Advertisement
Article Detail0/zeeodisha/odisha2776465
Zee OdishaOdisha Stateବଢ଼ିଲା ଅଫିସର ଓ ମନ୍ତ୍ରୀଙ୍କ ଗାଡ଼ି ଖର୍ଚ୍ଚ: ମନ୍ତ୍ରୀ ଓ ସଚିବଙ୍କ ପାଇଁ ଭଡ଼ା ଖର୍ଚ୍ଚ ସମାନ

ବଢ଼ିଲା ଅଫିସର ଓ ମନ୍ତ୍ରୀଙ୍କ ଗାଡ଼ି ଖର୍ଚ୍ଚ: ମନ୍ତ୍ରୀ ଓ ସଚିବଙ୍କ ପାଇଁ ଭଡ଼ା ଖର୍ଚ୍ଚ ସମାନ

Odisha News: ପରିବେଶକୁ ସନ୍ତୁଳିତ କରିବା ଲାଗି ଅଧିକ ଇଲେକ୍ଟ୍ରିକ୍‍ ଗାଡ଼ି ବ୍ୟବହାର ପାଇଁ ଆହ୍ୱାନ ଦେଉଥିବା ସରକାର ଏବେ ପୁଣି ପେଟ୍ରୋଲ ଗାଡ଼ିରେ ଯିବା ଆସିବା ଖର୍ଚ୍ଚ ବୃଦ୍ଧି କରିଛନ୍ତି। ପୁଣି ଜନ ପ୍ରତିନିଧିଙ୍କୁ ଗୁରୁତ୍ୱ ଦେଉଥିବା ସରକାର ପୂର୍ବ ଭଳି ସଚିବଙ୍କୁ ଯେତିକି ମନ୍ତ୍ରୀଙ୍କୁ ବି ସେତିକି ଗାଡ଼ି ଖର୍ଚ୍ଚ ପ୍ରଦାନ କରିବାକୁ ବ୍ୟବସ୍ଥା କରିଛି।  ପୁଣି ମନ୍ତ୍ରୀ ଯେଉଁଭଳି ଗାଡ଼ିରେ ଯିବେ ସଚିବ ବି ସେହିଭଳି ଗାଡ଼ି ବ୍ୟବହାର କରିବାକୁ ଯୋଗ୍ୟ ରହିବେ।

Add Zee News as a Preferred Source

୨୦୧୯ ମସିହାରେ ଶେଷଥର ପାଇଁ ସରକାରୀ କାର୍ଯ୍ୟରେ ଭଡ଼ା ସୂତ୍ରରେ ନିଆଯାଉଥିବା ଗଡ଼ି ଭଡ଼ା ବୃଦ୍ଧି କରାଯାଇଥିଲା। ସେତେବେଳେ ସର୍ବୋଚ୍ଚ ସ୍କେଲରେ ଦରମା ପାଉଥିବା ସଚିବ ମନ୍ତ୍ରୀମାନଙ୍କୁ ମାସକୁ ୪୨ ହଜାର ଟଙ୍କା ଖର୍ଚ୍ଚ ପ୍ରଦାନର ବ୍ୟବସ୍ଥା ଥିଲା। ଏବେ ତାହାକୁ ୫୦ ହଜାର ୪୦୦ ଟଙ୍କା କରିଦିଆଯାଇଛି।ଅର୍ଥ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି, ଶେଷଥର ପାଇଁ ୨୦୧୯ରେ ଏହି ଭଡ଼ା ବଢ଼ିଥିଲା। ଏ ଭିତରେ ୬ ବର୍ଷ ସମୟ ଅତିବାହିତ ହୋଇଛି। ଏଣୁ ଏହାକୁ ସଂଶୋଧିତ କରାଯାଇଛି।  

ମନ୍ତ୍ରୀ ଓ ସଚିବଙ୍କ ସହ ରାଜ୍ୟର ସମସ୍ତ ସରକାରୀ ଅଧିକାରୀ ତଥା ସରକାରୀ ବିଶ୍ୱବିଦ୍ୟାଳୟ ଲାଗି ମଧ୍ୟ ଏହି ନିୟମ ଲାଗୁ କରାଯାଇଛି। ନୂଆ ନିୟମ ଅନୁସାରେ କଲେଜ ବସ୍‍ ଲାଗି ସରକାର ମାସକୁ ୮୫ ହଜାର ଟଙ୍କା ବଦଳରେ ୯୦ ହଜାର ଟଙ୍କା ପ୍ରଦାନ କରିବେ।  ବ୍ଲକ, ତହସିଲ ଏବଂ ଅନ୍ୟ କ୍ଷେତ୍ର ଅଧିକାରୀଙ୍କ ପାଇଁ ୩୭ ହଜାର ୨୦୦ ଟଙ୍କା, ଜିଲ୍ଲା ସ୍ତରର ଅଧିକାରୀଙ୍କ ପାଇଁ ୨୪ ହଜାର, ଜିଲ୍ଲାପାଳଙ୍କୁ ୪୪ ହଜାର, ବିଭାଗୀୟ ମୁଖ୍ୟଙ୍କ ଲାଗି ୨୪ ହଜାର, ସ୍ୱତନ୍ତ୍ର ଓ ଅତିରିକ୍ତ ସଚିବ, ନିର୍ଦ୍ଦେଶକଙ୍କ ଲାଗି ୩୧ ହଜାର ୨୦୦ ଟଙ୍କା ବ୍ୟବସ୍ଥା କରାଯାଇଥିବା ବେଳେ ପ୍ରମୁଖ ସଚିବ ଓ କମିଶନରଙ୍କ ଲାଗି  ମାସିକ ୩୬ ହଜାର ଟଙ୍କା ଗାଡ଼ିଭଡ଼ା ଲାଗୁ କରାଯାଇଛି।

About the Author