Odisha Vigilance: ବୁଧବାର ଦିନ ଓଡ଼ିଶା ଭିଜିଲାନ୍ସ ଖୋର୍ଦ୍ଧା ଜିଲ୍ଲାର ଜଟଣୀ ମ୍ୟୁନିସିପାଲିଟିର କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଜୋଶୀଙ୍କୁ ଆୟ ବର୍ହିଭୂତ ସମ୍ପତ୍ତି ରଖିବା ଅଭିଯୋଗରେ ଗିରଫ କରିଛି।
Trending Photos
)
Vigilance Arrests Jatni MEO: ବୁଧବାର ଦିନ ଓଡ଼ିଶା ଭିଜିଲାନ୍ସର ଅଧିକାରୀମାନେ ଖୋର୍ଦ୍ଧା ଜିଲ୍ଲାର ଜଟଣୀ ମ୍ୟୁନିସିପାଲିଟିର କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଜୋଶୀଙ୍କୁ ଆୟ ବର୍ହିଭୂତ ସମ୍ପତ୍ତି ରଖିବା ଅଭିଯୋଗରେ ଗିରଫ୍ କରିଛି।
ତାଙ୍କ ସମ୍ପତ୍ତି ଯାଞ୍ଚ କରାଯିବା ପରେ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ପର୍ଦ୍ଦାଫାସ ହୋଇଛି। ଯେଉଁଥିରେ ଭୁବନେଶ୍ୱରରେ ଚାରୋଟି ଉଚ୍ଚ ମୂଲ୍ୟର ଫ୍ଲାଟ୍, ବ୍ରହ୍ମପୁରରେ ଦୁଇଟି ବହୁମହଲା କୋଠା, ୧୧ଟି ଜମି ପ୍ଲଟ୍, ପ୍ରାୟ ୪୭୫ ଗ୍ରାମ ଓଜନର ସୁନା ଅଳଙ୍କାର, ୧୭ ଲକ୍ଷ ଟଙ୍କା ନଗଦ ଓ ୯୦ ଲକ୍ଷ ଟଙ୍କାରୁ ଅଧିକ ଜମା ଅନ୍ତର୍ଭୁକ୍ତ ରହିଛି।
Today, DA searches by #Odisha #Vigilance are on at 10 locations of Sri Surjyamani Pattajoshi, Executive Officer, Jatni Municipality, #Khordha. Cash Rs 17 Lakhs, 2 flats, 2 multi storeyed bldgs, advance Rs.56 lakh paid for a 4.5 BHK Flat in BBSR, 11 plots, etc unearthed so far. pic.twitter.com/QEZ0lv6KVq
— Odisha Vigilance (@OdishaVigilance) March 25, 2025
ପାଟ୍ଟଜୋଶୀ ଏହି ସମ୍ପତ୍ତିକୁ ନେଇ କୌଣସି ସନ୍ତୋଷଜନକ ସ୍ପଷ୍ଟୀକରଣ ଦେଇପାରି ନଥିଲେ। ଯାହା ଫଳରେ ଭିଜିଲାନ୍ସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।
ପାଟ୍ଟଜୋଶୀଙ୍କ ବିରୁଦ୍ଧରେ ଭିଜିଲାନ୍ସ ସେଲ୍ ପିଏସ୍ କେସ୍ ନଂ.୩/୨୦୨୫ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି। ତାଙ୍କୁ ଭୁବନେଶ୍ୱରର ସ୍ୱତନ୍ତ୍ର ବିଚାରପତି, ଭିଜିଲାନ୍ସଙ୍କ ସମ୍ମୁଖରେ ହାଜର କରାଯିବ।