Advertisement
Article Detail0/zeeodisha/odisha2904656
Zee OdishaOdisha StateMaobadi: ଧ୍ୱଂସ ହେଲା ମାଓ ଶିବିର, ଭୁଶୁଡ଼ିଲା ଲାଲ ଗଡ଼

Maobadi: ଧ୍ୱଂସ ହେଲା ମାଓ ଶିବିର, ଭୁଶୁଡ଼ିଲା ଲାଲ ଗଡ଼

Maobadi: ଲଗାତାର ୫ ଦିନ ଧରି ଜାରି ରହିଥିଲା ମାଓ ଦମନ ଅପରେସନ। ଅଭୁଝମାଡ଼ ଜଙ୍ଗଲରେ ମାଓବାଦୀଙ୍କ କୁତୁଲ ଏରିଆ କମିଟି ସୁରକ୍ଷାକର୍ମୀ ଦେଖି ଆଖିବୁଜା ଗୁଳି ଚାଳନା କରିଥିଲେ। ଯାହାର ପାଲଟା ଜବାବ ଦେଇଥିଲେ ସୁରକ୍ଷା କର୍ମୀ। ଘଟଣାରେ କିଛି ମାଓବାଦୀ ପ୍ରାଣ ହରାଇଥିବା ଆଶଙ୍କା କରୁଛି ପୋଲିସ।

Maobadi: ଧ୍ୱଂସ ହେଲା ମାଓ ଶିବିର, ଭୁଶୁଡ଼ିଲା ଲାଲ ଗଡ଼

Maobadi:(ଅଭୟ ମହାନ୍ତି) ଧ୍ୱଂସ ହେଲା ମାଓ ଶିବିର, ଭୁଶୁଡ଼ିଲା ଲାଲ ଗଡ଼। ମାଲକାନଗିରି ଛତିଶଗଡ ସିମାନ୍ତ ନାରାୟଣପୁରଜିଲ୍ଲାର ଆବୁଝମାଡ ଜଙ୍ଗଲରେ ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ବଡ଼ ଧରଣର ଗୁଳି ବିନିମୟ ହୋଇଛି। ଏନକାଉଣ୍ଟର ରେ କିଛି ମାଓବାଦୀ ପ୍ରାଣ ହରାଇଥିବା ଆଶଙ୍କା କରାଯାଉଛି। ଘଟଣା ସ୍ଥଳରୁ ଶତାଧିକ ବନ୍ଧୁକ ସହ ବିପୁଳ ପରିମାଣର ବିସ୍ପୋରକ ସାମଗ୍ରୀ ଜବତ ହୋଇଛି। ଯାହା ମଧ୍ୟରେ ରହିଛି LMG, AK-47, INSAS, SLR ଓ ଷ୍ଟେନ୍ ଗନ୍ ଭଳି ଅନେକ ଅତ୍ୟାଧୁନିକ ବନ୍ଧୁକ। 

ଏହା ସହିତ BGL ସେଲ୍, ଡିଟୋନିଟର, କୋଡେକ୍ସ ଭଳି ଅନେକ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି। ନାରାୟଣପୁର ଜିଲ୍ଲାର DRG ବାହିନୀ STF ଓ ITBP ର ଜବାନ ମିଳିତ ଅପରେସନ ବେଳେ ସୁରକ୍ଷା କର୍ମୀଙ୍କୁ ଏହି ସଫଳତା ମିଳିଛି। ଲଗାତାର ୫ ଦିନ ଧରି ଜାରି ରହିଥିଲା ମାଓ ଦମନ ଅପରେସନ। ଅଭୁଝମାଡ଼ ଜଙ୍ଗଲରେ ମାଓବାଦୀଙ୍କ କୁତୁଲ ଏରିଆ କମିଟି ସୁରକ୍ଷାକର୍ମୀ ଦେଖି ଆଖିବୁଜା ଗୁଳି ଚାଳନା କରିଥିଲେ। ଯାହାର ପାଲଟା ଜବାବ ଦେଇଥିଲେ ସୁରକ୍ଷା କର୍ମୀ। ଘଟଣାରେ କିଛି ମାଓବାଦୀ ପ୍ରାଣ ହରାଇଥିବା ଆଶଙ୍କା କରୁଛି ପୋଲିସ।

Add Zee News as a Preferred Source
About the Author