Odisha News: ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ଗଭୀର ସମୁଦ୍ରରେ ଜଳଦସ୍ୟୁଙ୍କ ଆକ୍ରମଣର ଶିକାର ହୋଇଛନ୍ତି ବନ ବିଭାଗ କର୍ମଚାରୀ। ସୋମବାର ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର (Gahirmatha Marine Sanctuary) ହୁକିଟୋଲା ଫ୍ରଣ୍ଟ ମହାନଦୀ ପାଖରେ ବିରଳ ଅଲିଭ ରିଡ଼ଲେ କଇଁଛ  (Alive Riddle) ସୁରକ୍ଷା ପାଇଁ ପାଟ୍ରୋଲିଂ କରୁଥିଲେ ବନ ବିଭାଗର ୧୧ ଜଣିଆ ପାଟ୍ରୋଲିଙ୍ଗ ଟିମ୍ ।


COMMERCIAL BREAK
SCROLL TO CONTINUE READING

ଏହି ସମୟରେ ନିଷିଦ୍ଧାଞ୍ଚଳରେ ପ୍ରାୟ ୧୫ରୁ ୨୦ଟି ଟ୍ରଲରେ ଜଳଦସ୍ୟୁମାନେ ବେଆଇନ୍ ଭାବେ ମାଛ ମାରୁଥିବା ଦେଖି ପାଟ୍ରୋଲିଂ ଟିମ୍ ସେମାନଙ୍କୁ ଘଉଡ଼ାଇବାକୁ ଉଦ୍ୟମ କରିଥିଲେ । ମାତ୍ର ଜଳଦସ୍ୟୁମାନେ ସଂଘବଦ୍ଧ ହୋଇ ପାଟ୍ରୋଲିଂ ଟିମ୍ କୁ ଘେରି ଯାଇ ଆକ୍ରମଣ କରିଥିଲେ। ଏହି ସମୟରେ ବନ ବିଭାଗର କର୍ମଚାରୀ ଧାମରା ସାମୁଦ୍ରିକ ଥାନାକୁ ଖବର ଦେବା ସହ ପାଖରେ ଥିବା ବନ୍ଧୁକ ଦେଖାଇ ସେଠାରୁ ଖସି ଆସିଥିଲେ ।


Also Read-Traffic Rule: ରାଜଧାନୀରେ ସାବାଡ଼ ହେବେ ଆମାନିଆ, ରେଡ୍ ସିଗନାଲ୍ ଡେଇଁଲେ ଗାଡ଼ି ସହ ସିଜ୍‌ ହେବ ଡ୍ରାଇଭିଂ ଲାଇସେନ୍ସ


ସୂଚନା ଥାଉ କି,  ଅଲିଭ ରିଡ଼ଲେ କଇଁଛ ସୁରକ୍ଷା ପାଇଁ ଗହୀରମଥା ନୀଳ ଜଳରାଶି ଅନେକ ଥର ରକ୍ତ ରଞ୍ଜିତ ହୋଇଛି । ବହୁ ବନ କର୍ମଚାରୀ ସହିଦ ହେବା ସହ ଅନେକ ଜଳଦସ୍ୟୁ ନିହତ ମଧ୍ୟ ହୋଇଛନ୍ତି । ବର୍ତ୍ତମାନ ଲକ୍ଷାଧିକ ସଂଖ୍ୟାରେ ଅଲିଭ ରିଡ଼ଲେ କଇଁଛ ସମୁଦ୍ର କୂଳରେ ସାମୂହିକ ଅଣ୍ଡା ଦେବା ପାଇଁ ରୁଣ୍ଡ ହୋଇଛନ୍ତି । ଏହି ଘଟଣା ପରେ ବନ ବିଭାଗ ପକ୍ଷରୁ ଟ୍ରଲର ମାଫିଆଙ୍କ ନାମରେ ଧାମରା ସାମୁଦ୍ରିକ ଥାନାରେ ଏତଲା ଦିଆଯାଇଥିବା ରାଜନଗର ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି ।