Advertisement
Article Detail0/zeeodisha/odisha2767139
Zee OdishaOdisha StateOdisha Election News: ଜୁନ୍‍ ୨୩ରେ ୫ ଜିଲ୍ଲାପରିଷଦ ନିର୍ବାଚନ

Odisha Election News: ଜୁନ୍‍ ୨୩ରେ ୫ ଜିଲ୍ଲାପରିଷଦ ନିର୍ବାଚନ

ଭୁବନେଶ୍ୱର: ରାଜ୍ୟର ୫ ଜିଲ୍ଲାପରିଷଦ ପାଇଁ ଜୁନ୍‍ ୨୩ରେ ଭୋଟ ଗ୍ରଅହଣ କରାଯିବ। ଏଥିଲାଗି ରାଜ୍ୟ ନିର୍ବାଚନ କମିଶନ ତତ୍ପରତା ପ୍ରକାଶ କରିଛନ୍ତି। ଏହି ନିର୍ବାଚନରେ ଦଳୀୟ ଚିହ୍ନ ଭିତ୍ତିରେ ରାଜନୀତିକ ପାର୍ଟିମାନେ ସିଧାସଳଖ ଲଢ଼େଇ ଲଢ଼ିବାକୁ ଥିବାରୁ ଏହାକୁ ରାଜନୀତିକ ମହଲରେ ଅନେକ ଗୁରୁତ୍ୱ ଦିଆଯାଇଛି।  ମିଳିଥିବା ସୂଚନା ଅନୁ

Odisha Election News: ଜୁନ୍‍ ୨୩ରେ ୫ ଜିଲ୍ଲାପରିଷଦ ନିର୍ବାଚନ

Odisha Election News: ଭୁବନେଶ୍ୱର: ରାଜ୍ୟର ୫ ଜିଲ୍ଲାପରିଷଦ ପାଇଁ ଜୁନ୍‍ ୨୩ରେ ଭୋଟ ଗ୍ରଅହଣ କରାଯିବ। ଏଥିଲାଗି ରାଜ୍ୟ ନିର୍ବାଚନ କମିଶନ ତତ୍ପରତା ପ୍ରକାଶ କରିଛନ୍ତି। ଏହି ନିର୍ବାଚନରେ ଦଳୀୟ ଚିହ୍ନ ଭିତ୍ତିରେ ରାଜନୀତିକ ପାର୍ଟିମାନେ ସିଧାସଳଖ ଲଢ଼େଇ ଲଢ଼ିବାକୁ ଥିବାରୁ ଏହାକୁ ରାଜନୀତିକ ମହଲରେ ଅନେକ ଗୁରୁତ୍ୱ ଦିଆଯାଇଛି। 

ମିଳିଥିବା ସୂଚନା ଅନୁସାରେ, ନିର୍ବାଚନ ହେବାକୁ ଥିବା ୫ ଜିଲ୍ଲା ପରିଷଦ ଜୋନ୍‍ ଲାଗି ନିର୍ବାଚନ ହେବ। ଏହି ଜୋନ୍‍ଗୁଡ଼ିକ ଭିତରୁ କେନ୍ଦ୍ରାପଡ଼ା ଓ କେନ୍ଦୁଝରରେ ଦୁଇଟି ଲେଖାଏଁ ନିର୍ବାଚନ ମଣ୍ଡଳୀ ଥିବାବେଳେ ଗୋଟିଏ ସମ୍ବଲପୁରରେ ରହିଛି। ଅର୍ଥାତ୍‍ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଦୁଇଟି ଜିଲ୍ଲାପାରିଷଦ ଜୋନ ଲାଗି ନିର୍ବାଚନ ଅନୁଷ୍ଠିତ ହେବ। ଏଲଗୁଡ଼ିକ ହେଲା, ଘଟ ଗାଁ ଏବଂ କେନ୍ଦୁଝର ସଦର  ଜିଲ୍ଲାପରିଷଦ ଜୋନ୍‍। 

fallback

Add Zee News as a Preferred Source

ଏହା ଏକ ରାଜନୀତିକ ଜଟିଳତା ପରିସ୍ଥିତି ସୃଷ୍ଟି କରିପାରେ ବୋଲି ସମ୍ଭାବନା ରହିଛି।  ଉଭୟ ବିଜେଡି ଏବଂ ବିଜେପି ଏହି ଆସନକୁ ନିଜର ରାଜନୀତିକ ଶକ୍ତି ପ୍ରଦର୍ଶନ କରିବା ଲାଗି ଅକ୍ତିଆର ଉଦ୍ଦେଶ୍ୟରେ ଶ୍ରମ ଓ ସାଧନ ବ୍ୟୟ କରିବାର ସମ୍ଭାବନା ରହିଛି। 

ଅପରପକ୍ଷେ ଜିଲ୍ଲାପରିଷଦ ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରି ଅଧିକ ଭୋଟିଂ ହାସଲ କରିବା ଉଦ୍ଦେଶ୍ୟରେ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାଜ୍ୟ ନିର୍ବାଚନ ଆୟୁକ୍ତ ଏନେଇ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରତି ପଞ୍ଚୟତରେ ସରପଞ୍ଚଙ୍କ କାର୍ଯ୍ୟାଳୟ ଏବଂ ଓ୍ୱାର୍ଡ କାର୍ଯ୍ୟାଳୟକୁ ଭୋଟ୍‍ ଗ୍ରହଣ ବୁଥ ଭାବେ ଚିହ୍ନଟ କରାଯାଇଛି।

About the Author