Advertisement
Article Detail0/zeeodisha/odisha2668535

Odisha Police Raids: ମୋହନ ମାଝିଙ୍କ ଗାଡ଼ିକୁ ଆକ୍ରମଣ ଅଭିଯୁକ୍ତ ରାଜା ଚକ୍ରର କାରବାର ଉପରେ ଚଢ଼ଉ

ଭୁବନେଶ୍ୱର: କେନ୍ଦୁଝରର ଖଣି ବ୍ୟବସାୟୀ ତଥା ଖଣିଜ ପରିବହନକରୀ ସୌମ୍ୟଶଙ୍କର ଚକ୍ର ଓରଫ୍‍ ରାଜା ଚକ୍ରର ଅର୍ଥନୀତିକ କାରବାର ଉପରେ ଚଢ଼ଉ କରିଛନ୍ତି ରାଜ୍ୟ ପୁଲିସ। ଇକୋନୋମିକ୍‍ ଅଫେନ୍ସ ଓ୍ୱିଙ୍ଗ୍‍ (ଇଓଡବ୍ଲୁ) ଏବଂ ସ୍ୱତନ୍ତ୍ର ଗଠିତ ଟାସ୍କଫୋର୍ସ ଏହି ଚଢ଼ଉ ଏକ ସଙ୍ଗେ କରିଛନ୍ତି। ବିଶେଷକରି ସୁନ୍ଦରଗଡ଼, କେନ୍ଦୁଝର, ସମ୍ବଲପୁର, ଝାରସୁଗୁ

Odisha Police Raids: ମୋହନ ମାଝିଙ୍କ ଗାଡ଼ିକୁ ଆକ୍ରମଣ ଅଭିଯୁକ୍ତ ରାଜା ଚକ୍ରର କାରବାର ଉପରେ ଚଢ଼ଉ

Odisha Police Raids: ଭୁବନେଶ୍ୱର: କେନ୍ଦୁଝରର ଖଣି ବ୍ୟବସାୟୀ ତଥା ଖଣିଜ ପରିବହନକରୀ ସୌମ୍ୟଶଙ୍କର ଚକ୍ର ଓରଫ୍‍ ରାଜା ଚକ୍ରର ଅର୍ଥନୀତିକ କାରବାର ଉପରେ ଚଢ଼ଉ କରିଛନ୍ତି ରାଜ୍ୟ ପୁଲିସ। ଇକୋନୋମିକ୍‍ ଅଫେନ୍ସ ଓ୍ୱିଙ୍ଗ୍‍ (ଇଓଡବ୍ଲୁ) ଏବଂ ସ୍ୱତନ୍ତ୍ର ଗଠିତ ଟାସ୍କଫୋର୍ସ ଏହି ଚଢ଼ଉ ଏକ ସଙ୍ଗେ କରିଛନ୍ତି। ବିଶେଷକରି ସୁନ୍ଦରଗଡ଼, କେନ୍ଦୁଝର, ସମ୍ବଲପୁର, ଝାରସୁଗୁଡ଼ା ଏବଂ ଗୋପାଳପୁର ବିଭିନ୍ନ ଚେକ୍‍ ପଏଣ୍ଟରେ ଚଢ଼ଉ କରାଯାଇଛି। ମିଳିଥିବା ସୂଚନା ଅନୁସାରେ ଏହି ସ୍ୱତନ୍ତ୍ର ଦଳ ୩୦ଟି ସ୍ଥାନରେ ଚଢ଼ଉ କରି ରାଜାଙ୍କ ବ୍ୟବସାୟ ସାମ୍ରାଜ୍ୟ ଓ ଠକେଇ ବାବଦରେ ତଦନ୍ତ କରୁଛନ୍ତି। 

କେନ୍ଦୁଝର ଘସିପୁରା ନିର୍ବାଚନ ମଣ୍ଡଳୀର ବାସିନ୍ଦା ରାଜା ବିଜୁ ଜନତା ଦଳର ଜଣେ ସଦସ୍ୟ। ସେ ପୂର୍ବରୁ ନିର୍ବାଚନ ରାଜନୀତି ସହ ପ୍ରତ୍ୟକ୍ଷ ଭାବେ ସମ୍ପର୍କ ରଖି ଆସିଛନ୍ତି। ଏପରିକି ସେଠାର ବିଜେଡି ନେତା ବଦ୍ରି ନାରାୟଣ ପାତ୍ରଙ୍କ ବିରୁଦ୍ଧରେ ସମାନ୍ତରାଳ ସଂଗଠନ ତିଆରି କରିଥିବା ନେଇ ମଧ୍ୟ ଚର୍ଚ୍ଚା ହୁଏ। ଦଳର ଏକ କ୍ଷମତାପନ୍ନ ଗୋଷ୍ଠୀଙ୍କ ସହ ନିଜର ସମ୍ପର୍କକୁ ଭଲ ରଖିଥିବାରୁ ଏହି ଅଞ୍ଚଳର ଖଣିଜ କାରବାର ଏବଂ ବେଆଇନ କାରବାରରେ ତାଙ୍କର ଆତଜାତକୁ ନେଇ ଅନେକ ଅଭିଯୋଗ ହୋଇଛି। ଏପରିକି ୨୦୨୪ ନିର୍ବାଚନ ସମୟରେ ରାଜା ଚକ୍ର ଏବେକାର ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ପ୍ରଚାର ଗାଡ଼ି ଉପରକୁ ଆକ୍ରମଣ କରିଥିବାର ଅଭିଯୋଗ ହୋଇଥିଲା। 

Add Zee News as a Preferred Source

ଏବେ ମୋହନ ମାଝି ମୁଖ୍ୟମନ୍ତ୍ରୀ ହେବା ପରେ ବିଜେଡିର ଏହି ଅନ୍ୟତମ  ଅର୍ଥନୀତିକ ମେରୁଦଣ୍ଡକୁ ଭାଙ୍ଗିବାର ପ୍ରୟାସ ଆରମ୍ଭ ହୋଇଛି। ସରକାରୀ ଭାବେ ପୁଲିସ ବିଭାଗ ଦ୍ୱାରା ଗଠିତ ସ୍ୱତନ୍ତ୍ର ଦଳ ରାଜା ଚକ୍ରଙ୍କ ବିଭିନ୍ନ ବ୍ୟବସାୟ ଏବଂ ଏହି ବ୍ୟବସାୟ ସହିତ ଜଡ଼ିତ ବିଭିନ୍ନ ନେତାଙ୍କ ଖିଅ ଖୋଜିବା ଆରମ୍ଭ ହୋଇଛି।  ଏହା ଅନେକ ବଡ଼ ବଡ଼ ବିଜେଡି ନେତାଙ୍କୁ ତଦନ୍ତ ପରିସରଭୁକ୍ତ କରିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି।

About the Author