)
Congress : ଆଗକୁ ଆସୁଛି ନିର୍ବଚନ। କେନ୍ଦ୍ରର ବିଜେପି ଓ ରାଜ୍ୟର ବିଜେଡି ସରକାରର ବିଫଳତାକୁ ବିରୋଧ କରି ଅସନ୍ତୋଷ ତେଜିବାରେ ଲାଗିଛି। ୨୪ ବର୍ଷ ଶାସନ ପରେ ମଧ୍ୟ ମୌଳିକ ସମସ୍ୟାର ସମାଧାନ ହୋଇପାରୁନି। ତେଣୁ ଆଜି ସକାଳ ୧୧ଟାରେ ରାଜ୍ୟ ସଚିବାଳୟ( ଲୋକସେବା ଭବନ) ଘେରାଉ କରିବ କଂଗ୍ରେସ। ପିସିସି ସଭାପତି ଶରତ ପଟ୍ଟନାୟକ ଏଭଳି ଚେତାବନୀ ଦେଇଛନ୍ତି। ଏହି ଘେରାଉରେ ହଜାର ହଜାର କଂଗ୍ରେସ କର୍ମୀ ଯୋଗ ଦେବେ। ବିଶାଳ ଶୋଭାଯାତ୍ରାରେ କଂଗ୍ରେସ ଭବନରୁ ବାହାରି ଲୋୟର ପିଏମଜି ହୋଇ ଲୋକସେବା ଭବନ ଅଭିମୁଖେ ଯିବେ ବୋଲି ପିସିସି ସଭାପତି କହିଛନ୍ତି।
ରାଜ୍ୟର ସବୁ ବ୍ଲକକୁ ଏପର୍ଯ୍ୟନ୍ତ ଜଳସେଚନ ସୁବିଧା ମିଳିପାରିଲା ନାହିଁ। ଧାନର ଅଭାବି ବିକ୍ରି ସମସ୍ୟାର ସମାଧାନ ହୋଇପାରୁନି। ଚାଷୀଙ୍କୁ ଧାନର ସର୍ବାଧିକ ସହାୟକ ମୂଲ୍ୟ ୨୯୩୦ ଟଙ୍କା ମିଳିପାରୁନି। ରାଜ୍ୟରେ ୧ ଲକ୍ଷ କୋଟି ଟଙ୍କାର ଖଣି ଦୁର୍ନିତୀ, ୨୦ ହଜାର କୋଟି ଟଙ୍କାର ଚିଟଫଣ୍ତ, ଦୁର୍ନୀତି, ପାନୀୟ ଜଳ ଯୋଗାଣରେ ୩୩ ହଜାର କୋଟି ଟଙ୍କାର ଠିକା ଦୁର୍ନୀତି, ବିଦ୍ୟୁତ୍ ସେବା ଭିତ୍ତି ଭୂମି ଆଳରେ ୩୫ ହଜାର କୋଟି ଟଙ୍କାର ଦୁର୍ନିତୀ ଅଭିଯୋଗ ଆସିଛି। ଏସବୁ ଦୁର୍ନୀତି ପ୍ରତିବାଦରେ ଆଜି ଆନ୍ଦୋଳନ ବ୍ୟାପକ ହେବ।