Advertisement
Article Detail0/zeeodisha/odisha2778330
Zee OdishaOdisha StateOdisha News: ଶୀତଳ ଷଷ୍ଠୀ ଯାତ୍ରା ପାଇଁ ୫୦ ଲକ୍ଷ ଟଙ୍କାର ଆର୍ଥୀକ ଅନୁଦାନ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Odisha News: ଶୀତଳ ଷଷ୍ଠୀ ଯାତ୍ରା ପାଇଁ ୫୦ ଲକ୍ଷ ଟଙ୍କାର ଆର୍ଥୀକ ଅନୁଦାନ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Odisha News: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କ ବିବାହକୁ ନେଇ ପାଳନ କରଯାଉଥିବା ଏହି ପବିତ୍ର ପର୍ବ ଶୀତଳ ଷଷ୍ଠୀ ଯାତ୍ରାର ପ୍ରଚାର ପ୍ରସାର ପାଇଁ ୫୦ ଲକ୍ଷ ଟଙ୍କାର ଆର୍ଥିକ ଅନୁଦାନ ଘୋଷଣା କରିଛନ୍ତି।

 

ଶୀତଳ ଷଷ୍ଠୀ ଯାତ୍ରା ପାଇଁ ୫୦ ଲକ୍ଷ ଟଙ୍କାର ଆର୍ଥୀକ ଅନୁଦାନ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଶୀତଳ ଷଷ୍ଠୀ ଯାତ୍ରା ପାଇଁ ୫୦ ଲକ୍ଷ ଟଙ୍କାର ଆର୍ଥୀକ ଅନୁଦାନ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Sital Sasthi Festival 2025: ଜ୍ୟୈଷ୍ଠ ଶୁକ୍ଳ ପଞ୍ଚମୀ ତିଥିରେ ମାତା ପାର୍ବତୀ ଓ ଭଗବାନ ଶିବ ଶଙ୍କରଙ୍କର ବିବାହ ଉତ୍ସବ ଏବଂ ତା’ପରଦିନ ଶୀତଳ ଷଷ୍ଠୀ ଯାତ୍ରା ପାଳନ କରାଯାଏ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କ ବିବାହକୁ ନେଇ ପାଳନ କରଯାଉଥିବା ଏହି ପବିତ୍ର ପର୍ବ ଶୀତଳ ଷଷ୍ଠୀ ଯାତ୍ରାର ପ୍ରଚାର ପ୍ରସାର ପାଇଁ ୫୦ ଲକ୍ଷ ଟଙ୍କାର ଆର୍ଥିକ ଅନୁଦାନ ଘୋଷଣା କରିଛନ୍ତି।

ଏହି ଆର୍ଥୀକ ଅନୁଦାନ ଲକ୍ଷ୍ୟ ହେଉଛି ଶୀତଳ ଷଷ୍ଠୀ ଯାତ୍ରାକୁ ଅଧିକ ବିସ୍ତୃତ କରିବା ଏବଂ ସାଂସ୍କୃତିକ ପ୍ରସାରକୁ ବୃଦ୍ଧି କରିବା। ଅପାର ଭକ୍ତି ଏବଂ ଉତ୍ସାହର ସହିତ ପାଳିତ ଶୀତଳ ଷଷ୍ଠୀ ଯାତ୍ରା ଓଡ଼ିଶାରେ ଗଭୀର ଗୁରୁତ୍ୱ ବହନ କରେ।

ସୋସିଆଲ ମିଡିଆ ପ୍ଲାଚଫର୍ମ X ର ଏକ ପୋଷ୍ଟ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଏହାର ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନିଜ ପୋଷ୍ଟରେ ଲେଖିଛନ୍ତି, 'ଶୀତଳ ଷଷ୍ଠୀ ଯାତ୍ରା' ଆମ ସଂସ୍କୃତି, ପରମ୍ପରାର ଅନନ୍ୟ ବାର୍ତ୍ତାବହ। ଦେବ ଦେବ ମହାଦେବ ଓ ମାତା ପାର୍ବତୀଙ୍କ ବିବାହ ଉତ୍ସବ ଐତିହ୍ୟ ସମ୍ପନ୍ନ 'ଶୀତଳ ଷଷ୍ଠୀ' ଯାତ୍ରାକୁ ଆହୁରି ଭବ୍ୟ କରିବା ସହ ଏହାର ପ୍ରଚାର, ପ୍ରସାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିଜସ୍ୱ ପାଣ୍ଠିରୁ ୫୦ ଲକ୍ଷ ଟଙ୍କାର ଆର୍ଥିକ ଅନୁଦାନ ପ୍ରଦାନ କରିବାକୁ ଘୋଷଣା କରୁଛି। 

ଲୋକଙ୍କ ସରକାରରେ ମହନୀୟ ହେବ ଲୋକ ପରମ୍ପରା, ଗରିମାମୟ ହେବ ଓଡ଼ିଆ ଅସ୍ମିତା।"

About the Author