Advertisement
Article Detail0/zeeodisha/odisha2776173
Zee OdishaOdisha StateCabinet Meeting: ଆଜି ନୂଆ ଢାଞ୍ଚାରେ କ୍ୟାବିନେଟ୍ ବୈଠକ

Cabinet Meeting: ଆଜି ନୂଆ ଢାଞ୍ଚାରେ କ୍ୟାବିନେଟ୍ ବୈଠକ

Cabinet Meeting: ଆଜି ନୂଆ ଢାଞ୍ଚାରେ ବସିବ କ୍ୟାବିନେଟ୍ ବୈଠକ।  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅପରାହ୍ନ ୫ଟାରେ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହେବ।  

Cabinet Meeting: ଆଜି ନୂଆ ଢାଞ୍ଚାରେ କ୍ୟାବିନେଟ୍ ବୈଠକ

Cabinet Meeting: ଆଜି ନୂଆ ଢାଞ୍ଚାରେ ବସିବ କ୍ୟାବିନେଟ୍ ବୈଠକ।  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅପରାହ୍ନ ୫ଟାରେ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହେବ।  ସରକାରଙ୍କ ନିସ୍ପତ୍ତି ଅନୁସାରେ,  ଏଥର ବୈଠକ ଭିନ୍ନ ଢଙ୍ଗରେ ବସିବ।  କ୍ୟାବିନେଟ୍ ବୈଠକରେ ମୁଖ୍ୟମାନଙ୍କର ଗୁରୁତ୍ବ ବଢିବ।  ଅଫିସରଙ୍କ କ୍ଷମତାକୁ ଗୌଣ କରାଯିବ। ମୁଖ୍ୟ ଶାସନ ସଚିବଙ୍କ ଛାଡିଦେଲେ ଅନ୍ୟ କୌଣସି ସଚିବ ବୈଠକରେ ଉପସ୍ଥିତ ରହିବେ ନାହିଁ।

 

ଆବଶ୍ୟକ ପଡିଲେ ସଚିବଙ୍କୁ କକ୍ଷକୁ ଡକାଯିବ। ବିଭାଗର ପ୍ରସ୍ତାବ, ନିସ୍ପତ୍ତି ଓ ଏହାର ଉଦ୍ୟେଶ୍ୟ ନେଇ ମନ୍ତ୍ରୀ ରଖିବେ ଉପସ୍ଥାପନା। ପୂର୍ବ ସରକାର ସମୟରେ ମନ୍ତ୍ରୀଙ୍କ ତୁଳନାରେ ଅଫିସରଙ୍କ ଗୁରୁତ୍ବ ଅଧିକ ଥିଲା।  ମାତ୍ର ରାଜ୍ୟରେ ସରକାର ବଦଳିବା ପରେ ଢାଞ୍ଚା ବଦଳୁଛି।  ମୋହନ ସରକାରରେ ଅଫିସରଙ୍କ ତୁଳନାରେ ନିର୍ବାଚିତ ଜନ ପ୍ରତିନିଧିଙ୍କ ଗୁରୁତ୍ବ ବଢୁଛୁ। ଦିନ କେଇଟା ପରେ ରାଜ୍ୟସରକାରଙ୍କ ପୂର୍ତ୍ତୀ ହେବ। ତେଣୁ କ୍ୟାବିନେଟ୍ ରେ କିଛି ବଡ଼ ନିସ୍ପତ୍ତି ନେଇପାରନ୍ତି ସରକାର। 

Add Zee News as a Preferred Source

 

About the Author