)
Tapaswini Express: ତପସ୍ବିନୀ ଏକ୍ସପ୍ରେସକୁ ପଥର ମାଡ଼ । ପୁରୀରୁ ହାଟିଆ ମଧ୍ୟରେ ଚଳାଚଳ କରୁଥିବା ତପସ୍ବିନୀ ଏକ୍ସପ୍ରେସକୁ ପଥର ମାଡ଼ ହୋଇଛି । ଏହି ପଥର ମାଡ଼ରେ ଟ୍ରେନ୍ କାଚ ଭାଙ୍ଗି ପଥର ବଗିରେ ଯାଇ ପଡ଼ିଥିବା କୁହାଯାଉଛି । ଯାତ୍ରୀମାନଙ୍କୁ କୌଣସି ପ୍ରକାର ଆଘାତ ଲାଗି ନ ଥିବା ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି ।ଏସି ବଗି ବି-୭ ଉପରକୁ ପଥର ମାଡ଼ ହୋଇଥିବା ସୂଚନା ।ପଥରମାଡ଼ର କାରଣ ଅସ୍ପଷ୍ଟ ଥିବାବେଳେ କିଏ ପଥରମାଡ଼ କଲା ତାହା ଜଣାପଡ଼ି ନାହିଁ । ଏନେଇ ରେଲଓ୍ବେ ପୋଲିସ୍ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।
ସୂଚନା ଅନୁସାରେ, ଟ୍ରେନ୍ ଉପଯରକୁ ପଥର ମାଡ଼,ପ୍ରଥମ ଘଟଣା ନୁହେଁ । ପୂର୍ବରୁ ଅନେକ ଥର ଏଭଳି ଘଟଣା ଦେଖିବାକୁ ମିଳିଛି। ହେଲେ ଆଜି ଭୋର ସମୟରେ ସମ୍ବଲପୁର ରେଙ୍ଗାଲି-ଝାରସୁଗୁଡ଼ା ମଝିରେ ତପସ୍ୱିନୀ ଏକ୍ସପ୍ରେସ୍କୁ ପଥରମାଡ଼ ହୋଇଛି । ଯେଉଁଥିରେ ଟ୍ରେନ୍ର କାଚ ଭାଙ୍ଗିବା ସହ ଅନେକ ସିଟ୍ ମଧ୍ୟ ନଷ୍ଟ ହୋଇଛି । ସକାଳ ୫ଟା ୪୫ ମିନିଟ୍ରେ ଟ୍ରେନ୍ B6ର ସିଟ୍ ନମ୍ବର ୧୫ ଏବଂ B7ରେ ପଥର ମାଡ଼ ହୋଇଥିବା ସୂଚନା ମିଳିଛି । ତେବେ କିଏ ଓ କାହିଁକି ପଥର ମାଡ଼ କରିଛନ୍ତି , ତାହାର ସ୍ପଷ୍ଟ ସୂଚନା ଏପର୍ଯ୍ୟନ୍ତ ମିଳି ନାହିଁ। ପୋଲିସ ଘଟଣାର ତଦନ୍ତ କରୁଥିବା ଜଣାପଡିଛି ।