କାମାକ୍ଷା ଏକ୍ସପ୍ରେସ୍ ଲାଇନ୍ଚ୍ୟୁତ ଘଟଣାରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଯାତ୍ରୀଙ୍କ ମୃତ୍ୟୁ ନେଇ SCB କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।
Trending Photos
)
Train Accident News: କାମାକ୍ଷା ଏକ୍ସପ୍ରେସ୍ ଲାଇନ୍ଚ୍ୟୁତ ଘଟଣାରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଯାତ୍ରୀଙ୍କ ମୃତ୍ୟୁ ନେଇ SCB କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।
କାମାକ୍ଷା ଏକ୍ସପ୍ରେସ ବଗି ଲାଇନ୍ଚ୍ୟୁତ ଘଟଣାରେ ହେଲ୍ପଲାଇନ୍ ନମ୍ବର ଜାରି କରିଛି ଇଷ୍ଟକୋଷ୍ଟ ରେଲୱେ । ଭୁବନେଶ୍ବର ୧ନଂ ପ୍ଲାଟଫର୍ମରେ ହେଲ୍ପ ଡେସ୍କ ବ୍ୟବସ୍ଥା କରାଯାଇଛି । ହେଲ୍ପ ଡେସ୍କ ପାଇଁ ୮୧୧୪୩୮୨୩୭୧ ନଂ ଜାରି । କଟକ ପାଇଁ ହେଲ୍ପ ଲାଇନ୍ ନମ୍ବର- ୮୯୯୧୧୨୪୨୩୮, କଟକ ପାଇଁ ମୋବାଇଲ୍ ନଂ- ୭୨୦୫୧୪୯୫୯୧, ଖୋର୍ଦ୍ଧା ରୋଡ୍ ପାଇଁ ହେଲ୍ପ ଡେସ୍କ- ୦୬୭୪୨୪୯୨୨୪୫, ଭଦ୍ରକ ପାଇଁ ହେଲ୍ପ ଲାଇନ୍ ନଂ- ୯୪୩୭୪୪୩୪୬୯ ଜାରି କରାଯାଇଛି ।
କାମାକ୍ଷା ଏକ୍ସପ୍ରେସ୍ ଲାଇନ୍ଚ୍ୟୁତ ପରେ ଯାତ୍ରୀଙ୍କୁ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବାକୁ ସ୍ବତନ୍ତ୍ର ଟ୍ରେନ୍ ବ୍ୟବସ୍ଥା କରାଯାଇଛି । ଏନେଇ ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ଭୁବନେଶ୍ବରରୁ ବାହାରିଥିବା ସ୍ବତନ୍ତ୍ର ଟ୍ରେନ୍, ଭାୟା ନରାଜ ଦେଇ ଯିବ । ଅଧାରେ ଫସିଥିବା ଯାତ୍ରୀଙ୍କୁ ନେଇ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବ ।
ସୂଚନାଯୋଗ୍ୟ, ମଙ୍ଗୁଳି ନିକଟ ନିର୍ଗୁଣ୍ଡିରେ କାମାକ୍ଷା ଏକ୍ସପ୍ରେସର ୧୧ଟି ବଗି ଲାଇନ୍ଚ୍ୟୁତ ହୋଇଥିଲା। ଉପରିସ୍ଥ ଅଧିକାରୀମାନେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଉପରେ ନଜର ରଖିଛନ୍ତି। ଫସିଥିବା ଯାତ୍ରୀଙ୍କୁ କଟକ ଅଣାଯାଉଛି । ସେମାନଙ୍କୁ କଟକ ଫେରାଇ ଆଣିବା ପରେ ବିକଳ୍ପ ବ୍ୟବସ୍ଥା ନେଇ ଯୋଜନା କରାଯିବ ବୋଲି ପ୍ରଥମେ କୁହାଯାଉଥିଲା । ଘଣ୍ଟାଏରୁ ଅଧିକ ସମୟ ଧରି ଟ୍ରେନ ଅଟକି ରହିବା କାରଣରୁ ପିଇବା ପାଇଁ ଯାତ୍ରୀମାନେ ନିବେଦନ କରିଥିଲେ । ଟ୍ରେନ ଦୁର୍ଘଟଣାରେ ଆହତମାନଙ୍କୁ ଆମ୍ବୁଲାନ୍ସ ଜରିଆରେ ହସ୍ପିଟାଲ ନିଆଯାଉଛି। ଷ୍ଟ୍ରେଚରରେ ୩ ଆହତଙ୍କୁ SCB ମେଡିକାଲ ନିଆଯାଇଛି ଏବଂ ପ୍ରାୟ ୩୦ ଜଣ ଦୁର୍ଘଟଣାରେ ଆହତ ହୋଇଥିବା ସୂଚନା ରହିଛି ।
ଅନ୍ୟପଟେ, ଏକ୍ସପ୍ରେସ ଲାଇନଚ୍ୟୁତ ପରେ ଅନେକ ଟ୍ରେନ୍ର ଗତିପଥ ପରିବର୍ତ୍ତନ ହୋଇଛି । ଧଉଳି, ନୀଳାଚଳ, ପୁରୁଲିଆ ସୁପରଫାଷ୍ଟର ଗତିପଥ ବଦଳିଥିବା ସୂଚନା ମିଳିଛି ।