Advertisement
Article Detail0/zeeodisha/odisha2695481
Zee OdishaOdisha StateTraffic Advisory: ବିଧାନସଭା ଚାରିପାଖରେ କଂଗ୍ରେସର ବିକ୍ଷୋଭ ପୂର୍ବରୁ ଟ୍ରାଫିକ୍ ନିର୍ଦ୍ଦେଶନାମା ଜାରି କଲା ପୋଲିସ୍

Traffic Advisory: ବିଧାନସଭା ଚାରିପାଖରେ କଂଗ୍ରେସର ବିକ୍ଷୋଭ ପୂର୍ବରୁ ଟ୍ରାଫିକ୍ ନିର୍ଦ୍ଦେଶନାମା ଜାରି କଲା ପୋଲିସ୍

Traffic Advisory: ଆସନ୍ତା କାଲି ଅର୍ଥାତ୍ ୨୭ ମାର୍ଚ୍ଚରେ କଂଗ୍ରେସ ଦଳ ରାଜ୍ୟ ବିଧାନସଭା ଚାରିପାଖରେ ଏକ ବଡ଼ ଧରଣର ବିକ୍ଷୋଭ ପାଇଁ ଘୋଷଣା କରିଥିବାରୁ ଟ୍ରାଫିକ୍ ସମାସ୍ୟା ଆଶଙ୍କା କରି କମିଶନରେଟ୍ ପୋଲିସ ଏକ ଟ୍ରାଫିକ୍ ନିର୍ଦ୍ଦେଶନାମା ଜାରି କରିଛି।

 

Commissionerate Police Traffic Advisory
Commissionerate Police Traffic Advisory

Commissionerate Police Traffic Advisory: ଭୁବନେଶ୍ୱର: ଆସନ୍ତା କାଲି ଅର୍ଥାତ୍ ୨୭ ମାର୍ଚ୍ଚରେ କଂଗ୍ରେସ ଦଳ ରାଜ୍ୟ ବିଧାନସଭା ଚାରିପାଖରେ ଏକ ବଡ଼ ଧରଣର ବିକ୍ଷୋଭ ପାଇଁ ଘୋଷଣା କରିଥିବାରୁ ଟ୍ରାଫିକ୍ ସମାସ୍ୟା ଆଶଙ୍କା କରି କମିଶନରେଟ୍ ପୋଲିସ ଏକ ଟ୍ରାଫିକ୍ ନିର୍ଦ୍ଦେଶନାମା ଜାରି କରିଛି।

ଭୁବନେଶ୍ୱର ସହର ଅଞ୍ଚଳ ଏବଂ ଏହାର ଆଖପାଖରେ ସକାଳ ୯ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ବିଶେଷକରି ରାଜମହଲ ଛକରୁ ରୂପାଲି ଛକ ପର୍ଯ୍ୟନ୍ତ ଏବଂ ବିପରୀତ ରାସ୍ତାରେ ବ୍ୟାପକ ଟ୍ରାଫିକ୍ ଭିଡ଼ ରହିବ ବୋଲି ଆଶାଙ୍କା ରହିଛି ବୋଲି ପୋଲିସ ନିଜ ପରାମର୍ଶରେ ସତର୍କ କରାଇଛି।

fallback

Add Zee News as a Preferred Source

ଯାତ୍ରା ଅସୁବିଧାକୁ କମ କରିବା ପାଇ କମିଶନରେଟ୍ ପୋଲିସ ଜନସାଧାରଣଙ୍କୁ ଏହି ରାସ୍ତାରୁ ଦୂରେଇ ରହିବାକୁ କିମ୍ବା ସେହି ଅନୁସାରେ ନିଜ ଯାତ୍ରା ଯୋଜନା କରିବାକୁ ପରାମର୍ଶ ଦେଇଛି। ପୋଲିସ ନାଗରିକମାନଙ୍କୁ ସ୍ଥାନୀୟ ଟ୍ରାଫିକ ପରାମର୍ଶ ବିଷୟରେ ଅପଡେଟ୍ ରହିବାକୁ ଏବଂ ନିରାପଦ ଏବଂ ଅସୁବିଧାମୁକ୍ତ ଯାତ୍ରା ପାଇଁ ପୋଲିସକୁ ସହଯୋଗ କରିବାକୁ ମଧ୍ୟ ଅନୁରୋଧ କରୁଛି।

କହିରଖୁଛୁ ଯେ ରାଜ୍ୟ ବିଧାନସଭା ଗୃହରେ ଶୃଙ୍ଖଳାହୀନତା ଏବଂ ଅଧ୍ୟକ୍ଷଙ୍କୁ ଅସମ୍ମାନ କରିବା ପାଇଁ ମାର୍ଚ୍ଚ ୨୫ ତାରିଖରେ ବିଧାନସଭାରୁ କଂଗ୍ରେସ ଦଳର ୧୨ ଜଣ ବିଧାୟକଙ୍କୁ ନିଲମ୍ବିତ କରିବା ପରେ କଂଗ୍ରେସ ଦଳ ଏହାର ପ୍ରଦର୍ଶନକୁ ତୀବ୍ର କରିବାକୁ ଯୋଜନା କରୁଛି।

About the Author