Advertisement
Article Detail0/zeeodisha/odisha2766074
Zee OdishaOdisha StateOdisha News: ସଚିବଙ୍କ କ୍ଷମତା ସଙ୍କୁଚିତ, କ୍ୟାବିନେଟ ବୈଠକରେ ବସିପାରିବେନି ବିଭେଗୀୟ ସଚିବ

Odisha News: ସଚିବଙ୍କ କ୍ଷମତା ସଙ୍କୁଚିତ, କ୍ୟାବିନେଟ ବୈଠକରେ ବସିପାରିବେନି ବିଭେଗୀୟ ସଚିବ

Odisha News: ରାଜ୍ୟରେ ଚାଲିଥିବା ଅମଲା ଶାସନକୁ ସଙ୍କୁଚିତ କରିବା ତଥା ନିୟନ୍ତ୍ରିତ କରିବା ପାଇଁ ମୋହନ ମାଝିଙ୍କ ସରକାର ନିଷ୍ପତ୍ତି ନେଇଛନ୍ତି। ଏକ ବର୍ଷ ପୂର୍ତ୍ତି ହେବାକୁ ଯାଉଥିଲେ ମଧ୍ୟ ଶାସନ ବ୍ୟବସ୍ଥାରେ ମନ୍ତ୍ରୀଙ୍କ ଭୂମିକା ନ୍ୟୁନ ଥିବା ଅଭିଯୋଗ ହେଉଥିଲା।

 

କ୍ୟାବିନେଟ ବୈଠକରେ ବସିପାରିବେନି ବିଭେଗୀୟ ସଚିବ
କ୍ୟାବିନେଟ ବୈଠକରେ ବସିପାରିବେନି ବିଭେଗୀୟ ସଚିବ

ଭୁବନେଶ୍ୱର: ରାଜ୍ୟରେ ଚାଲିଥିବା ଅମଲା ଶାସନକୁ ସଙ୍କୁଚିତ କରିବା ତଥା ନିୟନ୍ତ୍ରିତ କରିବା ପାଇଁ ମୋହନ ମାଝିଙ୍କ ସରକାର ନିଷ୍ପତ୍ତି ନେଇଛନ୍ତି। ଏକ ବର୍ଷ ପୂର୍ତ୍ତି ହେବାକୁ ଯାଉଥିଲେ ମଧ୍ୟ ଶାସନ ବ୍ୟବସ୍ଥାରେ ମନ୍ତ୍ରୀଙ୍କ ଭୂମିକା ନ୍ୟୁନ ଥିବା ଅଭିଯୋଗ ହେଉଥିଲା। ସଚିବମାନେ ମନ୍ତ୍ରୀଙ୍କୁ ନପଚାରି କ୍ୟାବିନେଟ୍‍ ବୈଠକରେ ପ୍ରସ୍ତାବ ଉପସ୍ଥାପନ କରିବା ନେଇ ଅଭିଯୋଗ ହେଉଥିଲା।  ବିଜେଡି ସରକାର ସମୟର ଏହି ଢାଞ୍ଚାକୁ ଭାଙ୍ଗିବା ଲାଗି ରାଜ୍ୟ ସରକାରଙ୍କ ଆଦେଶକ୍ରମେ ପ୍ରତି ସଚିବଙ୍କ ରାଜ୍ୟ ସଂସଦୀୟ ବ୍ୟାପାର ବିଭାଗର ସଚିବ ନୋଟିସ ଦେଇଛନ୍ତି।

ଏହି ବିଜ୍ଞପ୍ତିରେ କୁହାଯାଇଛିଯେ, ଏକ ଗଣତାନ୍ତ୍ରିକ ପରିବେଶରେ ନିର୍ବାଚିତ ପ୍ରତିନିଧି ଓ ମନ୍ତ୍ରିମଣ୍ଡଳ ସର୍ବାଗ୍ରେ ଗୁରୁତ୍ୱ ଲାଭ କରିଥାନ୍ତି। ଏହିକ୍ରମରେ କ୍ୟାବିନେଟରେ ଆସୁଥିବା ପ୍ରତିଟି ବିଷୟ ଆଗ ମନ୍ତ୍ରୀମାନଙ୍କୁ ଅବଗତ ହେବା ଆବଶ୍ୟକ। କ୍ୟାବିନେଟ୍‍ ବୈଠକରକୁ ଆସୁଥିବା ପ୍ରସ୍ତାବକୁ ସର୍ବନିମ୍ନ ଦୁଇ ପୂର୍ବରୁ ସମ୍ପୃକ୍ତ ବିଭାଗୀୟ ମନ୍ତ୍ରୀଙ୍କ ନିକଟରେ ଉପସ୍ଥାପନ କରାଯିବା ଦରକାର। ମନ୍ତ୍ରୀଙ୍କ ସ୍ୱୀକୃତୀ ପାଇବା ପରେ ଯାଇ ସେହି ପ୍ରସ୍ତାବ କ୍ୟାବିନେଟ୍‍ ବୈଠକରେ ଉପସ୍ଥାପନ ହେବ। 

fallback

Add Zee News as a Preferred Source

ପୁଣି କୌଣସି ବିଭାଗୀୟ ସଚିବ କ୍ୟାବିନେଟ୍‍ ବୈଠକରେ ବସିବାକୁ ଅନୁମତି ପାଇବେ ନାହିଁ। ସମ୍ପୃକ୍ତ ମନ୍ତ୍ରୀମାନେ ହିଁ ସେଠାରେ ବସିବେ। କ୍ୟାବିନେଟ ବୈଠକରେ ବସିବା ଲାଗି କେବଳ କ୍ୟାବିନେଟ ସଚିବ ବା ମୁଖ୍ୟ ଶାସନ ସଚିବ ଓ ଉନ୍ନୟନ କମିଶନର ଯୋଗ୍ୟ ବୋଲି ଏଥିରେ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ଯଦି ମୁଖ୍ୟମନ୍ତ୍ରୀ ଚାହିଁବେ ତେବେ ସମ୍ପୃକ୍ତ ସଚିବଙ୍କୁ ବୈଠକରେ ବସିବାର ଅନୁମତି ମିଳିବ। କ୍ୟାବିନେଟ୍‍ ବୈଠକ ବସିବା ଲାଗି ୫ ଦିନ ପୂର୍ବରୁ ତାରିଖ ଘୋଷଣା କରାଯିବ। 

ପୂର୍ବରୁ କ୍ୟାବିନେଟ ବୈଠକ ଏକ ସଚିବଙ୍କ ବ୍ୟାପର ହୋଇ ରହିଥିଲା। ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବୈଠକ ହେଉଥିଲା। ସବୁକିଛି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ କରୁଥିଲା। ଏପରିକି କୌଣସି ବିଭାଗୀୟ ମାମଲା କ୍ୟାବିନେଟରେ ପଡ଼ିବା ପୂର୍ବରୁ ମନ୍ତ୍ରୀଙ୍କୁ ଜଣାଯାଉ ନଥିଲା। ମନ୍ତ୍ରୀମାନେ କାଠ ପିତ୍ତୁଳା ଭଳି କ୍ୟାବିନେଟ ବୈଠକରେ କେବଳ ସନ୍ତକ ମାରିବାକୁ ଯାଉଥିବା  ଅଭିଯୋଗ ହୋଇଥିଲା।  ଏବେ ରାଜନୀତିକ ସରକାର ପ୍ରଚଳନ କରିବା ପାଇଁ ରାଜ୍ୟ ସରକାର ନେଉଥିବା ନିଷ୍ପତ୍ତିରେ ଏହା ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବ ବୋଲି ଆଶା କରାଯାଉଛି।

About the Author