)
Odisha News: ୫ଟି ଉପକ୍ରମରେ ''ଆମ ହସପିଟାଲ'' (ama hospital) ଯୋଜନାରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ (chief minister naveen patnaik ) ଦ୍ୱାରା ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ୧୦୦ ଶଯ୍ୟା ବିଶିଷ୍ଟ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ରର ଲୋକାର୍ପଣ ହୋଇଯାଇଛି । ଜିଲ୍ଲାର ଅନ୍ୟ ୪ଟି ହସପିଟାଲ ବିରିଡି ପ୍ରାଥମିକ ଚିକିତ୍ସାଳୟ,ମଣିଜଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର,ବାଲିକୁଦା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ରଘୁନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆମ ହସ୍ପିଟାଲ ଯୋଜନାରେ ଉନ୍ନତିକରଣ କରାଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ସେଗୁଡିକୁ ଲୋକାର୍ପିତ କରିଛନ୍ତି । ଏହା ସହିତ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଜିଲ୍ଲାକୁ ଆହୁରି ଆଗକୁ ନେବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟରେ ଆବଶ୍ୟକ ହେଉଥିବା ଜମି ପାଇଁ ମଧ୍ୟ ବ୍ୟବସ୍ଥା ହୋଇଥିବା ୫ଟି ସଚିବ କହିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଏହି ପଦକ୍ଷେପ ଆଗାମୀ ଦିନରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏକ ନୂଆ ଦିଶା ଦେଖାଇବ ବୋଲି କହିଥିଲେ ସରକାରୀ ମୁଖ୍ୟ ସଚେତକ ତଥା ଜଗତସିଂହପୁର ବିଧାୟକ ।