Advertisement
Article Detail0/zeeodisha/odisha2174341
Zee OdishaOdisha StateOdisha News: ଆଜି ଚୈତ୍ର ମାସର ପ୍ରଥମ ମଙ୍ଗଳବାର, ରାଜରାଜେଶ୍ବରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମଙ୍ଗଳା

Odisha News: ଆଜି ଚୈତ୍ର ମାସର ପ୍ରଥମ ମଙ୍ଗଳବାର, ରାଜରାଜେଶ୍ବରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମଙ୍ଗଳା

Odisha News: ଆଜି ଚୈତ୍ର ମାସର ପ୍ରଥମ ମଙ୍ଗଳବାର। ଏନେଇ ଚଳଚଞ୍ଚଳ ହୋଇ ଉଠିଛି କାକଟପୁରର ମାଆଙ୍କ ପୀଠ। ଚୈତ୍ର ମାସର ପ୍ରଥମ ମଙ୍ଗଳବାରରେ ରାଜରାଜେଶ୍ବରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମାଆ।  ଏନେଇ ପୀଠରେ ଚାଲିଛି ସ୍ବତନ୍ତ୍ର ପୂଜାର୍ଚ୍ଚନା ସହ ହୋମଯଜ୍ଞ। 

Odisha News: ଆଜି ଚୈତ୍ର ମାସର ପ୍ରଥମ ମଙ୍ଗଳବାର, ରାଜରାଜେଶ୍ବରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମଙ୍ଗଳା

Odisha News: ଆଜି ଚୈତ୍ର ମାସର ପ୍ରଥମ ମଙ୍ଗଳବାର। ଏନେଇ ଚଳଚଞ୍ଚଳ ହୋଇ ଉଠିଛି କାକଟପୁରର ମାଆଙ୍କ ପୀଠ। ଚୈତ୍ର ମାସର ପ୍ରଥମ ମଙ୍ଗଳବାରରେ ରାଜରାଜେଶ୍ବରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମାଆ।  ଏନେଇ ପୀଠରେ ଚାଲିଛି ସ୍ବତନ୍ତ୍ର ପୂଜାର୍ଚ୍ଚନା ସହ ହୋମଯଜ୍ଞ। ମନ୍ଦିର ପ୍ରଶାସନ ପକ୍ଷରୁ ମାଆ ମଙ୍ଗଳାଙ୍କ ପାଇଁ ୧ କେଜି ଓଜନର ସୁନା ମୁକୁଟ ମଧ୍ୟ ପ୍ରସ୍ତୁତ କରାଯାଇଛି। ଭକ୍ତମାନେ ଯେପରି ଶାନ୍ତିଶୃଙ୍ଖଳାରେ ଦର୍ଶନ କରିବେ ସେନେଇ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। 

ALSO READ: Asia's Billionaire Capital: ବେଜିଂକୁ ପଛରେ ପକାଇଲା ମୁମ୍ବାଇ: ଏସିଆର ସର୍ବାଧିକ ଅରବପତି ହୋଇଛନ୍ତି ଠୁଳ

ସୂଚନା ଯୋଗ୍ୟ, ପରମ୍ପରା ଅନୁଯାୟୀ କାକଟପୁରବାସିନୀ ମା ମଙ୍ଗଳାଙ୍କ ପୀଠରେ ଧୁମଧାମରେ ଝାମୁଯାତ୍ରା ବା ନେତ୍ର ଉତ୍ସବ ଚାଲିଛି।  ଏହି ଝାମୁ ଯାତ୍ରା ଅବସରରେ ମାନସିକଧାରୀ ମହିଳାଙ୍କ ପନ୍ଥେଇ ପୂଜା, ପାଟୁଆ ନୃତ୍ୟ ଓ ଯାଦବ ଭାଇଙ୍କ ଲଉଡ଼ି ଖେଳର ପରମ୍ପରା ରହିଛି । କେବଳ ସେତିକି ନୁହେଁ,  ଆଜିର ଦିନରେ ମନ୍ଦିରରେ ନୂତନ ନେତ ବନ୍ଧା ହେବାର ବିଧି ରହିଛି । ପାହାନ୍ତା ପ୍ରହରରୁ ମନ୍ଦିର ପହଡ଼ ଫିଟା ନୀତି ଆରମ୍ଭ ହୋଇ ମଙ୍ଗଳ ଆଳତି, ସ୍ନାନ ଓ ମଜଣା କରାଯାଇ ମା’ଙ୍କୁ ବେଶ କରାଯାଇଛି ।

Add Zee News as a Preferred Source
About the Author