)
Odisha Drivers’ Strike: ଆନ୍ଦୋଳନ ବନ୍ଦ ହେବନି କହିଲେ ଡ୍ରାଇଭର ସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲି। ସରକାର ଲିଖିତ ପ୍ରତିଶ୍ରୁତି ନ ଦେବା ଯାଏଁ ଆନ୍ଦୋଳନ ବନ୍ଦ ହେବନି...ଆନ୍ଦୋଳନରେ ସାମିଲ୍ ହେବାକୁ ୩୦ ଜିଲ୍ଲାର ଡ୍ରାଇଭରଙ୍କୁ ଅନୁରୋଧ କରୁଛି। ରାଜରାସ୍ତାରେ ବିଶୃଙ୍ଖଳା କିମ୍ବା ଗାଡ଼ି ଅଟକାଇଲେ ସରକାର ଆକ୍ସନ ନେଇପାରନ୍ତି। ତେଣୁ ଆମେ ଶାନ୍ତିପୂର୍ଣ୍ଣ ଧାରଣାରେ ବସିବା,ଆନ୍ଦୋଳନ ବନ୍ଦ ହେବନି। ସରକାର ଲିଖିତ ପ୍ରତିଶ୍ରୁତି ନ ଦେବା ଯାଏଁ ଓଡ଼ିଶା ଡ୍ରାଇଭର୍ ମହାସଂଘର ଷ୍ଟିଅରିଂ ଛାଡ ଆନ୍ଦୋଳନ ବନ୍ଦ ହେବନି। ରାଜରାସ୍ତାରେ ବିଶୃଙ୍ଖଳା କିମ୍ବା ଗାଡ଼ି ଅଟକାଇଲେ ସରକାର ଆକ୍ସନ ନେଇପାରନ୍ତି।
ସୂଚନା ଅନୁସାରେ,ଚତୁର୍ଥ ଦିନରେ ପହଞ୍ଚିଛି ଓଡ଼ିଶା ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳ। ୬ ଦଫା ଦାବି ପୂରଣ ଜିଦରେ ଅଟଳ ଓଡି଼ଶା ଡ୍ରାଇଭର ମହାସଂଘ। ପେଟ୍ରୋଲ୍ ଠାରୁ ଆରମ୍ଭ କରି ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ଏକ ପ୍ରକାର ଠପ୍ ହୋଇ ଯାଇଛି। ଯଦି ଏହି ଆନ୍ଦୋଳନ ପ୍ରତ୍ୟାହୃତ ନ ହୁଏ। ତେବେ,ଲୋକମାନେ ନାହିଁନଥିବାର ଅସୁବିଧାର ସମ୍ମୁଖୀନ ହେବେ ।