Advertisement
Article Detail0/zeeodisha/odisha2676673
Zee OdishaOdisha StateOdisha News: ଏକେସିଜିରେ ଏସ୍ଏସ୍ଏସି ପରୀକ୍ଷାକୁ ନେଇ ରୋଗୀ ନିରାଶ

Odisha News: ଏକେସିଜିରେ ଏସ୍ଏସ୍ଏସି ପରୀକ୍ଷାକୁ ନେଇ ରୋଗୀ ନିରାଶ

Odisha News: (ପ୍ରେମାନନ୍ଦ ପୂଜାରୀ) ବହୁ ଆଶା ନେଇ ଆସିଥିବା ରୋଗୀଏଠାରେ ଯେଭଳି ମାନସିକତା ନେଇ ଫେରୁଛନ୍ତି ତାହା ରୋଗକଷ୍ଟ ଠାରୁ ବଳିଯାଉଛି। ଆଜି ପାଳଙ୍ଗ ଗ୍ରାମର ଜଣେ ଦୁଇ ବର୍ଷର ଶିଶୁର ଏଫ୍ଏନ୍‌ଏସି ପରୀକ୍ଷା ପାଇଁ ତାଙ୍କ ମା'' ଏମ୍‌କେସିଜିରେ ପହଞ୍ଚିଥିଲେ। ଧାଡ଼ିରେ ରହି ଟିକଟ କରିବା ପରେଶିଶୁଟିର ଦେହରେ ବଢ଼ୁଥିବା ମାଂସର ପରୀକ୍ଷା ପାଇଁ ଏମ୍‌ସ୍କେସିଜି ମହାବିଦ୍ୟାଳୟ ପରିସରରେ ଥିବା ପାଥୋଲୋଜିକୁ ଯାଇଥିଲେ ମା'' ଓ ଶିଶୁ ସେଠାରେ ପହଞ୍ଚିବା ବେଳେ କାର୍ଯ୍ୟରତ ଦୁଇ କର୍ମଚାରୀ ନମୁନା ସଂଗ୍ରହ ସମୟ ସକାଳ ସାଢ଼େ ୧୦.୩୦ଟାରୁ ଦିନ ଗୋଟାଏ ବୋଲି କହି ସିଧାସଳଖ ମନା କରିଦେଇଥିଲେ। 

Odisha News: ଏକେସିଜିରେ ଏସ୍ଏସ୍ଏସି ପରୀକ୍ଷାକୁ ନେଇ ରୋଗୀ ନିରାଶ

Odisha News: ଏମ୍‌କେସିଜି ବଡ଼ ଡାକ୍ତରଖାନାର ବହୁ ଗୁମର କଥା ରହିଥିବା ବେଳେ ପ୍ରତିଦିନ କିଛି ନା କିଛି ଘଟଣାକୁ ନେଇ ଚର୍ଚ୍ଚାରେ ରହିଆସିଛି। କେତେବେଳେ ସିଲିଂ ଖସିବା ତ ପୁଣି କେତେବେଳେ ଲିପ୍ତ ଅଚଳ ଓ ପାନୀୟ ଜଳକୁ ନେଇ ରୋଗୀ ଓ ରୋଗୀ ସଂପର୍କୀୟଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ପ୍ରତ୍ୟେକ ଦିନ ରୋଗୀ ଓ ରୋଗୀ ସଂପର୍କୀୟ ଧାଡ଼ି ଯନ୍ତ୍ରଣାରେ ଛଟପଟ ହେବା ନିୟମିତ ଘଟଣା। ଏହାରି ଭିତରେ ଆଜି ଏମ୍‌କେସିଜିରେ ଏଫ୍ଏନ୍‌ଏସି( ଛୁଞ୍ଚି ଦ୍ବାରା ମାଂସ ପରୀକ୍ଷା) ପରୀକ୍ଷା କରିବାକୁ ଆସିଥିବା ରୋଗୀ କିଭଳି ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ତାହା ପଦାରେ ପଡ଼ିଛି। ଧାଡ଼ିଯନ୍ତ୍ରଣା ସାରି ପରୀକ୍ଷା ପାଇଁ ପହଞ୍ଚିବା ବେଳକୁ ସମୟ ହୋଇଗଲାଣି କହି ପାଥୋଲୋଜି ବିଭାଗ କର୍ମଚାରୀ ରୋଗୀଙ୍କୁ ଫେରାଇ ଦେବା ଫଳରେ ବିଭିନ୍ନ ସ୍ଥାନରୁ ଆସିଥିବା ରୋଗୀ ନିରାଶ ହୋଇ ଫେରିଛନ୍ତି। 

କେବଳ ସେତିକି ନୁହଁ କିଛି କର୍ମଚାରୀ ରୋଗୀଙ୍କ ପ୍ରତି ଏଭଳି ବ୍ୟବହାର ପ୍ରଦର୍ଶନ କରୁଛନ୍ତି ତାହା ରୋଗ ଯନ୍ତ୍ରଣା ଠାରୁ ବି ବଳିଯାଉଛି ବୋଲି କିଛି ରୋଗୀ ସଂପର୍କୀୟ କହିଛନ୍ତି ଏମ୍‌ସ୍କେସିଜି ପାଥୋଲୋଜି ବିଭାଗର ଏଭଳି କାରବାର ଯୋଗୁଁ ରୋଗୀ ବାଧ୍ୟ ହୋଇ ଘରୋଇ ପାଥୋଲୋଜି ଉପରେ ନିର୍ଭର କରୁଛନ୍ତି। ଏସ୍କେସିଜି କର୍ତ୍ତୃପକ୍ଷ ଏସବୁ ଜାଣି ବି ନଜାଣିବା ଭଳି ଅଭିନୟ କରିବା ସହ ସେଭଳି କିଛି ଅଭିଯୋଗ ଆସିନାହିଁ କହି ହାତ ଝାଡ଼ି ଦେଉଛନ୍ତି। କିଛି କର୍ମଚାରୀଙ୍କ ସିଧାସଳଖ ଘରୋଇ କ୍ଲିନିକ୍ ଓପାଥୋଲୋଜି କ୍ଲିନିକ୍‌ ସହ ସଂପର୍କ ରହିଥିବା ଅଭିଯୋଗ ହେଉଥିଲେ ବି କର୍ତ୍ତୃପକ୍ଷ ଏଦିଗରେ ନିରବ ରହୁଛନ୍ତି।

ଏସ୍କେସିଜି ବଡ଼ଡାକ୍ତରଖାନା ଉପରେ ଦକ୍ଷିଣ ଓଡ଼ିଶା ସମେତ ପଡୋଶୀ ରାଜ୍ୟର ରୋଗୀ ନିର୍ଭର କରନ୍ତି। ବହୁ ଆଶା ନେଇ ଆସିଥିବା ରୋଗୀଏଠାରେ ଯେଭଳି ମାନସିକତା ନେଇ ଫେରୁଛନ୍ତି ତାହା ରୋଗକଷ୍ଟ ଠାରୁ ବଳିଯାଉଛି। ଆଜି ପାଳଙ୍ଗ ଗ୍ରାମର ଜଣେ ଦୁଇ ବର୍ଷର ଶିଶୁର ଏଫ୍ଏନ୍‌ଏସି ପରୀକ୍ଷା ପାଇଁ ତାଙ୍କ ମା'' ଏମ୍‌କେସିଜିରେ ପହଞ୍ଚିଥିଲେ। ଧାଡ଼ିରେ ରହି ଟିକଟ କରିବା ପରେଶିଶୁଟିର ଦେହରେ ବଢ଼ୁଥିବା ମାଂସର ପରୀକ୍ଷା ପାଇଁ ଏମ୍‌ସ୍କେସିଜି ମହାବିଦ୍ୟାଳୟ ପରିସରରେ ଥିବା ପାଥୋଲୋଜିକୁ ଯାଇଥିଲେ ମା'' ଓ ଶିଶୁ ସେଠାରେ ପହଞ୍ଚିବା ବେଳେ କାର୍ଯ୍ୟରତ ଦୁଇ କର୍ମଚାରୀ ନମୁନା ସଂଗ୍ରହ ସମୟ ସକାଳ ସାଢ଼େ ୧୦.୩୦ଟାରୁ ଦିନ ଗୋଟାଏ ବୋଲି କହି ସିଧାସଳଖ ମନା କରିଦେଇଥିଲେ। ସେଭଳି ଆଳପୁର ଗ୍ରାମର ଆସିଥିବା ଜଣେ ମହିଳା ରୋଗୀ ରଶ୍ମିତା ପ୍ରଧାନଙ୍କ କ୍ଷେତ୍ରରେ ବି ସମାନ ଘଟଣା ଘଟିଥିଲା|। ବିଳମ୍ବ ଦର୍ଶାଇ ନମୁନା ସଂଗ୍ରହ କରାଯାଇନଥିବା ଯୋଗୁଁ ଉଭୟେ ନିରାଶ ହୋଇ ଫେରିଛନ୍ତି। ମିଳିଥିବା ସୂଚନା ଅନୁସାରେ ଏଫଏନ୍‌ଏସି ପରୀକ୍ଷା ପାଇଁ ସରକାରୀସ୍ତରରେ କେବଳ ଏମକେସିଜି ପରିସରରେ ଥିବା ରୋଗ ନିଦାନ ବିଭାଗ (ପାଥୋଲୋଜି)ରେ ବ୍ୟବସ୍ଥା ରହିଛି। ତେଣୁ ଖର୍ଚ୍ଚାନ୍ତ ହୋଇ ବହୁ ଦୂରରୁରୋଗୀ ଏଠାକୁ ଆସୁଛନ୍ତି। 

Add Zee News as a Preferred Source

ଏଠାରୁ ନିରାଶ ହେବା ପରେ ବାଧ୍ୟ ହୋଇ ଘରୋଇ ପାଥୋଲୋଜିକୁ ଯାଇ ଅଯଥା ଖର୍ଡାନ୍ତ ହେଉଛନ୍ତି। ଏମ୍‌କେସିଜିର ପାଥୋଲୋଜି ବିଭାଗ ପକ୍ଷରୁ ପରୀକ୍ଷାକୁ ସାଇଟୋଲୋଜି, ହେମାଟୋଲୋଜି, ଇଷ୍ଟୋଲୋଜି ଓଆର୍‌ଡିସି ପରି ୪ଟି ସେକ୍ସନ୍‌ରେ ବିଭକ୍ତ କରାଯାଇଛି। ବ୍ରିଡିଂ ଡିଅର୍ଡ଼ର, ଏଫ୍ଏନ୍ଏସି, କର୍କଟ ନିରୂପଣ, ରକ୍ତହୀନତା ପରି ରୋଗର ପରୀକ୍ଷା କରିବାରୁ ଶତାଧିକ ସଂଖ୍ୟାରେ ରୋଗୀ ଆସୁଥିବା ବେଳେ ଧାର୍ଯ୍ୟ କରାଯାଇଥିବା ସମୟ କାରଣରୁ ଅନେକ ଏଠାରୁ ସରକାରୀ ବ୍ୟବସ୍ଥାର ଲାଭ ଉଠାଇ ପାରୁନାହାନ୍ତି ସମସ୍ୟା ବିଷୟରେ ବିଭାଗୀୟ ମୁଖ୍ୟ ପ୍ରଫେସର ଡା. ମୁଲତା ଚୌଧୁରୀ କହିଛନ୍ତି, ଆଜିର ଘଟଣାକୁ ଦୁର୍ଭାଗ୍ୟଜନକ ବୋଲି କହିବା ସହ କାର୍ଯ୍ୟରତ କର୍ମଚାରୀଙ୍କ ସହ ଆଲୋଚନା କରି ରୋଗୀଙ୍କୁ ନିରାଶ ନକରିବାକୁ ଚେଷ୍ଟା କରିବୁ ବୋଲି କହିଛନ୍ତି | ନମୁନା ସଂଗ୍ରହ ଓ ପରୀକ୍ଷାକୁ ନେଇ ରହିଥିବା ସମୟ ନିୟମରେ ପରିବର୍ତନ କରାଗଲେ ବହୁ ରୋଗୀ ଉପକୃତ ହୋଇପାରିବେ ବୋଲି ମତ ପ୍ରକାଶ ପାଇଛି।

About the Author