Trending Photos
)
Vigilance Raid: ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଧରାପଡିଛନ୍ତି ଯାଜପୁର ଧର୍ମଶାଳାର ଏବିଡ଼ିଓ ଅସିତ ପାତ୍ର। ଅସିତଙ୍କ କାର୍ଯ୍ୟାଳୟ ସମେତ ୭ଟି ସ୍ଥାନରେ ଏକକାଳୀନ ଚଢାଉ ଚାଲିଥିବା ସୂଚନା ମିଳିଛି। ଏହି ଚଢାଉ ସମୟରେ କୋଟି କୋଟି ଟଙ୍କାର ସମ୍ପତି ଜବତ କରିଥିବା ନେଇ ସୂଚନା ରହିଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ଚଢାଉ କରିଛି।
ଏକାସାଙ୍ଗରେ ଯାଜପୁର, କଟକ ଭୁବନେଶ୍ୱର, ଭଦ୍ରକରେ ଚଢାଉ ହୋଇଛି। ଚଢାଉରେ ୮ଜଣ ଡିଏସପି ଓ ୯ଜଣ ଇନ୍ସପେକ୍ଟର ସାମିଲ ଅଛନ୍ତି। କଟକ ସ୍ପେସିଆଲ ଜଜ୍ଙ୍କ ଦ୍ୱାରା ୱାରେଣ୍ଟ ଜାରି ହେବା ପରେ ଏହି ଚଢାଉ କରାଯାଇଛି।
ଚଢାଉ ସମୟରେ ଶ୍ରୀ ପାତ୍ରଙ୍କ ନିକଟରୁ ୨୦୦ ଗ୍ରାମର ସୁନା ଅଳଙ୍କାରକୁ ଜବତ କରିଛି ଭିଜିଲାନ୍ସ। ସେହିପରି ନଗଦ ୧୮୫୦୦୦ ଟଙ୍କା ଜବତ କରିଥିବା ବେଳେ ବ୍ୟାଙ୍କରେ ୬୫ ଲକ୍ଷ ଟଙ୍କାର ଡିପୋଜିଟ ରହିଥିବା ଜାଣିବାକୁ ପାଇଛି ଭିଜିଲାନ୍ସ। ସେହିପରି ଦୁଇଟି ଦୁଇ ଚକିଆ ଗାଡି ମଧ୍ୟ ଜବତ କରିଛି ଭିଜିଲାନ୍ସ ଟିମ। ଯାଜପୁର ରୋଡ୍ କହ୍ନେଇପୁର ସ୍ଥିତ ୪ ମହଲା ବିଶିଷ୍ଟ ଘର, କଟକ ଚାଉଳିଆଗଞ୍ଜ ସ୍ଥିତ ମେଟ୍ରୋ ଆଭେନ୍ୟୁ ଆପାର୍ଟମେଣ୍ଟର ଏକ ଫ୍ଲାଟ୍, ଯାଜପୁର ଗରଡେଶ୍ୱର ସ୍ଥିତ ଘର, ଭଦ୍ରକ ସନାବନସ୍ତ ଗାଁରେ ଥିବା ସମ୍ପର୍କୀୟଙ୍କ ଘର, ଯାଜପୁର ଧର୍ମଶାଳା ସରକାରୀ ବାସଭବନ, ଧର୍ମଶାଳା ବ୍ଲକ୍ ସ୍ଥିତ ଅଫିସ୍ ଏବଂ ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ସ୍ଥିତ ଘରେ ଏହି ଚଢାଉ କରୁଛି ଭିଜିଲାନ୍ସ ଟିମ୍ ।