)
Odisha Drivers' Strike Update: ଆସନ୍ତାକାଲିଠାରୁ ରାଜ୍ୟରେ ଗଡ଼ିବ ସବୁ ଘରୋଇ ବସ୍ । ଏନେଇ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ସୂଚନା ମିଳିଛି। ଡ୍ରାଇଭର୍ ମହାସଂଘର ଆନ୍ଦୋଳନ ଯୋଗୁ ବନ୍ଦ ଥିଲା ବସ୍ ଚଳାଚଳ। ଦିର୍ଘ ଚାରିଦିନ ପରେ ସ୍ବାଭାବିକ୍ ହେବ ଘରୋଇ ବସ୍ ସେବା। କିଛି ସମୟ ପୂର୍ବରୁ ପୁରୀରେ ଚାଲିଥିଲା ଘରୋଇ ବସ୍ ମାଲିକ ସଂଘର ବୈଠକ। ଏହି ବୈଠକ ପରେ ସବୁ ଘରୋଇ ବସ୍ ଚାଲିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ।