Durga Puja 2023: ଦଶହରା ପାଇଁ ଚଳଚଞ୍ଚଳ ଦ୍ୱୈତନଗରୀ; ଗାଇଡଲାଇନ ଜାରି କଲା କମିଶନରେଟ ପୋଲିସ
Advertisement
Article Detail0/zeeodisha/odisha1902134

Durga Puja 2023: ଦଶହରା ପାଇଁ ଚଳଚଞ୍ଚଳ ଦ୍ୱୈତନଗରୀ; ଗାଇଡଲାଇନ ଜାରି କଲା କମିଶନରେଟ ପୋଲିସ

Commissionerate Police Odisha: ଚଳିତ ବର୍ଷ ଦୁର୍ଗାପୂଜା ଏବଂ ଦଶହରା ପାଇଁ କମିଶନରେଟ ପୋଲିସ ପକ୍ଷରୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି।

Durga Puja 2023: ଦଶହରା ପାଇଁ ଚଳଚଞ୍ଚଳ ଦ୍ୱୈତନଗରୀ; ଗାଇଡଲାଇନ ଜାରି କଲା କମିଶନରେଟ ପୋଲିସ

Commissionerate Police Odisha Dussehra Guidelines: ଦଶହରା ପାଇଁ ଏବେ ଠାରୁ ଚଳଚଞ୍ଚଳ ହୋଇଉଠିଲାଣି ଦ୍ୱୈତନଗରୀ ଭୁବନେଶ୍ୱର-କଟକ। ଦୁର୍ଗା ପୂଜା ଚଳଚଞ୍ଚଳ ହୋଇଉଠିଛି ରାଜଧାନୀ। ଗୋଟିଏ ପଟେ କାରିଗର ମାଆଙ୍କ ମୂର୍ତ୍ତି ନିର୍ମାଣରେ ଲାଗି ପଡ଼ିଥିବା ବେଳେ ଅନ୍ୟପଟେ ଦୁର୍ଗାପୂଜା ଆୟୋଜକ କମିଟି ପକ୍ଷରୁ ଆରମ୍ଭ ହୋଇଯାଇଛି ପୂଜା ମଣ୍ଡପ ନିର୍ମାଣ। ଦୁର୍ଗାପୂଜା ଅବସରରେ ବିଭିନ୍ନ ପୂଜା କମିଟି ପକ୍ଷରୁ ଆୟୋଜିତ ହେଉଥିବା  ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ କଳାକାର  ଦିନରାତି ରିହର୍ସାଲ କରୁଛନ୍ତି। 

ଚଳିତ ବର୍ଷ ରାଜଧାନୀ ଭୁବନେଶ୍ୱରର (Capital City Bhubaneswar) ୧୮୩ ଏବଂ ରୌପ୍ୟନଗରୀ କଟକରେ (Silver City Cuttack) ୧୬୮ ମଣ୍ଡପରେ ପୂଜା ପାଇବ ମାଆଙ୍କ ମୃଣ୍ମୟୀ ମୂର୍ତ୍ତି (Maa Durga Clay Idols)। ଶାନ୍ତିଶୃଙ୍ଖଳାର ସହ ଦୁର୍ଗାପୂଜା ଆୟୋଜନ ପାଇଁ ଏବେ ଠାରୁ ଅଣ୍ଟାଭିଡ଼ିଛି ପ୍ରଶାସନ। ହେଲେ ଏଥର କମିଶନରେଟ ପୋଲିସ (Commissionerate Police Odisha) ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେଉଛି ଟ୍ରାଫିକ୍ ନିୟନ୍ତ୍ରଣ ସହ ଆଇନ୍ ଶୃଙ୍ଖଳା ପରିସ୍ଥିତି। ଦଶହରା ପାଇଁ ନିୟମ ସାମାନ୍ୟ କୋହଳ ହୋଇଛି। ରାତି ୧୦:୦୦ ବଦଳରେ ମଧ୍ୟ ରାତ୍ରୀ ୧୨:୦୦ ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଅନୁମତି ପାଇଛି ପୂଜା କମିଟି (Durga Puja Committee of Twin City Odisha)। ଭସାଣୀ ବେଳେ ଭାଇବ୍ରେଟ୍ ମ୍ୟୁଜିକ ବ୍ୟବହାର ନ କରିବାକୁ ଅନୁରୋଧ କରିଛନ୍ତି ପୋଲିସ କମିସନର (Odisha Police Commissioner)। 

ବର୍ଷା କାରଣରୁ କ୍ଷତିଗ୍ରସ୍ତ ହୋଇଥିବା ରାସ୍ତାଘାଟର ମରାମତି ସହିତ ଡ୍ରେନେଜ ସମସ୍ୟାର ସମାଧାନ ପାଇଁ ୫ କୋଟି ୩୫ ଲକ୍ଷ ଟଙ୍କାର ସହୟତା ପ୍ରଦାନ କରାଯାଇଛି। ସହରରେ ହେଉଥିବା ଦୁର୍ଗା ପୂଜା ଏବଂ ଭସାଣୀ (Dussehra and Durga Idol Immersions in Twin City) ପାଇଁ ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥା କରାଯାଇଛି। ଯାହା ଦ୍ୱାରା ଲାଇସେନ୍ସ ମିଳିବାରେ କୌଣସି ସମସ୍ୟା ଉପୁଜିବ ନାହିଁ। ଦୁର୍ଗାପୂଜା ପାଇଁ ଆୟୋଜିତ ହୋଇଥିବା ବୈଠକରେ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହ ଭୁବନେଶ୍ୱରର ୩ ବିଧାୟକ, ଅଗ୍ନିଶମ, ୱାଟ୍କୋ, ଟାଟା ପାୱାର, ଟ୍ରାଫିକ ବିଭାଗର ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ।

ଚଳିତ ବର୍ଷ ଦୁର୍ଗପୂଜା ଏବଂ ଦଶହରା (Durga Puja and Dussehra 2023) ଲାଗି ପ୍ରସ୍ତୁତି କିପରି ରହିଛି ସେ ସମ୍ପର୍କରେ ଜଣାଇଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ (Bhubaneswar DCP Prateek Singh)। ଏନେଇ ଡିସିପି କହିଛନ୍ତି ଯେ, ଦୁର୍ଗାପୂଜା ପାଇଁ କମିସନରେଟ୍ ପୁଲିସ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି। ରାତି ୧୨:୦୦ ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ସାରିବାକୁ ନିର୍ଦ୍ଦେଶ ରହିଛି। ଏହା ସହିତ ଭସାଣୀ ବେଳେ ଭାଇବ୍ରେଟ୍ ମ୍ୟୁଜିକ୍ ବ୍ୟବହାର ନ କରିବାକୁ ପୂଜା କମିଟି ଉଦ୍ଦେଶ୍ୟରେ କହିଛି କମିସନରେଟ ପୋଲିସ। ପୂଜାକୁ କିପରି ଅପରାଧ ମୁକ୍ତ କରାଯିବ ସେ ନେଇ ମଧ୍ୟ ପୋଲିସ ପକ୍ଷରୁ ମଜବୁତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉଛି। ସହର, ରାଜ୍ୟ ତଥା ରାଜ୍ୟ ବାହାରର ଅପରାଧୀଙ୍କ ଉପରେ ପୂଜା ବେଳେ ସତର୍କ ନଜର ରଖିବ ପୋଲିସ। ସନ୍ଦିଗ୍ଧ ଲୋକଙ୍କ ଗତିବିଧି ଉପରେ ରହିବ ନଜର। ଚୋରି ରୋକିବା ପାଇଁ ଗଳି ଗଳିରେ ପୋଲିସ ପହରା ମାରିବ।