଳା ପ୍ରସଙ୍ଗରେ କଂଗ୍ରେସର ସମାଲୋଚନାକୁ ପ୍ରଶମିତ ବି କରିପାରେ ବୋଲି ଚର୍ଚ୍ଚା ହେଉଛି।

About the Author