Orissa HC: ଓଡ଼ିଶା ହାଇକୋର୍ଟ ଗୁରୁବାର ଦିନ ଏକ ଅସାଧାରଣ ରାୟ ଦେଇ ବ୍ୟାଙ୍କ ଠକେଇ ଅଭିଯୋଗରେ ଅଭିଯୁକ୍ତ ଜଣେ ମହିଳାଙ୍କୁ ସମ୍ପୃକ୍ତ ବ୍ୟାଙ୍କରେ ଦୁଇ ମାସ ଝାଡୁଦାର ଭାବରେ କାମ କରିବାକୁ ଏକ ବିଶେଷ ସର୍ତ୍ତରେ ଜାମିନ ପ୍ରଦାନ କରିଛନ୍ତି।
Trending Photos
)
Orissa High Court: ଓଡ଼ିଶା ହାଇକୋର୍ଟ ଗୁରୁବାର ଦିନ ଏକ ଅସାଧାରଣ ରାୟ ଦେଇ ବ୍ୟାଙ୍କ ଠକେଇ ଅଭିଯୋଗରେ ଅଭିଯୁକ୍ତ ଜଣେ ମହିଳାଙ୍କୁ ସମ୍ପୃକ୍ତ ବ୍ୟାଙ୍କରେ ଦୁଇ ମାସ ଝାଡୁଦାର ଭାବରେ କାମ କରିବାକୁ ଏକ ବିଶେଷ ସର୍ତ୍ତରେ ଜାମିନ ପ୍ରଦାନ କରିଛନ୍ତି। ଅଭିଯୁକ୍ତ ମନୋଜ୍ଞାନ ପଟ୍ଟନାୟକ ଏକ ବ୍ୟାଙ୍କ ଠକେଇ ମାମଲାରେ ଜଡିତ ଥିଲେ। ଯେଉଁଠାରେ ସେ ଗୋଟିଏ ସମ୍ପତ୍ତିକୁ ବହୁବାର ବନ୍ଧକ ରଖିଥିଲେ ଏବଂ କଟକ ଲିଙ୍କ ରୋଡରେ ଥିବା ICICI ବ୍ୟାଙ୍କରେ ତିନୋଟି ଭିନ୍ନ ଆକାଉଣ୍ଟ ମାଧ୍ୟମରେ ୧.୦୫ କୋଟି ଟଙ୍କାର ଋଣ ନେଇଥିଲେ।
ତଦନ୍ତରୁ ଜଣାପଡିଛି ଯେ ଏହି ସମ୍ପତ୍ତି ପୂର୍ବରୁ ଭୁବନେଶ୍ୱରସ୍ଥିତ ଇଣ୍ଡିଆନ୍ ବ୍ୟାଙ୍କର ଅଶୋକ ନଗର ଶାଖାରେ ଅନ୍ୟ ଏକ ଋଣ ପାଇଁ ବନ୍ଧକ ଭାବରେ ବ୍ୟବହାର କରାଯାଇଥିଲା। କ୍ରାଇମବ୍ରାଞ୍ଚ ଫେବୃଆରୀ ୫ ତାରିଖରେ ଏହି ମହିଳାଙ୍କୁ ଗିରଫ କରିଥିଲା।
ନିମ୍ନ ଅଦାଲତରୁ ଜାମିନ ଖାରଜ ପରେ ଅଭିଯୁକ୍ତ ମହିଳା ମନୋଜ୍ଞାନ ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲା । ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଏସ.କେ.ପାଣିଗ୍ରାହୀ ଅଭିଯୁକ୍ତକୁ ଏପରି କଠୋର ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ଅଭିଯୁକ୍ତ ଜାମିନ ଆବେଦନର ବିଚାର କରିବା ସମୟରେ ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଅଭିଯୁକ୍ତଙ୍କୁ ଦୁଇ ମାସ ପାଇଁ ପ୍ରତିଦିନ ସକାଳ ୮ଟାରୁ ୧୦ଟା ମଧ୍ୟରେ ବ୍ୟାଙ୍କ ପରିସରକୁ ସଫା କରିବାକୁ ପଡିବ। ଯଦି ସେ ଏହି ସର୍ତ୍ତ ପୂରଣ କରିବାରେ ବିଫଳ ହୁଅନ୍ତି, ତେବେ ତାଙ୍କର ଜାମିନ ବାତିଲ ହୋଇଯିବ।
ଅଭିଯୁକ୍ତ ଏହି ସର୍ତ୍ତ ପାଳନ କରୁଛନ୍ତି କି ନାହିଁ ତାହା ଉପରେ ସ୍ଥାନୀୟ ଥାନା ଅଧିକାରୀ ନଜର ରଖିବେ । ଏଥିସହ ଅଭିଯୁକ୍ତ ମଧ୍ୟ ସମସ୍ତ ତଦନ୍ତରେ ସହଯୋଗ କରିବେ। ଏହା ସମେତ ଅଭିଯୁକ୍ତଙ୍କ ବିରୋଧରେ ଥିବା ପ୍ରମାଣକୁ ନଷ୍ଟ କରିବେ ନାହିଁ ବୋଲି ନ୍ୟାୟାଳୟ ନିଜ ଆଦେଶରେ ସ୍ପଷ୍ଟ କରିଛନ୍ତି। ଯଦି ଅଭିଯୁକ୍ତ କୌଣସି ଗୋଟିଏ ସର୍ତ୍ତରେ ଖିଲାପ କରନ୍ତି ତେବେ ତାଙ୍କ ଜାମିନ ଖାରଜ ହେବ ବୋଲି ଉଚ୍ଚ ନ୍ୟାୟାଳୟ କହିଛି।