Advertisement
Article Detail0/zeeodisha/odisha2754612
Zee OdishaOdisha Stateରଥଯାତ୍ରାରେ ନୌସେନାର ସହାୟତା ନେବ ଓଡ଼ିଶା ପୁଲିସ

ରଥଯାତ୍ରାରେ ନୌସେନାର ସହାୟତା ନେବ ଓଡ଼ିଶା ପୁଲିସ

ରଥଯାତ୍ରାକୁ ସୁରକ୍ଷିତ ଓ ସୁ ବ୍ୟବସ୍ଥିତ କରିବା ଲାଗି ନୌସେନାର ସହଯୋଗ ନେବ ଓଡ଼ିଶା ପୁଲିସ। ସୁରକ୍ଷା ଓ ନିରାପତ୍ତା ବ୍ୟବସ୍ଥାରେ ଥିବା ଆହ୍ୱାନଗୁଡ଼ିକୁ ମୁକାବିଲା କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ଏହାସହ ପୂର୍ବଭଳି ଏଆଇ ଚାଳିତ ସିସିଟିଭିକୁ ସହରର ବିଭିନ୍ନ କୋଣରେ ଲଗାଯିବ। ଫଳରେ ସନ୍ଦିଗ୍ଧ ଚଳପ୍ରଚଳକୁ ନିୟନ୍ତ୍ରଣ କରିବାରେ ପୁଲିସ ସକ୍ଷମ ହୋଇପାରିବ।

ରଥଯାତ୍ରାରେ ନୌସେନାର ସହାୟତା ନେବ ଓଡ଼ିଶା ପୁଲିସ

ଭୁବନେଶ୍ୱର: ଆସନ୍ତା ରଥଯାତ୍ରାକୁ ସୁରକ୍ଷିତ ଓ ସୁ ବ୍ୟବସ୍ଥିତ କରିବା ଲାଗି ନୌସେନାର ସହଯୋଗ ନେବ ଓଡ଼ିଶା ପୁଲିସ। ସୁରକ୍ଷା ଓ ନିରାପତ୍ତା ବ୍ୟବସ୍ଥାରେ ଥିବା ଆହ୍ୱାନଗୁଡ଼ିକୁ ମୁକାବିଲା କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ଏହାସହ ପୂର୍ବଭଳି ଏଆଇ ଚାଳିତ ସିସିଟିଭିକୁ ସହରର ବିଭିନ୍ନ କୋଣରେ ଲଗାଯିବ। ଫଳରେ ସନ୍ଦିଗ୍ଧ ଚଳପ୍ରଚଳକୁ ନିୟନ୍ତ୍ରଣ କରିବାରେ ପୁଲିସ ସକ୍ଷମ ହୋଇପାରିବ।

ଆସନ୍ତା ୧୧ ତାରିଖରୁ ପୁରୀରେ ରଥଯାତ୍ରା ଉତ୍ସବ ଆରମ୍ଭ ହେବ ଶ୍ରୀଜିଉମାନେ ବର୍ଷର ପ୍ରଥମଥର ଲାଗି ଏହିଦିନ ଶ୍ରୀମନ୍ଦିର ବାହାରକୁ ଆସି ଭକ୍ତଙ୍କୁ ଦର୍ଶନ ଦେବେ। ଏହିଦିନ ସ୍ନାନପୂର୍ଣ୍ରମୀ ପଡ଼ୁଥିବାରୁ ପୁରୀରେ ପ୍ରବଳ ଭିଡ଼ ସମ୍ଭାବନା ବ୍ୟକ୍ତ କରାଯାଇଛି। ଏହି ସମୟରେ ବିଶୃଙ୍ଖଳିତ କାର୍ଯ୍ୟକଳାପର ଆଶଙ୍କା ଥିବାରୁ  ପୁଲିସ ପ୍ରଶାସନ ପକ୍ଷରୁ ଟେକ୍ନୋଲୋଜି ସହାୟତା ନିଆଯାଇଛି। ସମୂଦ୍ର ଉପକୂଳ ହୋଇଥିବାରୁ କୌଣସି ବାହ୍ୟ ଆକ୍ରମଣ ଉପରେ ନଜର ରଖିବା ଲାଗି ତଟରକ୍ଷୀ ବାହିନୀ ଓ ନୌବାହିନୀର ସହାୟତା ନିଆଯିବ। ଏନେଇ ଆଜି ଏକ ସଂଯୋଜନା ତଥା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି।

ବୈଠକ ପରେ ଓଡ଼ିଶା ପୁଲିସର ସୋଶାଲ୍‍ ମିଡିଆ ହ୍ୟାଣ୍ଡଲରେ କୁହାଯାଇଛି,  ‘ଡିଜିପି ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ପୁରୀରେ ଆଗାମୀ ସ୍ନାନ ଯାତ୍ରା ଓ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାର ସୁପରିଚାଳନା, ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ ବ୍ୟବସ୍ଥାର ସୁପରିଚାଳନା, ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ଯାତାୟାତ ଓ ଶୃଙ୍ଖଳିତ ଦର୍ଶନ ତଥା ସୁରକ୍ଷିତ ରଥ ଟଣା ଆଦି ସମ୍ପର୍କରେ ବରିଷ୍ଠ ଅଧିକାରୀଙ୍କ ସହ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଛନ୍ତି। ଏହି ଅବସରରେ ଶ୍ରୀ ଖୁରାନିଆ ଶ୍ରୀ ମନ୍ଦିର ସୁରକ୍ଷା ବ୍ୟବସ୍ଥାର ମଧ୍ୟ ସମୀକ୍ଷା କରିଛନ୍ତି’।

Add Zee News as a Preferred Source

ସାଧାରଣତଃ ରଥଯାତ୍ରା ସମୟରେ ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମକୁ ନଜର ରେ ରଖି ଭିଡ଼ ନିୟନ୍ତ୍ରଣ ଓ ଟ୍ରାଫିକ ସୁବ୍ୟବସ୍ଥା ନେଇ ମଧ୍ୟ ଆଜିର ବୈଠକରେ ଆଲୋଚନା କରାଯାଇଥିଲା । ଭୁବନେଶ୍ୱରରୁ ପୁରୀ ଆସୁଥିବା ଯାନ ବାହାନର ଚଳାଚଳର ସୁବ୍ୟବସ୍ଥା ସହ ବଡ଼ ଦାଣ୍ଡରେ ଭକ୍ତ ଭିଡ଼ ନିୟନ୍ତ୍ରଣ ସମେତ ଶୃଙ୍ଖଳିତ ରଥ ଟଣା କରାଇବା ନେଇ ସବିଶେଷ ଆଲୋଚନା ହୋଇଥିଲା । ସ୍ୱତ୍ରନ୍ତ୍ର ଭାବେ ଚଳିତ ବର୍ଷ ସୁରକ୍ଷାକୁ ଆଖି ଆଗରେ ରଖି କୋଷ୍ଟାଲ ସିକ୍ୟୁରିଟିକୁ ବ୍ୟାପକ କରାଯଇଥିବା ଡିଜି ମତ ରଖିଥିଲେ। ତେବେ ଆଜି ବୈଠକ ପୂର୍ବରୁ ପୋଲିସ ଡିଜି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିବା ବେଳେ ଶ୍ରୀମନ୍ଦିର ଓ ପୁରୀର ସୁରକ୍ଷା ନେଇ ଏକ ସ୍ୱତ୍ରନ୍ତ୍ର ବୁଲେଟ ପ୍ରୁଫ ରକ୍ଷକ ଗାଡିକୁ ଉଦ୍ଘାଟନ କରିଥିଲେ। ତେବେ ବୈଠକରେ ରାଜ୍ୟ ପୋଲିସ ପ୍ରଶାସନର ବହୁ ବରିଷ୍ଠ ପଦାଧିକାରୀମାନେ ଯୋଗଦାନ କରିଥିବା ପରିଲକ୍ଷିତ ହୋଇଥିଲା  ।

About the Author