Advertisement
Article Detail0/zeeodisha/odisha2676705
Zee OdishaOdisha StatePolice fire: ପୋଲିସ ଓ ଗୋରୁ ଚୋରାଚାଲାଣକାରୀଙ୍କ ମଧ୍ୟରେ ଗୁଳି ବିନିମୟ

Police fire: ପୋଲିସ ଓ ଗୋରୁ ଚୋରାଚାଲାଣକାରୀଙ୍କ ମଧ୍ୟରେ ଗୁଳି ବିନିମୟ

Police fire:(ଅଜୟ ନାଥ) ଗୁଳି ବିନିମୟ ସମୟରେ ଦୁଇ ଜଣ ଗୋରୁ ଚୋରାଚାଲାଣକାରୀଙ୍କର ଗୋଡରେ ଗୁଳି ବାଜିଥିଲା। ଗୋଟିଏ ଡାହାଣ ଆଉ ଗୋଟିଏ ବାମ ଗୋଡ଼ର ଆଣ୍ଠୁ ତଳେ ବାଜିଥିବା ପୋଲିସ ପକ୍ଷରୁ ସୂଚନା।  ତୁରନ୍ତ ସେ ଦୁଇ ଜଣ ଙ୍କୁ ବୁର୍ଲା ହସ୍ପିଟାଲକୁ ସ୍ଥାନ୍ତାନ୍ତର କରାଯାଇଥିବା ବେଳେ ସେମାନେ ଠିକ ରହିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

Police fire: ପୋଲିସ ଓ ଗୋରୁ ଚୋରାଚାଲାଣକାରୀଙ୍କ ମଧ୍ୟରେ ଗୁଳି ବିନିମୟ

Police fire: ସମ୍ବଲପୁର ସିଟି ଷ୍ଟେସନ ନିକଟରେ ପୋଲିସ ଓ ଗୋରୁ ଚୋରାଚାଲାଣକାରୀଙ୍କ ମଧ୍ୟରେ ଗୁଳି ବିନିମୟ। ଦୁଇ ଗିରଫ, ୩୦ ଗାଇ ଉଦ୍ଧାର। ଆଜି ଭୋର ସକାଳ ୫. ୩୫ ମିନିଟ ମଧ୍ୟରେ ସିଟି ଷ୍ଟେସନ ନିକଟରେ ପାଞ୍ଚ ରାଉଣ୍ଡ ପୋଲିସ ପକ୍ଷରୁ ଓ ତିନି ରାଉଣ୍ଡ ଗୋରୁ ଚୋରାଚାଲାଣ କାରୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। 

ଗୁଳି ବିନିମୟ ସମୟରେ ଦୁଇ ଜଣ ଗୋରୁ ଚୋରାଚାଲାଣକାରୀଙ୍କର ଗୋଡରେ ଗୁଳି ବାଜିଥିଲା। ଗୋଟିଏ ଡାହାଣ ଆଉ ଗୋଟିଏ ବାମ ଗୋଡ଼ର ଆଣ୍ଠୁ ତଳେ ବାଜିଥିବା ପୋଲିସ ପକ୍ଷରୁ ସୂଚନା।  ତୁରନ୍ତ ସେ ଦୁଇ ଜଣ ଙ୍କୁ ବୁର୍ଲା ହସ୍ପିଟାଲକୁ ସ୍ଥାନ୍ତାନ୍ତର କରାଯାଇଥିବା ବେଳେ ସେମାନେ ଠିକ ରହିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ପୋଲିସ ଚାରିଟି ଫୁଟା ଗୁଳି ଦୁଇଟି ଦେଶୀ ପିସ୍ତଲ, ଗୋଟିଏ ହୁଣ୍ଡାଇ ଅଳକେଜର କାର WB ୧୪ AA ୧୨୩୨ କୁ ଘଟଣା ସ୍ଥଳରୁ ଜବତ କରିଛି। ତା ସହ ୩୦ ଟି ଗୋରୁଙ୍କୁ ଉଦ୍ଧାର କରିବା ସହ ଗୋଟିଏ ରାଜସ୍ଥାନ ନମ୍ବର ଥିବା ମିନି ଟ୍ରକ ମଧ୍ୟ ଜବତ କରିଛି ପୋଲିସ।

Add Zee News as a Preferred Source
About the Author