Advertisement
Article Detail0/zeeodisha/odisha2779259
Zee OdishaOdisha StateOdisha News: ଲାଞ୍ଚ ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଗିରଫ

Odisha News: ଲାଞ୍ଚ ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଗିରଫ

  ଭୁବନେଶ୍ୱର:ଲାଞ୍ଚ ନେଉଥିବା ବେଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକଙ୍କୁ ମାଡି ବସିଲା ସିବିଆଇ। ଜଣେ ଖଣି ବ୍ୟବସାୟୀଙ୍କ ଠାରୁ ୫୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଛି ସିବିଆଇ। ସ୍ୱାସ୍ଥ୍ୟ ପରୀକ୍ଷା ପରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଚିନ୍ତନ ରଘୁବଂଶୀଙ୍କୁ ଗିରଫ କରିଥିବା ନେଇ ସୂଚନା ରହିଛି। 

Odisha News: ଲାଞ୍ଚ ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଗିରଫ

Odisha News:  ଭୁବନେଶ୍ୱର:ଲାଞ୍ଚ ନେଉଥିବା ବେଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକଙ୍କୁ ମାଡି ବସିଲା ସିବିଆଇ। ଜଣେ ଖଣି ବ୍ୟବସାୟୀଙ୍କ ଠାରୁ ୫୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଛି ସିବିଆଇ। ସ୍ୱାସ୍ଥ୍ୟ ପରୀକ୍ଷା ପରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଚିନ୍ତନ ରଘୁବଂଶୀଙ୍କୁ ଗିରଫ କରିଥିବା ନେଇ ସୂଚନା ରହିଛି। 

ସୂଚନା ମୁତାବକ ଆର୍ଥିକ ନେଣଦେଣର ଅନିୟମିତତା ଅଭିଯୋଗରେ ଢେଙ୍କାନାଳର ଖଣି ବ୍ୟବସାୟୀ ରତିକାନ୍ତ ରାଉତ ଓରଫ ଲୁଲୁଙ୍କ ଉପରେ ଗତ ଜାନୁଆରୀ ମାସରେ ୧୪ଟି ସ୍ଥାନ ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢାଉ କରିଥିଲା। ଏହି ସମୟରେ ତାଙ୍କୁ ଗିରଫ କରାଯିବା ସହିତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କୋର୍ଟରେ ତାଙ୍କୁ ହାଜର କରାଯାଇଥିଲା। ତେବେ ଏହି ଅନିୟମିତତା ନେଣଦେଣର ସମାଧାନ ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଚିନ୍ତନ ରଘୁବଂଶୀ ୫ କୋଟି ଟଙ୍କା ଲାଞ୍ଚ ମାଗିଥିଲେ। ପରେ ଏତେ ଟଙ୍କା ଦେଇପାରିବେନି ବୋଲି ଲୁଲୁ କହିଥିଲେ। ଫଳରେ ୨ କୋଟି ଟଙ୍କାରେ ଡିଲ ଫାଇନାଲ କରିଥିଲେ। ଏହାପରେ ଜଣେ ମଧ୍ୟସ୍ଥିଙ୍କ ଜରିଆରେ ଗତକାଲି ସନ୍ଧ୍ୟାରେ ୫୦ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ପୂର୍ବରୁ ସମୟ ଓ ସ୍ଥାନ ଧାର୍ଯ୍ୟ କରାଯାଇଥିଲା। 

ତେବେ ଲାଞ୍ଚ ଟଙ୍କା ଦିଆଯିବା ସମ୍ପର୍କିତ ସମସ୍ତ ସୂଚନା ପୂର୍ବରୁ ସିବିଆଇକୁ ଜଣାଇଥିଲେ ରତିକାନ୍ତ। ରତିକାନ୍ତଙ୍କ ଠାରୁ ସୂଚନା ପାଇ ଚିନ୍ତନଙ୍କୁ ଗିରଫ କରିବା ପାଇଁ ସମସ୍ତ ବ୍ୟବସ୍ଥା ଆପଣାଇଥିଲା ସିବିଆଇ। ପୂର୍ବ ଯୋଜନା ଅନୁସାରେ ଗତକାଲି ସନ୍ଧ୍ୟାରେ ଲାଞ୍ଚ ଟଙ୍କା କାରବାର ସମୟରେ ସିବିଆଇ ଚିନ୍ତନଙ୍କୁ ଅଟକ କରିଥିଲା। ସନ୍ଧ୍ୟାରେ ଅଟକ ରଖିବା ପରେ ସିବିଆଇ କ୍ୟାପିଟାଲ ହସ୍ପିଟାଲରେ ତାଙ୍କର ସ୍ୱାସ୍ଥ୍ୟ ଯାଞ୍ଚ କରାଇଥିଲା। ସ୍ୱାସ୍ଥ୍ୟ ଯାଞ୍ଚ କରାଇବା ପରେ ଆଜି ତାଙ୍କୁ ଗିରଫ କରିଛି। ତାଙ୍କ ନିକଟରୁ ୨୦ ଲକ୍ଷ ଟଙ୍କା ନଗଦ ଜବତ କରିଛି। ସେପଟେ ସିବିଆଇ ପକ୍ଷରୁ ଅଧିକ ସୂଚନା ପ୍ରଦାନ କରାଯାଇନାହିଁ। 

Add Zee News as a Preferred Source
About the Author