Odisha Election 2024: ସମ୍ବଲପୁର, ପୋଲିଂ ସାରି ଇଭିଏମ୍ ଓ ଭିଭିପାଟ୍ ଧରି ଫେରୁଥିବା ବେଳେ ପୋଲିଂ କର୍ମଚାରୀଙ୍କ ବସ ଦୁର୍ଘଟଣା ହୋଇଛି। ଗତକାଲି ବିଳମ୍ବିତ ରାତିରେ ସମ୍ବଲପୁର ଜିଲ୍ଲା ଜମନକିରା  ଥାନା ଅନ୍ତର୍ଗତ ବଡ଼ରମା ଘାଟିରେ ଦୁର୍ଘଟଣାଗ୍ରସ୍ତ ହୋଇଛି ବସ୍ । ଏଥିରେ ୧୮ ଜଣ କର୍ମଚାରୀଙ୍କ ମଧ୍ୟରୁ ୫ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ତେବେ ଦୁଇ ଜଣ ଗୁରୁତରଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।


COMMERCIAL BREAK
SCROLL TO CONTINUE READING

ସୂଚନଯୋଗ୍ୟ ଯେ, ଗତକାଲି ରାତିରେ ମତାଦାନ ସରିବା ପରେ ୩ଟି ବୁଥ ୨୫୮, ୨୫୯ ଓ ୨୬୦ ର ଭୋଟ୍ ସାରି ୧୮ ଜଣ ପୋଲିଂ କର୍ମଚାରୀ ବସରେ ଫେରୁଥିଲେ। ରାତି ପ୍ରାୟ ୧୨ଟା ବେଳେ ଜାତୀୟ ରାଜପଥ ବଡ଼ରମା ବୁଲାଣି ଘାଟିରେ ବସ୍ ଟି ଭାରସାମ୍ୟ ହରାଇ ଏକ ଟ୍ରକକୁ ପଛରୁ ଧକ୍କା ଦେଇଥିଲା। ଖବର ପାଇ ସଙ୍ଗେ ସଙ୍ଗେ ଜମନକିରା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି କର୍ମଚାରୀଙ୍କୁ ଉଦ୍ଧାର କରିବା ସହ ଇଭିଏମ୍ ଓ ଭିଭିପାଟ୍ ସମେତ ଅନ୍ୟାନ୍ୟ ଭୋଟିଂ ସାମଗ୍ରୀ ଗୁଡ଼ିକୁ କୁଚିଣ୍ଡା କଲେଜ ସ୍ଥିତ ଡସବର୍ସାଲ୍ ସେଣ୍ଟରକୁ ପଠାଇଥିବା ଜଣାପଡ଼ିଛି ।