Advertisement
Article Detail0/zeeodisha/odisha2739390
Zee OdishaOdisha StateOdisha News: ଏକତରଫା ପ୍ରେମର କରୁଣ ପରିଣତି, ନାବାଳିକାଙ୍କ ଘରେ ପିଶି...

Odisha News: ଏକତରଫା ପ୍ରେମର କରୁଣ ପରିଣତି, ନାବାଳିକାଙ୍କ ଘରେ ପିଶି...

Odisha News: ଏକତରଫା ପ୍ରେମକୁ ନେଇ ନାବାଳିକାଙ୍କୁ ନିର୍ମମ ହତ୍ୟା । ଘରେ ପଶି ନାବାଳିକାକୁ ଶାବଳ ଓ ବ୍ଲେଡ଼ରେ ହତ୍ୟା କରି ଫେରାର ହୋଇଗଲା ଯୁବକ । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ବ୍ରହ୍ମପୁର ପୋଲିସ ଜିଲ୍ଲା ଅନ୍ତର୍ଗତ ଗୋପାଳପୁର ଥାନା ଅନ୍ତର୍ଗତ କରାପଲ୍ଲୀରୁ । କରାପଲ୍ଲୀର ପ୍ରଫୁଲ୍ଲ ସାହୁଙ୍କ ୧୭ ବର୍ଷିୟ ସାନ ଝିଅ କ୍ରୀତି ସାହୁ ଗତକାଲି ଭୋର ୬ଟା ସମୟରେ ଘରେ ଏକୁଟିଆ ରହିଥିଲେ ।

Odisha News: ଏକତରଫା ପ୍ରେମର କରୁଣ ପରିଣତି, ନାବାଳିକାଙ୍କ ଘରେ ପିଶି...

Odisha News: ଏକତରଫା ପ୍ରେମକୁ ନେଇ ନାବାଳିକାଙ୍କୁ ନିର୍ମମ ହତ୍ୟା । ଘରେ ପଶି ନାବାଳିକାକୁ ଶାବଳ ଓ ବ୍ଲେଡ଼ରେ ହତ୍ୟା କରି ଫେରାର ହୋଇଗଲା ଯୁବକ । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ବ୍ରହ୍ମପୁର ପୋଲିସ ଜିଲ୍ଲା ଅନ୍ତର୍ଗତ ଗୋପାଳପୁର ଥାନା ଅନ୍ତର୍ଗତ କରାପଲ୍ଲୀରୁ । କରାପଲ୍ଲୀର ପ୍ରଫୁଲ୍ଲ ସାହୁଙ୍କ ୧୭ ବର୍ଷିୟ ସାନ ଝିଅ କ୍ରୀତି ସାହୁ ଗତକାଲି ଭୋର ୬ଟା ସମୟରେ ଘରେ ଏକୁଟିଆ ରହିଥିଲେ ।

 ଏହି ସମୟରେ କେହି ଯୁବକ ଘର ମଧ୍ୟରେ ପଶି ଶାବଳ ଓ ବ୍ଲେଡ଼ରେ ପ୍ରୀତିଙ୍କ ବେକ, ହାତ ସହ ଶରୀରର ବିଭିନ୍ନ ସ୍ଥାନକୁ ଆକ୍ରମଣ କରି ହତ୍ୟା କରିବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ହତ୍ୟାକାଣ୍ଡର କିଛି ସମୟରେ ପରେ ପ୍ରୀତିଙ୍କ ବାପା ଆସି ଘରେ ଦେଖିଲା ବେଳକୁ ରକ୍ତଜୁଡ଼ୁବୁଡ଼ୁ ଅବସ୍ଥାରେ ପ୍ରୀତିଙ୍କ ମୃତଦେହ ପଡ଼ିଥିଲା । ଏନେଇ ପ୍ରୀତିଙ୍କ ବାପା ଗୋପାଳପୁର ଥାନାରେ ଅଭିଯୋଗ କରିଥିଲେ । ତେବେ ପ୍ରୀତି ବ୍ରହ୍ମପୁର ଆଇଟିଆଇରେ ପାଠ ପଢ଼ୁଥିଲେ । କିଛି ମାସ ପୂର୍ବରୁ ପ୍ରୀତିଙ୍କ ଜଣେ ଝିଅ ସାଙ୍ଗ ଜଣେ ପୁଅ ସହ କେଉଁ ଆଡ଼େ ପଳାଇଯାଇଥିଲା । 

ଏହାପରେ ସମ୍ପୃକ୍ତ ଝିଅର ଭାଇ ମୁନା ଖାନ ପ୍ରୀତିଙ୍କୁ ଏଥିପାଇଁ ଦାୟୀ କରିବା ସହିତ ସେ ପ୍ରୀତିଙ୍କୁ ଭଲ ପାଉଥିଲେ । ପ୍ରୀତିଙ୍କୁ ପ୍ରେମ ନିବେଦନ କରିବା ସହିତ ବାରମ୍ବାର ଫୋନ କରି ହଇରାଣ କରୁଥିଲେ ମୁନା । ଏନେଇ ପ୍ରୀତି ନିଜ ଘର ଲୋକଙ୍କୁ ଜଣାଇବା ପରେ ପ୍ରୀତିଙ୍କ ପରିବାର ଲୋକେ ଓ ମୁନାଙ୍କ ପରିବାର ଲୋକଙ୍କ ମଧ୍ୟରେ କରାପଲ୍ଲୀ ପଞ୍ଚାୟତର ଅନ୍ତରବାଟିଆ ଗାଁରେ ଏକ ବୈଠକ କରାଯାଇ ଘଟଣା କିଭଳି ଆଗକୁ ନ ବଢ଼ିବ ଓ ମୁନା ପ୍ରୀତିଙ୍କୁ ହଇରାଣ ନ କରିବ ସେ ନେଇ ମୁନାଙ୍କ ପରିବାରକୁ କୁହାଯାଇଥିଲା । କିନ୍ତୁ ହଠାତ୍‌ ଗତକାଲି ସକାଳୁ ମୁନା ଆସି ପ୍ରୀତିଙ୍କୁ ହତ୍ୟା କରିଥିବା ନେଇ ଅଭିଯୋଗ କରିଛନ୍ତି ପ୍ରୀତିଙ୍କ ବାପା ଓ ଭଉଣୀ ।

Add Zee News as a Preferred Source

ମୁନା ଓ ପ୍ରୀତିଙ୍କ ପରିବାର ମଧ୍ୟରେ ବୁଝାମଣା ହେବା ପରେ ମଧ୍ୟ ପ୍ରୀତିଙ୍କୁ ମୁନା ହଇରାଣ କରୁଥିଲେ । ଯାହାଫଳରେ ଆଇଟିଆଇ ପାଠପଢ଼ାରୁ ଅଧାରୁ ଛାଡ଼ିବାକୁ ବାଧ୍ୟ ହୋଇଥିଲେ ପ୍ରୀତି । ଗତ କିଛି ଦିନ ହେଲା ପ୍ରୀତି ନିଜ ମଉସାଙ୍କ ଘର ତଥା ବ୍ରହ୍ମପୁରକୁ ଯାତ୍ରା ଦେଖିବାକୁ ଯାଇଥିଲେ । ଗତକାଲି ଅପରାହ୍ନ ୧୧ଟା ସମୟରେ ନିଜ ଘର କରାପଲ୍ଲୀକୁ ଆସିଥିଲେ । ତେବେ ଗୁରୁବାର ସକାଳୁ ଏଭଳି ଘରେ କେହି ନଥିବାର ସୁଯୋଗ ପାଇ ମୁନା ପ୍ରୀତିଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିବା ବେଳେ ମୁନାଙ୍କୁ କଠୋର ଦଣ୍ଡ ଦିଆଯାଉ ବୋଲି ଦାବି କରିଛନ୍ତି ପ୍ରୀତିଙ୍କ ମଉସା । ସେପଟେ ପ୍ରୀତିଙ୍କ ପରିବାର ଲୋକଙ୍କ ପକ୍ଷରୁ ଅଭିଯୋଗ ପାଇବା ପରେ ଗୋପାଳପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ । 

ଗୋପାଳପୁର ଥାନା ଅଧିକାରୀଙ୍କ ସମେତ ସଦର ଏସଡ଼ିପିଓ, ସାଇଣ୍ଟିଫିକ୍‌ ଟିମ ଜରିଆରେ ତଦନ୍ତ ଆରମ୍ଭ ହୋଇଥିଲା । ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ଶାବଳ, ଦୁଇଟି ବ୍ଲେଡ଼କୁ ଜବତ କରାଯାଇଛି । ତେବେ ମୁନା ସହ ପ୍ରୀତିଙ୍କ କିଛି ବର୍ଷ ହେଲା ସମ୍ପର୍କ ରହିଥିଲା । ଯାହାକୁ ପ୍ରୀତି ବିରୋଧ କରି ଆସୁଥିବା ବେଳେ ମୁନା ଏଥିରେ ଉତ୍‌କ୍ଷୀପ୍ତ ହୋଇ ଏଭଳି ହତ୍ୟାକାଣ୍ଡ କରିଛି । ବର୍ତ୍ତମାନ ମୁନାଙ୍କୁ କାବୁ କରାଯାଇଥିବା ବେଳେ ଅନ୍ୟ ଜଣେ ଯୁବକ ତାଙ୍କୁ ସହଯୋଗ କରୁଥିବା ନେଇ ଜଣାପଡ଼ିଥିବା ବେଳେ ତାକୁ ମଧ୍ୟ ଅଟକ ରଖି ପଚରାଉଚୁରା କରାଯାଉଛି ବୋଲି କହିଛନ୍ତି ବ୍ରହ୍ମପୁର ଏସପି । ଏକତରଫା ପ୍ରେମକୁ ନେଇ ପ୍ରୀତିଙ୍କୁ ହତ୍ୟା କରାଯାଇଥିବା ନେଇ ପ୍ରାଥମିକ ତଦନ୍ତ ପୋଲିସ ଜାଣିବାକୁ ପାଇଥିବା ବେଳେ ହତ୍ୟାକାଣ୍ଡରେ ଆଉ କିଏ ସହଯୋଗ କରିଥିଲା କି ନାହିଁ ସେ ନେଇ ଅଧିକ ଖୋଳତାଡ଼ କରୁଛି ପୋଲିସ ।

About the Author