)
Accident News: ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ସଡକ ଦୁର୍ଘଟଣା କାରଣରୁ ୧୦ ଜଣଙ୍କ ଜୀବନ ଯାଇଥିବା ସମୟରେ ୧୭ରୁ ଅଧିକ ଆହତ ହୋଇଛନ୍ତି ।
ବାଲେଶ୍ବରରୁ ବିଶାଖାପାଟଣା ଯାଉଥିବା ସମୟରେ ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମ ଜିଲ୍ଲା ବାରୁଆ ନିକଟରେ ଦୁର୍ଘଟଣା ଘଟିଛି । ଟ୍ରକ୍ ସହ କାର୍ ଧକ୍କା କାରଣରୁ ୩ ଜଣଙ୍କ ମୃତ୍ୟୁ ହୋଇଛି । ଜଣେ ମହିଳା ଓ ୨ଜଣ ଶିଶୁଙ୍କ ମୃତ ହୋଇଥିବା ସମୟରେ ଆଉ ୨ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।
ବିନିକା NH ୨୬ ସାଲେଭଟା ଚେରୁପାଲି ଅଙ୍ଗନଦୀ ବ୍ରିଜ୍ରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଝିଆରୀ ବାହାଘର କାର୍ଡ ବାଣ୍ଟିବାକୁ ଯାଉଥିବା ସମୟରେ ଧକ୍କା ଦେଇଛି ପିକଅପ୍ । ବାଇକ୍ ଆରୋହୀ କାକା ଏବଂ ପୁତୁରାଙ୍କ ମୃତ୍ୟୁ ହୋଇଛି । ଡୁଙ୍ଗୁରିପାଲି ହସ୍ପିଟାଲରେ ୧୫ ବର୍ଷୀୟ ପୁତୁରାର ମୁତ୍ୟୁ ହୋଇଥିବାବେଳେ ବୁର୍ଲା ସ୍ଥାନାନ୍ତର ବେଳେ ବରଗଡ଼ରେ କାକାଙ୍କ ଜୀବନ ଯାଇଛି ।
ସମ୍ୱଲପୁର ଧନୁପାଲି ଥାନା NH-55 ନକ୍ସପାଲି ନିକଟରେ ଦୁର୍ଘଟଣା ଘଟିଛି । ମୋଟ ୩ ଜଣଙ୍କ ମୃତ୍ୟୁ ହୋଇଛି । ସମସ୍ତେ ସମ୍ବଲପୁରର ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ କାର୍ ଚାଳକ ଓ ବୁର୍ଲା ସଦର ହସ୍ପିଟାଲ୍ରେ ଭର୍ତ୍ତି ୨ଜଣଙ୍କ ମୃତ୍ୟୁ ହୋଇଛି ।
ଅନୁଗୁଳ ବଅଁରପାଳ ଥାନା ବଉଳିଗଡ଼ ଆମନା ନିକଟରେ ବାଇକ୍ ଦୁର୍ଘଟଣା କାରଣରୁ ୨ ସାଙ୍ଗ ମୃତ୍ୟୁବରଣ କରିଛନ୍ତି ।
ମୋହନା ମହେନ୍ଦ୍ରଗଡ଼ ନିକଟରେ ବାଇକ୍ ବ୍ରିଜ୍ରୁ ତଳକୁ ଖସିବା କାରଣରୁ ଘଟଣାସ୍ଥଳରେ ବାଇକ୍ଆ ରୋହୀଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଆହତ ହୋଇଥିବା ସୂଚନା ମିଳିଛି ।
ଦିଗପହଣ୍ଡି ଚିକିଟି ମୁଖ୍ୟ ରାସ୍ତା ଝାଟିପିଟିଆ ନିକଟରେ ମିନି ବସ୍-ଶୁଖୁଆ ବୋଝେଇ ପିକଅପ୍ ମୁହାଁମୁହିଁ ଦୁର୍ଘଟଣା କାରଣରୁ ୧୦ ଆହତ ହୋଇଛନ୍ତି । ସମସ୍ତ ଆହତ ବୋମକେଇ ମେଡିକାଲ୍ରେ ଭର୍ତ୍ତି ହୋଇଛନ୍ତି ।
Also Read- ଇସ୍କନର ଅଦିନିଆ ରଥଯାତ୍ରା ନେଇ ଗଜପତିଙ୍କ ଉଦ୍ବେଗ