Advertisement
Article Detail0/zeeodisha/odisha2666404
Zee OdishaOdisha StateOdisha News: ବନ୍ଧ୍ୟାକରଣ ଆସ୍ତ୍ରୋପଚାର ବେଳେ ଜଣେ ମହିଳା ଗୁରୁତର, ଜଣେ ମୃତ

Odisha News: ବନ୍ଧ୍ୟାକରଣ ଆସ୍ତ୍ରୋପଚାର ବେଳେ ଜଣେ ମହିଳା ଗୁରୁତର, ଜଣେ ମୃତ

Odisha News: ଗତକାଲି ବନ୍ଧ୍ୟାକରଣ ଆସ୍ତ୍ରୋପଚାର ପାଇଁ ଏରସମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସିଥିବା ଦୁଇ ଜଣ ମହିଳାଙ୍କ ମଧ୍ୟରୁ ଜଣେ ଗୁରୁତର ହୋଇଥିବା ବେଳେ ଆଜି କଟକ ବଡ଼ ମେଡିକାଲରେ ଜଣକର ମୃତ୍ୟୁ ହୋଇଛି। ସେମାନେ ହେଲେ ଗଡହରିଷପୁର ପଞ୍ଚାୟତ ମଠ ସାହି ଗାଁ ର ମୃତକ କାମିନୀ କାଣ୍ଡି ଓ ଗୁରୁତର ସରସ୍ୱତୀ ମର୍ମୁ।

Odisha News: ବନ୍ଧ୍ୟାକରଣ ଆସ୍ତ୍ରୋପଚାର ବେଳେ ଜଣେ ମହିଳା ଗୁରୁତର, ଜଣେ ମୃତ
Odisha News:(ନାରାୟଣ ବେହେରା) ବନ୍ଧ୍ୟାକରଣ ଆସ୍ତ୍ରୋପଚାର ବେଳେ ଜଣେ ମହିଳା ଗୁରୁତର ଜଣେ ମୃତ। ଜଗତସିଂହପୁର ଜିଲା ଏରସମାରେ ଅଘଟଣ। ଗତକାଲି ବନ୍ଧ୍ୟାକରଣ ଆସ୍ତ୍ରୋପଚାର ପାଇଁ ଏରସମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସିଥିବା ଦୁଇ ଜଣ ମହିଳାଙ୍କ ମଧ୍ୟରୁ ଜଣେ ଗୁରୁତର ହୋଇଥିବା ବେଳେ ଆଜି କଟକ ବଡ଼ ମେଡିକାଲରେ ଜଣକର ମୃତ୍ୟୁ ହୋଇଛି। ସେମାନେ ହେଲେ ଗଡହରିଷପୁର ପଞ୍ଚାୟତ ମଠ ସାହି ଗାଁ ର ମୃତକ କାମିନୀ କାଣ୍ଡି ଓ ଗୁରୁତର ସରସ୍ୱତୀ ମର୍ମୁ।
 
 ଏମାନେ ବନ୍ଧ୍ୟାକରଣ ଆସ୍ତ୍ରୋ ପଚାର ପାଇଁ ଏରସମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆସିଥିଲେ। ଅସ୍ତ୍ରୋପଚାର ସମୟରେ ସେହି ଦୁଇ ମହିଳା ଗୁରୁତର ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଥିଲା। ତେବେ ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନା କୁ ପଠାଇ ଦିଆଯାଇଛି। ତେବେ କାମିନୀ କାଣ୍ଡିଙ୍କର କଟକ ବଡ଼ ମେଡ଼ିକାଲ ରେ ମୃତ୍ୟୁ ହୋଇ ଥିବା ସୂଚନା ମିଳିଛି। ଗୁରୁତର ଥିବା ସରସ୍ୱତୀ ମୁର୍ମୁଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି। ଅସ୍ତ୍ରୋପଚାର ପରେ ଏମାନେ କାହିଁକି ଅସୁସ୍ଥ ହେଲେ ଓ ଜଣଙ୍କର କେଉଁ କାରଣରୁ ମୃତ୍ୟୁ ହେଲା ତାହା ସ୍ପଷ୍ଟ ହୋଇ ପାରି ନଥିବା ବେଳେ ମୃତକଙ୍କ ଶବ ବ୍ୟବଛେଦ ପରେ ହିଁ ସ୍ପଷ୍ଟ ହେବ ବୋଲି ଜଣା ଯାଇଛି।
Add Zee News as a Preferred Source
About the Author