Advertisement
Article Detail0/zeeodisha/odisha2225584
Zee OdishaOdisha StateOdisha News: ଶିମିଳିପାଳରେ ଲାଗିଛି ନିଆଁ,ବିପଦରେ ବନ୍ୟଜନ୍ତୁ ଓ ମୂଲ୍ୟବାନ୍ ବୃକ୍ଷ

Odisha News: ଶିମିଳିପାଳରେ ଲାଗିଛି ନିଆଁ,ବିପଦରେ ବନ୍ୟଜନ୍ତୁ ଓ ମୂଲ୍ୟବାନ୍ ବୃକ୍ଷ

Odisha News: ଜଳୁଛି ଶିମିଳିପାଳ।  ଜାତୀୟ ଉଦ୍ୟାନ ଶିମିଳିପାଳରେ ଲାଗିଛି ନିଆଁ । ଆଜିକୁ ଦୁଇ ଦିନ ଧରି ଜଳୁଛି ଶିମିଳିପାଳ ଜାତୀୟ ଉଦ୍ୟାନ । ନିଆଁ ଲାଗିବା ପରେ ଧୂଆଁମୟ ହୋଇପଡିଛି ସମଗ୍ର ଅଞ୍ଚଳ। କେବଳ ସେତିକି ନୁହେଁ,ଜଙ୍ଗଲରେ ଲାଗି ଥିବା ନିଆଁ ଯୋଗୁଁ ଏବେ ବିପଦରେ ବନ୍ୟଜନ୍ତୁ ଓ ମୂଲ୍ୟବାନ୍ ଗଛ । 

Odisha News: ଶିମିଳିପାଳରେ ଲାଗିଛି ନିଆଁ,ବିପଦରେ ବନ୍ୟଜନ୍ତୁ ଓ ମୂଲ୍ୟବାନ୍ ବୃକ୍ଷ

Odisha News: ଜଳୁଛି ଶିମିଳିପାଳ।  ଜାତୀୟ ଉଦ୍ୟାନ ଶିମିଳିପାଳରେ ଲାଗିଛି ନିଆଁ । ଆଜିକୁ ଦୁଇ ଦିନ ଧରି ଜଳୁଛି ଶିମିଳିପାଳ ଜାତୀୟ ଉଦ୍ୟାନ । ନିଆଁ ଲାଗିବା ପରେ ଧୂଆଁମୟ ହୋଇପଡିଛି ସମଗ୍ର ଅଞ୍ଚଳ। କେବଳ ସେତିକି ନୁହେଁ,ଜଙ୍ଗଲରେ ଲାଗି ଥିବା ନିଆଁ ଯୋଗୁଁ ଏବେ ବିପଦରେ ବନ୍ୟଜନ୍ତୁ ଓ ମୂଲ୍ୟବାନ୍ ଗଛ ।  ତେବେ ନିଆଁ ଲିଭାଇବାରେ ନିୟୋଜିତ ହୋଇଛନ୍ତି ବନକର୍ମଚାରୀଙ୍କ ସହ ଓଡ୍ରାଫ ଏବଂ ଅଗ୍ନିଶମ ବାହିନୀ । ତେବେ ଅଧିକ ଉତ୍ତାପ ହେତୁ ନିଆଁ ଲିଭାଇବାରେ ସମସ୍ୟା ଦେଖାଦେଇଛି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ସେହିପରି ସକାଳ ୧୦ ଟା ହେଉଣୁ ବାରିପଦା ସହର ଖାଁ ଖାଁ ଲାଗୁଛି। ଯେଉଁଠି ଲୋକଙ୍କ ଭିଡ଼ ଲାଗିଥାଏ, ସେହିଭଳି ସକାଳ ପରିବା ମାର୍କେଟ ଜନଶୂନ୍ୟ ହୋଇପଡିଛି । ପିଇବା ପାଣି ସଙ୍କଟ ମଧ୍ୟ ସହରର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି । 

ALSO READ: Odia Film Industry: ଓଡ଼ିଆ ସିନେମାର ୮୮ତମ ସ୍ବନକ୍ଷତ୍ର ପାଳିତ

ନିକଟରେ, କେନ୍ଦୁଝର ଜିଲ୍ଲାରେ ବ୍ୟାପକ ଅଞ୍ଚଳରେ ଜଙ୍ଗଲରେ ନିଆଁ ଲାଗିଥିଲା । ଜିଲ୍ଲାର ୩ଟି ରେଞ୍ଜର ୩୬୦ଟି ସ୍ଥାନରେ ନିଆଁ ଲାଗିଥିବା ସୂଚନା ପ୍ରଦାନ କରିଥିଲେ କେନ୍ଦୁଝର ଡିଏଫଓ(DFO)। ଜିଲ୍ଲାର ବିଶେଷକରି, ଚମ୍ପୁଆ, କେନ୍ଦୁଝର ସଦର ଓ ବଂଶପାଳ ରେଞ୍ଜ ଅଞ୍ଚଳରେ ନିଆଁ ଲାଗିଥିଲା। ଜଙ୍ଗଲ ମଧ୍ୟରେ ୨୮୦ ଟି ସ୍ଥାନରେ ନିଆଁ ଲାଗିଥିବା ବେଳେ ଜଙ୍ଗଲ ବାହାରେ ୮୦ଟି ସ୍ଥାନରେ ନିଆଁ ଲାଗିଥିବା ଜଣାପଡିଛି। ପୋଡୁଚାଷ କରିବା ପାଇଁ, ମହୁଲ ଫୁଲ ଗୋଟାଇବାକୁ ଯାଉଥିବା ଲୋକେ, ଶୀକାର ପାଇଁ ତଥା ଜାଳେଣି କାଠ ସଂଗ୍ରହ କରୁଥିବା ଲୋକେ ଜଙ୍ଗଲରେ ନିଆଁ ଲଗାଉଛନ୍ତି ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି । ଗତ ୭ ଦିନ ମଧ୍ୟରେ ଖରାତାତି ବଢ଼ିଥିବା ଯୋଗୁଁ ଅଧିକ ମାତ୍ରାରେ ନିଆଁ ବ୍ୟାପୁଥିବା ସେ କହିଛନ୍ତି । ଲୋକଙ୍କୁ ଏଥିପାଇଁ ବ୍ୟାପକ ସଚେତନ କରାଯାଉଥିବା ବେଳେ, ନିଆଁ ଲାଗିବାର ୧ ଘଣ୍ଟା ମଧ୍ୟରେ ବନ ବିଭାଗ ପକ୍ଷରୁ ନିଆଁ ଲିଭାଯାଉଥିବା ସେ କହିଛନ୍ତି ।

Add Zee News as a Preferred Source
About the Author