Advertisement
Article Detail0/zeeodisha/odisha2763539
Zee OdishaOdisha StateOdisha News: ଭୁବନେଶ୍ୱରରେ ଖୁବ୍‌ଶୀଘ୍ର ଖୋଲିୂ NIA ବ୍ରାଞ୍ଚ୍, ସରକାର ଜାରି କଲେ ବିଜ୍ଞପ୍ତି

Odisha News: ଭୁବନେଶ୍ୱରରେ ଖୁବ୍‌ଶୀଘ୍ର ଖୋଲିୂ NIA ବ୍ରାଞ୍ଚ୍, ସରକାର ଜାରି କଲେ ବିଜ୍ଞପ୍ତି

NIA Bhubaneswar office: ଓଡ଼ିଶାରେ ଖୁବ୍‌ଶୀଘ୍ର ଜାତୀୟ ତଦନ୍ତ ସଂସ୍ଥା (NIA)ର ଏକ ଶାଖା ପ୍ରତିଷ୍ଠା କରାଯିବ। ରାଜ୍ୟ ସରକାରଙ୍କ ଗୃହ ବିଭାଗ ଏ ସମ୍ପର୍କରେ ଏକ ବିଜ୍ଞପ୍ତି ଜାରି କରିଛି।

 

ଭୁବନେଶ୍ୱରରେ ଖୁବ୍‌ଶୀଘ୍ର ଖୋଲିୂ NIA ବ୍ରାଞ୍ଚ୍
ଭୁବନେଶ୍ୱରରେ ଖୁବ୍‌ଶୀଘ୍ର ଖୋଲିୂ NIA ବ୍ରାଞ୍ଚ୍

NIA Bhubaneswar office: ଓଡ଼ିଶାରେ ଖୁବ୍‌ଶୀଘ୍ର ଜାତୀୟ ତଦନ୍ତ ସଂସ୍ଥା (NIA)ର ଏକ ଶାଖା ପ୍ରତିଷ୍ଠା କରାଯିବ। ରାଜ୍ୟ ସରକାରଙ୍କ ଗୃହ ବିଭାଗ ଏ ସମ୍ପର୍କରେ ଏକ ବିଜ୍ଞପ୍ତି ଜାରି କରିଛି। ଖବର ଅନୁସାରେ NIA ଶାଖା ପ୍ରାରମ୍ଭିକ ଭାବରେ ଭୁବନେଶ୍ୱରର VSS ନଗରରେ କାର୍ଯ୍ୟ କରିବ। ଶାଖାର ମୁଖ୍ୟ ଭାବରେ ଜଣେ SP ସମକକ୍ଷ ପଦାଧିକାରୀଙ୍କୁ ନିଯୁକ୍ତ କରାଯିବ। NIAର ଏହି ଶାଖା ଓଡ଼ିଶାରେ ଅପରାଧିକ ଏବଂ ଆତଙ୍କବାଦୀ କାର୍ଯ୍ୟକଳାପର ତ୍ୱରିତ ତଦନ୍ତରେ ସାହାଯ୍ୟ କରିବ।

ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଘୋଷଣା କରିଥିଲେ ଯେ ଆତଙ୍କବାଦ ମାମଲାଗୁଡ଼ିକର ମୁକାବିଲା ପାଇଁ ସରକାର ସମସ୍ତ ରାଜ୍ୟରେ ଜାତୀୟ ତଦନ୍ତ ସଂସ୍ଥା (NIA)ର ଶାଖା ସ୍ଥାପନ କରିବେ। ସୀମାପାର ଅପରାଧ, ସୀମାପାର ଆତଙ୍କବାଦ ଏବଂ ସଂଗଠିତ ଅପରାଧର ମୁକାବିଲା ପାଇଁ ରାଜ୍ୟଗୁଡ଼ିକୁ କେନ୍ଦ୍ର ସହିତ ହାତ ମିଳାଇବାକୁ ମନ୍ତ୍ରୀ ମଧ୍ୟ କହିଥିଲେ।

fallback

Add Zee News as a Preferred Source

ବର୍ତ୍ତମାନ NIAର ଦିଲ୍ଲୀ, ହାଇଦ୍ରାବାଦ, ଗୌହାଟୀ, କୋଚି, ଲକ୍ଷ୍ନୌ, ମୁମ୍ବାଇ, କୋଲକାତା, ରାୟପୁର, ଜମ୍ମୁ, ଚଣ୍ଡିଗଡ଼, ରାଞ୍ଚି, ଚେନ୍ନାଇ, ଇମ୍ଫାଲ, ବେଙ୍ଗାଲୁରୁ ଏବଂ ପାଟନାରେ ୧୫ ଟି ଶାଖା ଅଛି।

ଏନଆଇଏକୁ ଅତିରିକ୍ତ କ୍ଷେତ୍ରାଧିକାର ପ୍ରଦାନ କରାଯାଇଛି ଏବଂ ଆତଙ୍କବାଦୀଙ୍କ ଦ୍ୱାରା ଅର୍ଜିତ ସମ୍ପତ୍ତି ଜବତ କରିବାର କ୍ଷମତା ମଧ୍ୟ ଦିଆଯାଇଛି।

About the Author