)
Odisha News: ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ନରେନ୍ଦ୍ରପୁର ଅଞ୍ଚଳରୁ ୧ ଲକ୍ଷ ୬୦ ହଜାର ଟଙ୍କା ର ବ୍ରାଉନ ସୁଗାର ଜବତ କରିଛି କୁଜଙ୍ଗ ପୋଲିସ। ଜଗତସିଂହପୁର ଏସପିଙ୍କ ନିର୍ଦ୍ଦେଶରେ ଜିଲ୍ଲାକୁ ବ୍ରାଉନ ସୁଗାର ମୁକ୍ତ କରିବା ପାଇଁ ପୋଲିସ ଏବେ ତତ୍ପର ହୋଇଥିବା ବେଳେ ଏହି ଘଟଣାରେ ଦୁଇଜଣ ଙ୍କୁ ଗିରଫ କରାଯାଇଛି ଏବଂ ତାଙ୍କ ନିକଟରୁ ୧୭,୪୦୦ ଟଙ୍କା, ଦୁଇଟି ମୋବାଇଲ ଜବତ କରାଯାଇଛି। ଗିରଫ ଦୁଇଜଣ ଯୁବକ ହେଲେ ବିକାଶ ନାୟକ ଓ ପ୍ରକାଶ କୁଅଁର । ସେମାନେ ବ୍ରାଉନ ସୁଗାର ବିକ୍ରି କରୁଥିବା ବେଳେ କୁଜଙ୍ଗ ପୋଲିସ ଉଭୟଙ୍କୁ ମାଡ଼ି ବସିଥିଲା। ତାଙ୍କ ପକେଟ ରୁ ୧୬ ଗ୍ରାମ ୫୨ ମିଲି ଗ୍ରାମ ର ବ୍ରାଉନ ସୁଗାର ଜବତ ହୋଇଛି, ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲିି ତିର୍ତ୍ତୋଲ ଏସଡିପିଓ ପ୍ରକାଶ କରିଛନ୍ତି।