Odisha News: କଟକ ସହରରେ ୩୬ ଘଣ୍ଟା ପାଇଁ କର୍ଫ୍ୟୁ ଜାରି କରାଯାଇଥିଲା। ଆସନ୍ତାକାଲି ଦିନ ୧୦ ଘଟିକା ପରେ ଘଟଣାକୁ ଅନୁଧ୍ୟାନ କରି କର୍ଫ୍ୟୁ ବଳବତ୍ତର ରହିବ କି କୋହଳ କରାଯିବ। ସେଥିଉପରେ ସୂଚନା ଦିଆଯିବ ବୋଲି ପୋଲିସ୍ କମିଶନର ଏହି ସମ୍ପର୍କ ରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସୁଚନା ଦେଇଛନ୍ତି।
Trending Photos
)

ଆଜି ସଂନ୍ଧ୍ୟା ୭ଟାରୁ ଇଣ୍ଟରନେଟ୍ ସେବା ଇଣ୍ଟରନେଟ୍ ସେବାକୁ ବନ୍ଦ କରାଯାଇଛି। କଟକ ଜିଲ୍ଲାପାଳଙ୍କ ସୁପାରିସ୍ ରେ ଗୃହ ବିଭାଗ ପକ୍ଷରୁ କଟକଣା ଜାରି ହୋଇଛି। ହ୍ବାଟ୍ସଆପ୍, ଫେସ୍ବୁକ୍, ଇନ୍ଷ୍ଟାଗ୍ରାମ୍, ଏକ୍ସ ଓ ସ୍ନାପ୍ଚାଟ୍ ବନ୍ଦ ରହିଛି। ବିଶେଷକରି,ସିଏମ୍ସି, ସିଡିଏ, ବୟାଳିଶି ମୌଜାରେ କଟକଣା ବଳବତ୍ତର ରହିଛି। କଟକଣାରୁ ରେଲୱେ, ବ୍ୟାଙ୍କ ଓ ବିଭିନ୍ନ ସରକାରୀ ସେବା ବାଦ୍ ପଡିଛି।
କର୍ଫ୍ୟୁ ସମୟରେ ଆଇନ ଉଲ୍ଲଘଂନ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି। ୮ ଜଣ ଗଣ୍ଡଗୋଳ କାରୀ ଙ୍କୁ ପୋଲିସ ଗିରଫ କରିଛି। ତାଙ୍କ ବିରୁଦ୍ଧରେ ୩ଟି କେସ ରୁଜ୍ଜୁ କରାଯାଇଛି। ଆବଶ୍ୟକ ପଡିଲେ ଗଣ୍ଡଗୋଳକାରୀ ଙ୍କ ବିରୁଦ୍ଧ ଦୃଢ଼ କାର୍ଯ୍ୟାନୁଷ୍ଠାନ କରାଯିବ। ବର୍ତ୍ତମାନ ସିସିଟିଭି ଏବଂ ଭିଡିଓ ଫୁଟେଜ ଯାଞ୍ଚ କରି ବିଶୃଙ୍ଖଳାକରୀଙ୍କୁ ଚିହ୍ନଟ କରି ଗିରଫ କରାଯିବ । ଆଜି କେନ୍ଦ୍ରାଞ୍ଚଳ ଆର-ଡିସି ,ପୋଲିସ କମିଶନର,ଜିଲ୍ଲାପାଳଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ ମାନେ ସମ୍ବେଦନଶୀଳ ସ୍ଥାନ ବୁଲି ଦେଖି ଥିଲେ।