)
Ek Ped Maa Ke Naam 2.0 in Omc: ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ଓଏମସି ପକ୍ଷରୁ ରାଜ୍ୟରେ ୨୭ଟି ସ୍ଥାନରେ ପାଖାପାଖି ୧ ଲକ୍ଷ ବୃକ୍ଷ ରୋପଣ ହୋଇଛି। ଓଡି଼ଶାର ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ କ୍ରମେ ରାଜ୍ୟବ୍ୟାପି ଚାଲିଥିଲା ବୃକ୍ଷରୋପଣ କାର୍ଯ୍ୟକ୍ରମ ‘ମାଆଙ୍କ ନାଁରେ ଗଛଟିଏ’।
ଏହି ଅଭିଯାନରେ ଓଡିଶା ଖଣି ନିଗମ ସାମିଲ ହୋଇ ଭୁବନେଶ୍ବର ସ୍ଥିତ ଡ୍ରିଲ୍ କୋର ଲାଇବ୍ରେରୀ ଠାରେ ସାମୁହିକ କାର୍ଯ୍ୟକ୍ରମରେ ଓଏମସିର ପରିଚାଳନା ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାମଲ, ଆଇଏଏସ,ଏକ ଚାରା ରୋପଣ କରି କାଯ୍ୟକ୍ରମ ଶୁଭାରମ୍ଭ କରିଥିଲେ। ଏ-ହି ଅବସରରେ ନିଗମ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଜଙ୍ଗଲ ଓ ପରିବେଶ ସୁଧାଂଶୁ ଶେଖର ଖୋରା,ଆଇଏଫ୍ଏସ; ନିରର୍ଦ୍ଦେଶକ ଅପରେସନ ସବ୍ୟସାଚୀ ମହାନ୍ତି,ନିର୍ଦ୍ଦେଶକ ମାନବ ସମ୍ବଳ ଆଲୋକ କୁମାର ପାଲ ଏବଂ ନିର୍ଦ୍ଦେଶକ ବନ ବିହାରୀ ପାଣି ପ୍ରମୁଖ୍ ସାମିଲ ହୋଇଥିଲେ। ଏଥିସହ ନିଗମର ବିଭାଗୀୟ ମୁଖ୍ୟ ଓ ବରିଷ୍ଠ ଅଧିକାରୀ ଏହି କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିଲେ।
ଏଥିସହ ନିଗମ ଅଧିନସ୍ଥ ଖଣି ପାଶ୍ବ ଅଞ୍ଚଳ ଗୁଆଳୀ,ରୋଇଡା-ସି, ଜିଲିଙ୍ଗ-ଲାଙ୍ଗରଲାଟା, ବାଂଶପାଣି, ଡୁବୁନା -ସେକ୍ରାଡିହି, କାଳିଆପାଣି, ଗନ୍ଧମାର୍ଦ୍ଦନ,ଖଣ୍ତବନ୍ଧ, ବାଙ୍ଗୁରୁ, କୋଡିଙ୍ଗାମାଳି, ସୁକୁରଙ୍ଗୀ ଖଣି ଏବଂ ଏହାର ପାଶ୍ବବର୍ତ୍ତୀ ମୋଟ୍ ୨୭ ଟି ସ୍ଥାନରେ ୧ ଲକ୍ଷ ଚାରା ରୋପଣ କରିଛନ୍ତି। ରାଜ୍ୟ ସରକାରଙ୍କ ପ୍ରତି ବଦ୍ଧତାକୁ ସମ୍ମାନ ଜଣାଇ ଓଏମସି ପରିବେଶ ସୁରକ୍ଷା ତଥା ସଂରକ୍ଷଣ ପ୍ରତି ନିଜର ଉତ୍ତର ଦାୟିତ୍ବକୁ ଦୃଢୀଭୂତ କରିବା ଲକ୍ଷରେ ନିଜର ଖଣି ଓ ଖଣି ପାଶ୍ବ ଅଞ୍ଚଳରେ ଚାରା ରୋପଣ କରିଛନ୍ତି। ଓଏମସିର କାର୍ଯ୍ୟକ୍ଷମ ଖଣି କ୍ଷେତ୍ର ଗୁଡିକରେ ୬୦.୦୭୪ ହେକ୍ଟର ଏବଂ ଖଣି ପାଶ୍ବ ଅଞ୍ଚଳ ପ୍ରାୟ ୨.୯ କିଲୋମିଟର ପାଖାପାଖି ଜମିରେ ଚାରା ରୋପଣ କରାଯାଇଛି।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମାଦୀଙ୍କ ଜନ୍ମଦିନ ଅବସରରେ ତାଙ୍କର ମିଶନ ଲାଇଫ୍ ର ପରିକଳ୍ପନାକୁ ବାସ୍ତବିକତାର ରୂପ ଦେବା ପାଇଁ ପରିବେଶ ସୁରକ୍ଷା ଓ ଏହାର ସଂରକ୍ଷଣ ପ୍ରତି ଆମର ଦାୟିତ୍ବକୁ ସଚେତନ କରାଇବା ଲକ୍ଷ୍ୟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ସାରା ରାଜ୍ୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରିବାକୁ ଆହ୍ବାନ ଦେଉଥିଲେ। ଏହି ଅଭିଯାନରେ ରାଜ୍ୟ ଗୋଟିଏ ଦିନରେ ୭୫ ଲକ୍ଷ ଗଛ ଲଗାଇବାର ଲକ୍ଷ୍ୟ ରହିଥିଲା। ସୂଚନା ଯୋଗ୍ୟ, ‘ମାଆଙ୍କ ନାଁରେ ଗଛଟିଏ’ କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀ ଗତବର୍ଷ ବିଶ୍ବ ପରିବେଶ ଦିବସ ଅବସରରେ ୫ ଜୁନ୍ ୨୦୨୪ ମସିହାରେ ଚାରା ରୋପଣ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ। ନାଗରିକମାନଙ୍କୁ ସେମାନଙ୍କ ମାଆ ଓ ପ୍ରକୃତି ପ୍ରତି ଶ୍ରଦ୍ଧାଞ୍ଜଳି ସ୍ବରୁପ ସେମାନଙ୍କ ନାମରେ ଗଛ ଲଗାଇବାକୁ ଏହି ବୃକ୍ଷରୋପଣ ଅଭିଯାନର ଲକ୍ଷ୍ୟ ରହିଥିଲା।