Advertisement
Article Detail0/zeeodisha/odisha2651204
Zee OdishaOdisha StateOdisha Govt: ଏଣିକି ଗରିବ ଘରେ ଝିଅ ବାହାଘର ଚିନ୍ତା ରହିବ ନାହିଁ, ଝିଅଙ୍କୁ ବାହା କରିବେ ସରକାର

Odisha Govt: ଏଣିକି ଗରିବ ଘରେ ଝିଅ ବାହାଘର ଚିନ୍ତା ରହିବ ନାହିଁ, ଝିଅଙ୍କୁ ବାହା କରିବେ ସରକାର

Odisha Govt: ମହିଳାଙ୍କ ସଶକ୍ତି କରଣ ଲାଗି ସରକାର ଏଥର ବଜେଟରେ ଅନେକ ବ୍ୟବସ୍ଥା କରିଛନ୍ତି। ସରକାରଙ୍କ ଫ୍ଲାଗ୍ଶିକପ୍‍ ଯୋଜନା ଭାବରେ ସୁଭଦ୍ରା ଯୋଜନା ଚଳିତ ଆର୍ଥିକବର୍ଷଠାରୁ ଆରମ୍ଭ କରାଯାଇଛି। ମହିଳା ସଶକ୍ତିକରଣ ପାଇଁ ଏହି ଯୋଜନା ବିଶେଷଭାବେ ସହାୟକ ହେବ। ମହିଳା ଓ ଶିଶୁ ବିକାଶ ବିଭାଗ ମାଧ୍ୟମରେ ପ୍ରଣୟନ ହୋଇଥିବା ଏହି ଯୋଜନାରେ ସରକାର ୧୦ ହଜାର ୧୪୫ କୋଟି ଟଙ୍କା ଖର୍ଚ୍ଚ କରିବେ।

Odisha Govt: ଏଣିକି ଗରିବ ଘରେ ଝିଅ ବାହାଘର ଚିନ୍ତା ରହିବ ନାହିଁ, ଝିଅଙ୍କୁ ବାହା କରିବେ ସରକାର
Odisha Govt: ଏଣିକି ଗରିବ ଘରେ ଝିଅ ବାହାଘର ଚିନ୍ତା ରହିବ ନାହିଁ। ସରକାର ଏହି ବାହାଘର ଖର୍ଚ୍ଚ ଉଠାଇବେ। ଖାଲି ସେତିକି ନୁହେଁ ବାହାଘର ପରେ ଉପହାର ବି ସରକାର ଦସେବେ। ଏଥିଲାଗି ସରକାର ୧୨ କୋଟି ଟଙ୍କା ବଜେଟ୍ ବ୍ୟବସ୍ଥା କରିଛନ୍ତି। ମୋହନ ମାଝିଙ୍କ ଦ୍ୱିତୀୟ ବଜେଟରେ ସାମାଜିକ ମଙ୍ଗଳର ଏକ ନୂତନ ଦିଗ ଉନ୍ମୋଚିତ ହୋଇଛି। 
 
ବଜେଟ୍‍ ଘୋଷଣାରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ସରକାର ଗରିବ ଲୋକଙ୍କ ପାଇଁ ଗଣ ବିବାହ ଆୟୋଜନ କରିବେ। ଏଥିରେ ବିବାହ କରିପାରୁ ନଥିବା ମା ବାପା ମାନେ ନିଜର କନ୍ୟାଙ୍କ ବିବାହ ପାଇଁ ଆବେଦନ କରିପାରିବେ। ସୋମାନଙ୍କୁ ସରକାର ବିବାହ ପାଇଁ ସହାୟତା ସହ ତାଙ୍କୁ ଉପହାର ପ୍ରଦାନ କରିବେ। 
ମହିଳାଙ୍କ ସଶକ୍ତି କରଣ ଲାଗି ସରକାର ଏଥର ବଜେଟରେ ଅନେକ ବ୍ୟବସ୍ଥା କରିଛନ୍ତି। ସରକାରଙ୍କ ଫ୍ଲାଗ୍ଶିକପ୍‍ ଯୋଜନା ଭାବରେ ସୁଭଦ୍ରା ଯୋଜନା ଚଳିତ ଆର୍ଥିକବର୍ଷଠାରୁ ଆରମ୍ଭ କରାଯାଇଛି। ମହିଳା ସଶକ୍ତିକରଣ ପାଇଁ ଏହି ଯୋଜନା ବିଶେଷଭାବେ ସହାୟକ ହେବ। ମହିଳା ଓ ଶିଶୁ ବିକାଶ ବିଭାଗ ମାଧ୍ୟମରେ ପ୍ରଣୟନ ହୋଇଥିବା ଏହି ଯୋଜନାରେ ସରକାର ୧୦ ହଜାର ୧୪୫ କୋଟି ଟଙ୍କା ଖର୍ଚ୍ଚ କରିବେ।
 
 ଏ ଭିତରେ ସୁଭଦ୍ରା ଯୋଜନା ମାଧ୍ୟମରେ ୯୮ ଲକ୍ଷ ମହିଳା ପ୍ରଥମ କିସ୍ତି ଟଙ୍କା ପାଇଛନ୍ତି। ସରକାର ଏହି ଯୋଜନାକୁ ଅଧିକ ସୁଦୃଢ଼ କରିବା ଲାଗି ସୁଭଦ୍ରା ପ୍ଲସ୍‍ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି। ଏଥିରେ ସୁଭଦ୍ରା ସଖି, ସୁଭଦ୍ରା ଯାତ୍ରୀ, ସୁଭଦ୍ରା ସଙ୍ଘ, କୁହ ସୁଭଦ୍ରା, ସୁଭଦ୍ରା ସହଯୋଗୀ, ସୁଭଦ୍ରା ସ୍କଲାର,  ସୁଯୋଗ୍ୟ ସୁଭଦ୍ରା ଭଳି ଉପ ଯୋଜନା ଆରମ୍ଭ କରିବେ। ସୁଭଦ୍ରା ସୁରକ୍ଷା ଲାଗି ସରକାର ଅଧିକ ୧୫୩ କୋଟି ଟଙ୍କା ବଜେଟ ଆବଣ୍ଟନ କରିଛନ୍ତି। ୧୦୦ କୋଟି ଟଙ୍କା ବ୍ୟୟରେ ଓଡ଼ିଶା ପୁଷ୍ଟି କାର୍ଯ୍ୟକ୍ରମ ଚଳାଇବେ ସରକାର। ମହିଳା, କିଶୋରୀ ଏବଂ ଶିଶୁଙ୍କୁ ପୋଷଣଯୁକ୍ତ ଖାଦ୍ୟ ଏହି ଯୋଜନାରେ ପ୍ରଦାନ କରାଯିବ।
Add Zee News as a Preferred Source
About the Author