Gajapati Dhan Mandi Inauguration: ଡିସେମ୍ବର ୨୯ ତାରିଖ ଶୁକ୍ରବାର ଗଜପତି ଜିଲ୍ଲାରେ ଉଦଘାଟିତ ହୋଇଯାଇଛି ଜିଲ୍ଲା ସ୍ତରୀୟ ଧାନ କ୍ରୟ ମଣ୍ଡି।
Trending Photos
Dhan Mandi Inauguration at Gajapati: ଡିସେମ୍ବର ୨୯ ତାରିଖ ଶୁକ୍ରବାର ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ମୁଖ୍ୟ ବଜାର ପ୍ରାଙ୍ଗଣରେ ଉଦଘାଟିତ ହୋଇଛି ଜିଲ୍ଲା ସ୍ତରୀୟ ଧାନ କ୍ରୟ ମଣ୍ଡି। ଶୁକ୍ରବାର ଏନେଇ ଆୟୋଦିତ ହୋଇଥିବା ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲା ସ୍ତରୀୟ ଧାନ କ୍ରୟ ମଣ୍ଡିର ଶୁଭ ଉଦଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବ ଯୋଗ ଦେଇଥିଲେ ଗଜପତି ଜିଲ୍ଲା କୃଷକ ସଙ୍ଘ ସଭାପତି ସୂର୍ଯ୍ୟ ନାରାୟଣ ପଟ୍ଟାନୟକ, ସିମାଦ୍ରୀ ଜେନା, ଜିଲ୍ଲା ଯୋଗଣ ଅଧିକାରୀ ପ୍ରଫୁଲ୍ଲ କୁମାର ବେହେରା, ସହକାରୀ ନିବନ୍ଧକ ପାରଳାଖେମୁଣ୍ଡି ହରିହର ସେଠ୍।
ଏହି ଅବସରରେ ପାରଳାଖେମୁଣ୍ଡି ସମବାୟ ସମ୍ପାଦକ ରେବତୀ ମୋହନ ରାଉତ ଅତିଥି ପରିଚୟ ପ୍ରଦାନ କରିବା ସହ ସ୍ୱାଗତ ଭାଷଣ ଦେଇଥିଲେ। ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶକ୍ରମେ ଏବଂ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି କ୍ରମେ ଚଳିତ ୨୦୨୩-୨୪ ଖରିଫ ବର୍ଷରେ ଜିଲ୍ଳାର ୬୪ ଗୋଟି ମଣ୍ଡି ଖୋଲାଯାଇଛି। ଉତ୍ପାଦିତ ଧାନ ସରକାରଙ୍କ ଦ୍ବାରା ନିର୍ଦ୍ଧାରିତ ଦରରେ ନିକଟସ୍ଥ ପ୍ରାଥମିକ କୃଷି ସମବାୟ ସମିତି, ବୃହତ କୃଷି ସମବାୟ ସମିତିରେ ୪୫ ଏବଂ ୧୯ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ବାରା ଧାନ କ୍ରୟ କରିବା ପାଇଁ ବ୍ୟବସ୍ଥା ରହିଛି। ଚଳିତ ବର୍ଷ ପ୍ରଥମ ପର୍ଯ୍ୟାୟରେ ୫ ଲକ୍ଷ ୨୯ ହାଜର କ୍ୱିଣ୍ଟାଲ ଧାନ ସଂଗ୍ରହ କରିବା ପାଇଁ ଲକ୍ଷ ଧାର୍ଯ୍ୟ କରାଯାଇଛି।
ଧାନ କ୍ରୟ କରିବା ପାଇଁ ଜିଲ୍ଲାରେ ୧୫ ହଜାର ୫୫୧ ଜଣ ଚାଷୀ ନାମ ପଞ୍ଜୀକରଣ କରିଛନ୍ତି। ଧାନ କ୍ରୟ କରିସାରିଲା ପରେ ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ପଠାଇବା ପାଇଁ ବ୍ୟବସ୍ଥା କରାଯାଇଛି। ଧାନ କ୍ରୟ ସମୟରେ ବିଭାଗର ସମସ୍ତ କର୍ମଚାରୀ ସଚେତନ ରହି କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଚଳିତ ୨୦୨୩-୨୪ ଖରିଫ୍ ବର୍ଷ ପାଇଁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଧାର୍ଯ୍ୟ କରାଯାଇଛି। ସାଧାରଣ ଧାନର କ୍ୱିଣ୍ଟାଲ୍ ପ୍ରତି ଦର ୨୧୮୩ ଟଙ୍କା ରଖାଯାଇଥିବା ବେଳେ ଗ୍ରେଡ ''ଏ '' ଧାନ କିଣ୍ଟାଲ୍ ମୂଲ୍ୟ ସର୍ବମୋଟ ୨୨୦୩ ଟଙ୍କା ରଖାଯାଇଛି। ସେହିପରି ମଣ୍ଡିକୁ ଶୁଖିଲା, ସଫା ଧାନ ଆଣିବାକୁ ମଧ୍ୟ ଚାଷୀଙ୍କୁ ଅନୁରୋଧ କରାଯାଇଛି।
ଶୁକ୍ରବାର ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ସମବାୟ ସମିତି ଉପ ସହକାରୀ ନିବନ୍ଧକ ନାରାୟଣ ସେଠୀ, କୃଷକ, ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଉପସ୍ଥିତ ରହିଥିଲେ। ଏହି ଅବସରରେ ଜିଲ୍ଲା ସ୍ତରୀୟ ଅଧିକାରୀ ଏବଂ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ରହିଥିଲେ। ଶେଷରେ ପାରଳାଖେମୁଣ୍ଡି ସମବାୟ ସମ୍ପାଦକ ରେବତୀ ମୋହନ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।