Advertisement
Article Detail0/zeeodisha/odisha2854817
Zee OdishaOdisha Stateଡେପୁଟି ରେଞ୍ଜରଙ୍କ ଘରୁ ଦେଢ଼ କେଜି ସୁନା ଜବତ

ଡେପୁଟି ରେଞ୍ଜରଙ୍କ ଘରୁ ଦେଢ଼ କେଜି ସୁନା ଜବତ

ଦେଢ଼ କେଜି ସୁନା ସହ ୪ କେଜି ୩୬୭ ଗ୍ରାମ୍‌ର ରୁପା ମଧ୍ୟ ଜବତ ହୋଇଛି । ଏଥିସହ ଡେପୁଟି ରେଞ୍ଜରଙ୍କ ଘରୁ ନଗଦ ୧ କୋଟି ୪୩ ଲକ୍ଷ ଟଙ୍କା ଜବତ କରାଯାଇଛି । ଜୟପୁରରେ ଗୋଟିଏ ବହୁତଳ କୋଠା ସହ ୩ଟି ଫ୍ଲାଟ୍‌ ଥିବା ସୂଚନା ମିଳିଛି । ଭୁବନେଶ୍ବରରେ ଗୋଟିଏ ଓ ଜୟପୁରରେ ୨ଟି ଫ୍ଲାଟ୍‌ ରହିଛି ।

ଡେପୁଟି ରେଞ୍ଜରଙ୍କ ଘରୁ ଦେଢ଼ କେଜି ସୁନା ଜବତ

ଜୟପୁର: ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକଙ୍କ ବିପୁଳ ସଂପତ୍ତି ଠାବ କରିଛି ଭିଜିଲାନ୍ସ ଟିମ୍ । ୬ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରି ବିପୁଳ ସଂପତ୍ତି ଠାବ କରାଯାଇଛି । ଦେଢ଼ କେଜି ସୁନା ସହ ୪ କେଜି ୩୬୭ ଗ୍ରାମ୍‌ର ରୁପା ମଧ୍ୟ ଜବତ ହୋଇଛି । ଏଥିସହ ଡେପୁଟି ରେଞ୍ଜରଙ୍କ ଘରୁ ନଗଦ ୧ କୋଟି ୪୩ ଲକ୍ଷ ଟଙ୍କା ଜବତ କରାଯାଇଛି । ଜୟପୁରରେ ଗୋଟିଏ ବହୁତଳ କୋଠା ସହ ୩ଟି ଫ୍ଲାଟ୍‌ ଥିବା ସୂଚନା ମିଳିଛି । ଭୁବନେଶ୍ବରରେ ଗୋଟିଏ ଓ ଜୟପୁରରେ ୨ଟି ଫ୍ଲାଟ୍‌ ରହିଛି ।

ସୂଚନାଯୋଗ୍ୟ, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଆଜି ଶୁକ୍ରବାର ଜୟପୁରର ଡେପୁଟି ରେଞ୍ଜର ରାମଚନ୍ଦ୍ର ନାୟକଙ୍କର ଘରେ ଚଢାଉ କରିଛି। ଚଢାଉ ସମୟରେ ଆଖି ଖୋସି ହୋଇଗଲା ଭଳି ସମ୍ପତ୍ତି, ନଗଦ ରାଶି ଓ ସୁନା ବିସ୍କୁଟ ଏବଂ ଅଳଙ୍କାର ଜବତ କରିଛି। ତେବେ ସବୁଠାରୁ ବଡ଼ କଥା ହେଉଛି ଜବତ ସମୟରେ ଦ୍ୱିତୀୟ ସର୍ବାଧିକ ନଗଦ ରାଶି ଜବତ କରିଛି ଭିଜିଲାନ୍ସ। ଭିଜିଲାନ୍ସର ୬ ଜଣ ଡିଏସପି, ୫ ଜଣ ଇନସ୍ପେକ୍ଟର, ୯ ଜଣ ଏଏସଆଇ ଓ ଅନ୍ୟାନ୍ୟ କର୍ମୀମାନେ ଚଢାଉ ଟିମରେ ସାମିଲ ରହିଥିଲେ। 

ଭିଜିଲାନ୍ସ ଶ୍ରୀ ନାୟକଙ୍କ ଜୟପୁରସ୍ଥିତ ପୈତୃକ ଘର ଉପରେ ଚଢାଉ କରିଥିବା ବେଳେ ଜୟପୁରର ଗୋଲ୍ଡେନ ରେସିଡେଣ୍ଟାଲ ଆପାର୍ଟମେଣ୍ଟରେ ଥିବା ଘର ନମ୍ବର ୫୧୦ ଓ ୫୧୧, ଭୁବନେଶ୍ୱର ରଘୁନାଥପୁର ସ୍ଥିତ  UMS Bhagabati Mansionରେ ଥିବା ତାଙ୍କ ଭାଇଙ୍କ ଘର, ଜୟପୁରରେ ସୋମ୍ବାର ଟୋଟାରେ ଥିବା ସମ୍ପର୍କିୟଙ୍କ ଘରେ, ଜୟପୁରସ୍ଥିତ ତାଙ୍କ କାର୍ଯ୍ୟାଳୟରେ ଚଢାଉ କରିଛି ଭିଜିଲାନ୍ସ। 

Add Zee News as a Preferred Source

ଏହି ସମୟରେ ମୋଟ କୋଟିଏ ୪୪ ଲକ୍ଷ ଟଙ୍କା, ୪ଟି ସୁନା ବିସ୍କୁଟ, ଗୋଟିଏ ଭରି ଓଜନର ୧୬ଟି ସୁନା କଏନକୁ ମଧ୍ୟ ଜବତ କରାଯାଇଛି। ତେବେ ସବୁଠାରୁ ବଡ଼ କଥା ହେଉଛି ଶ୍ରୀ ନାୟକଙ୍କ ଦରମା ମାତ୍ର ୬୯୬୮୦ ଟଙ୍କା ରହିଥିବା ବେଳେ ଏତେ ଟଙ୍କା ସେ କେଉଁଠୁ ଆଣିଲେ ତାହାକୁ ନେଇ ଏବେ ସର୍ବସାଧାରଣରେ ପ୍ରଶ୍ନ ସୃଷ୍ଟି ହୋଇଛି। 

Also Read- Liver Disease: ବଡ଼ ଘାତକ ହୋଇପାରେ ଲିଭର୍ ସଂକ୍ରମଣ, କିପରି ଏଡାଇ ହେବ ବିପଦକୁ ? ଜାଣନ୍ତୁ

About the Author