Advertisement
Article Detail0/zeeodisha/odisha2750704
Zee OdishaOdisha Stateମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଓଡ଼ିଶା କୁଡୋ ଆସୋସିଏସନ ‘କୁଡୋ’ ଖେଳକୁ ରାଜ୍ୟସ୍ତରୀୟ ମାନ୍ୟତା ଦାବି

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଓଡ଼ିଶା କୁଡୋ ଆସୋସିଏସନ ‘କୁଡୋ’ ଖେଳକୁ ରାଜ୍ୟସ୍ତରୀୟ ମାନ୍ୟତା ଦାବି

ମୁଖ୍ୟମନ୍ତ୍ରୀ ଖେଳାଳୀଙ୍କ ସହ କଥା ହୋଇ ସେମାନଙ୍କୁ ଅଭ୍ୟାସ ଜାରି ରଖିବାପାଇଁ କହିଥିଲେ ଏବଂ ଏହି କ୍ରୀଡ଼ାକୁ ରାଜ୍ୟସ୍ତରୀୟ ମାନ୍ୟତା ଦେବାପାଇଁ ବିଚାର କରାଯିବ ବୋଲି ସେ କହିଥିଲେ। କୁଡୋ ଖେଳାଳୀଙ୍କ ସମେତ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା, ରାଜସ୍ବ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀଙ୍କ ସମେତ କୁଡୋ ଆସୋସିଏସନ ଅଫ ଓଡ଼ିଶାର ମୁଖ୍ୟ କୋଚ ଶ୍ରୀ ନିତାଇ ଶଙ୍କର ଗୁଇଁ ପ୍ରମୁଖ ଉପସ୍ଥିତ ଥିଲେ। 

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଓଡ଼ିଶା କୁଡୋ ଆସୋସିଏସନ ‘କୁଡୋ’ ଖେଳକୁ ରାଜ୍ୟସ୍ତରୀୟ ମାନ୍ୟତା ଦାବି

ଭୁବନେଶ୍ୱର: ଆଜି ଲୋକସେବା ଭବନରେ ଓଡ଼ିଶା କୁଡୋ ଆସୋସିଏସନର ସଦସ୍ୟ, କୋଚ ଓ ଖେଳାଳୀଙ୍କ ସମେତ ୭୦ ଜଣ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି।

ସୂଚନାଯୋଗ୍ୟ ଯେ, କୁଡୋ ଏକ ପ୍ରକାର ମିଶ୍ରିତ ସାମରିକ କଳା, ଯାହା ଜୁଡୋ, କରାଟେ, ଏବଂ ତାଇକୱାଣ୍ଡୋ ଖେଳର ସମାହାର। ଏହି ଖେଳ ଭାରତର ବିଭିନ୍ନ ରାଜ୍ୟ ସମେତ ବିଦେଶରେ ମଧ୍ୟ ଅନେକ ପ୍ରସିଦ୍ଧି ଲାଭ କରିଛି। ଓଡ଼ିଶାର ମଧ୍ୟ ଅନେକ ଜିଲ୍ଲାରେ ଏହି ଖେଳ ପାଇଁ ତାଲିମ୍ ଦିଆଯାଉଛି। ଏଣୁ ରାଜ୍ୟରେ ଏହି କୁଡୋ ଖେଳର ପ୍ରସାର ଓ ଏହି ଖେଳକୁ ମାନ୍ୟତା ଦେବା ପାଇଁ ଏହି ଆସୋସିଏସନ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଜଣାଇଥିଲେ। 

ମୁଖ୍ୟମନ୍ତ୍ରୀ ଖେଳାଳୀଙ୍କ ସହ କଥା ହୋଇ ସେମାନଙ୍କୁ ଅଭ୍ୟାସ ଜାରି ରଖିବାପାଇଁ କହିଥିଲେ ଏବଂ ଏହି କ୍ରୀଡ଼ାକୁ ରାଜ୍ୟସ୍ତରୀୟ ମାନ୍ୟତା ଦେବାପାଇଁ ବିଚାର କରାଯିବ ବୋଲି ସେ କହିଥିଲେ। କୁଡୋ ଖେଳାଳୀଙ୍କ ସମେତ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା, ରାଜସ୍ବ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀଙ୍କ ସମେତ କୁଡୋ ଆସୋସିଏସନ ଅଫ ଓଡ଼ିଶାର ମୁଖ୍ୟ କୋଚ ଶ୍ରୀ ନିତାଇ ଶଙ୍କର ଗୁଇଁ ପ୍ରମୁଖ ଉପସ୍ଥିତ ଥିଲେ। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

Add Zee News as a Preferred Source

Also Read- Cucumber Benefits: ଦିନକୁ ଖାଆନ୍ତୁ ଗୋଟିଏ କାକୁଡି, ଶରୀରରେ ଏହି ରୋଗଥିଲେ ଦେବ ସଜାଡି

Also Read- ATM ୩ଦିନ ବନ୍ଦ ରହିବା ଖବର ସତ ନା ମିଛ ? PIB ଦେଲା ସୂଚନା

About the Author