Advertisement
Article Detail0/zeeodisha/odisha2740036
Zee OdishaOdisha StateOdisha News: ବର୍ଷ ପୂର୍ତ୍ତିରେ ଉତ୍ସବ ପାଳିବାକୁ ସରକାର କରୁଛନ୍ତି ଜୋରଦାର ପ୍ରସ୍ତୁତି

Odisha News: ବର୍ଷ ପୂର୍ତ୍ତିରେ ଉତ୍ସବ ପାଳିବାକୁ ସରକାର କରୁଛନ୍ତି ଜୋରଦାର ପ୍ରସ୍ତୁତି

Odisha News: ରାଜ୍ୟ ସରକାର ପ୍ରଥମ ବର୍ଷପୂର୍ତ୍ତିକୁ ଜୋରଦାର ପାଳନ କରିବାକୁ ଯୋଜନା କରିଛନ୍ତି। ଏଥିଲାଗି ରାଜ୍ୟର ପ୍ରତି ସହରାଞ୍ଚଳରେ ବିଶେଷ ପ୍ରଦର୍ଶନୀ ଓ ପ୍ରଚାର କରାଯିବ। ବିରୋ଼ଧୀ ଦଳ ଯେମିତି ସରକାରଙ୍କୁ ଚାଚ୍ଛଲ୍ୟ କଲେ ତାର ଜବାବ ଏହି ପ୍ରଦର୍ଶନୀ ମାଧ୍ୟମରେ ମିଳିପାରିବ ସେଥିଲାଗି ଏ ବ୍ୟବସ୍ଥା କରାଯାଉଛି। 

ବର୍ଷ ପୂର୍ତ୍ତିରେ ଉତ୍ସବ ପାଳିବାକୁ ସରକାର କରୁଛନ୍ତି ଜୋରଦାର ପ୍ରସ୍ତୁତି
ବର୍ଷ ପୂର୍ତ୍ତିରେ ଉତ୍ସବ ପାଳିବାକୁ ସରକାର କରୁଛନ୍ତି ଜୋରଦାର ପ୍ରସ୍ତୁତି

ଭୁବନେଶ୍ୱର: ରାଜ୍ୟ ସରକାର ପ୍ରଥମ ବର୍ଷପୂର୍ତ୍ତିକୁ ଜୋରଦାର ପାଳନ କରିବାକୁ ଯୋଜନା କରିଛନ୍ତି। ଏଥିଲାଗି ରାଜ୍ୟର ପ୍ରତି ସହରାଞ୍ଚଳରେ ବିଶେଷ ପ୍ରଦର୍ଶନୀ ଓ ପ୍ରଚାର କରାଯିବ। ବିରୋ଼ଧୀ ଦଳ ଯେମିତି ସରକାରଙ୍କୁ ଚାଚ୍ଛଲ୍ୟ କଲେ ତାର ଜବାବ ଏହି ପ୍ରଦର୍ଶନୀ ମାଧ୍ୟମରେ ମିଳିପାରିବ ସେଥିଲାଗି ଏ ବ୍ୟବସ୍ଥା କରାଯାଉଛି। ଆଉ ଏହି ଯୋଜନାର ସୂତ୍ରଧର ହୋଇଛନ୍ତି ସରକାରଙ୍କ ନଗର ଉନ୍ନୟନ ସଚିବ ଉଷା ପାଢ଼ୀ। 

ଯଦିଓ ଜୁନ୍‍ ୧୨ ତାରିଖରେ ସରକାରଙ୍କୁ ବର୍ଷେ ପୂରିବ କିନ୍ତୁ ଆଜିଠାରୁ ବିଭିନ୍ନ ବିଭାଗର ସଫଳତାକୁ କିପରି ବ୍ୟାଖ୍ୟାନ କରାଯିବ ତାହାର ଦାୟିତ୍ୱ ଶ୍ରୀମତୀ ପାଢ଼ୀଙ୍କୁ ପ୍ରଦାନ କରାଯାଇଛି। ବିଜେପି ସରକାର ଆସିବା ପରେ ସାଧାରଣ ଜୀବନରେ କିପରିବ ପରିବର୍ତ୍ତନ ହୋଇଛି ତାହାକୁ ଜନସାଧାରଣଙ୍କ ପାଖରେ ପହଞ୍ଚାଇବା ଲାଗି ଏଥିରେ ଉଦ୍ୟମ ହେବ। ଏହି ପରିପ୍ରେକ୍ଷୀରେ ପ୍ରଥମ ପ୍ରସ୍ତୁତି ବୈଠକ ଆଜି ଅନୁଷ୍ଠିତ ହୋଇଥିଲା।  ଏଥିରେ ବର୍ଷପୂର୍ତ୍ତି ଉତ୍ସବକୁ ଅର୍ଥପୂର୍ଣ୍ଣ, ଅର୍ନ୍ତଭୁକ୍ତି ଓ ପ୍ରଭାବଶାଳୀ ଭାବେ ଆୟୋଜନ କରିବା ଆବଶ୍ୟକତା ଉପରେ ସେ ଜୋର ଦେଇଛନ୍ତି। ସରକାରଙ୍କ ଏକ ବର୍ଷର ସଫଳତା ବିବରଣୀ ଏହି ଅବସରରେ ରାଜ୍ୟବାସୀଙ୍କ ସମ୍ମୁଖରେ ଉପସ୍ଥାପନ କରିବାକୁ ପରାମର୍ଶ ଦେଇଥିଲେ।

ଜନସାଧାରଣ ସମ୍ପର୍କ କାର୍ଯ୍ୟକ୍ରମରେ ସମସ୍ତ ୧୧୫ ଅର୍ବନ୍ ଲୋକାଲ ବଡି (ULB), RTO ଅଞ୍ଚଳ ଓ ବନ୍ଦର କ୍ଷେତ୍ରରେ ଉନ୍ନତି  ପ୍ରଭୃତି ବିଷୟରେ ଅବଗତ କରିବା। ପ୍ରଦର୍ଶନୀ ଓ ମଲ୍ଟିମିଡିଆ ଅଭିଯାନ ମାଧ୍ୟମରେ ସଫଳ କାହାଣୀ ଓ ନବଚେତନାତ୍ମକ ପ୍ରୟାସଗୁଡିକୁ ପ୍ରଦର୍ଶନ କରାଯିବ। କାର୍ଯ୍ୟକାରୀ କରାଯାଇଥିବା ପ୍ରକଳ୍ପଗୁଡିକ ଗୁଡିକର ଲୋକାର୍ପଣ ଓ ଶିଳାନ୍ୟାସ ,ଭିଜୁଆଲ୍ ଓ ଡକ୍ୟୁମେଣ୍ଟେସନ୍ ପ୍ରସ୍ତୁତି ହେବ।   

Add Zee News as a Preferred Source

ଘର, ସ୍ୱଚ୍ଛତା, ପରିବହନ ଓ ସହରାଞ୍ଚଳ ବିକାଶ ଉପରେ ଅଧିକ ଗୁରୁତ୍ୱ।.ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସମ୍ମାନିତ କରୁଥିବା ଅନୁଷ୍ଠାନ ଓ ବିଭିନ୍ନ କ୍ଷେତ୍ରରେ ଅବଦାନ ରଖିଥିବା ବ୍ୟକ୍ତି ମାନଙ୍କୁ ସମ୍ମାନିତ କରିବା ପାଇଁ ମଧ୍ୟ ଏହି କାର୍ଯ୍ୟକ୍ରମର ଅଂଶ ହେବ। ଶ୍ରୀମତୀ ପାଢ଼ୀ  ବିଭାଗ ଅନୁଯାୟୀ କାର୍ଯ୍ୟ ଯୋଜନା ପ୍ରସ୍ତୁତି ଓ ସମସ୍ତ କାର୍ଯ୍ୟକ୍ରମରେ ସର୍ବାଧିକ ଜନସାଧାରଣ ଭାଗୀଦାରୀ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଉତ୍ସବ ଏକ  ନାଗରିକ କୈନ୍ଦ୍ରିକ ଏବଂ ଗଣତାନ୍ତ୍ରିକ ଶାସନର ପ୍ରତିବିମ୍ବ ଭାବେ ଆୟୋଜିତ କରାଯିବ ।

 ବୈଠକରେ ଏକ ସଂପୂର୍ଣ୍ଣ କାର୍ଯ୍ୟକ୍ରମ କ୍ୟାଲେଣ୍ଡର ତିଆରି କରିବା ଏବଂ ଏହି ଉତ୍ସବର ସଫଳତା ପାଇଁ ସମସ୍ତ ବିଭାଗ ଓ ସହଯୋଗୀଙ୍କ ମଧ୍ୟରେ ଘନିଷ୍ଠ ସମନ୍ୱୟ ରଖିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି।

About the Author