ଭୁବନେଶ୍ୱର: ବିଶିଷ୍ଟ ଭାଷାବିତ ପଦ୍ମଶ୍ରୀ ଅନ୍ତର୍ଯ୍ୟାମୀ ମିଶ୍ର ଆଜି ଭୋଟ ଦେବାକୁ ବଞ୍ଚିତ ହୋଇଛନ୍ତି। ତାଙ୍କ ନାଁ ଭୋଟର ତାଲିକାରେ ନଥିବାରୁ ସେ ଭୋଟ ଦେଇ ନପାରି ଫେରି ଯାଇଛନ୍ତି। ଏହାକୁ ଏକ ଅପମାନ ବୋଲି କହିବା ସହ ସେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଏବଂ ଭାରତର ରାଷ୍ଟ୍ରପତିଙ୍କ ନିକଟକୁ ନିଜର ଅଭିଯୋଗ ପତ୍ର ପଠାଇଛନ୍ତି। ଶ୍ରୀ ମିଶ୍ରଙ୍କ ଘର ଢେଙ୍କାନାଳରେ। 


COMMERCIAL BREAK
SCROLL TO CONTINUE READING

ଆଜି ଢେଙ୍କାନାଳ ଲୋକସଭା ଆସନ ଏବଂ ବିଧାନସଭା ଆସନ ଲାଗି ଏକ ସଙ୍ଗେ ଭୋଟ ଗ୍ରହଣ କରାଯାଉଛି। ୭୩ ବର୍ଷ ବୟସରେ ଶ୍ରୀ ମିଶ୍ର ନିଜର ମତଦାନ କରିବା ପାଇଁ ଗଲାବେଳେ ତାଙ୍କ ନାଁ ଭୋଟର ତାଲିକାରେ ନଥିବା ଜାଣିବାକୁ ପାଇଥିଲେ।


 କହିରଖୁଛୁ ଯେ ଆଜି ରାଜ୍ୟରେ ତୃତୀୟ ପର୍ଯ୍ୟାୟର ମତଦାନ ସଂଗ୍ରହ କରାଯାଉଛି। ରାଜ୍ୟର ୬ଟି ଲୋକସଭା ଆସନ ଓ ଏହା ଅନ୍ତର୍ଗତ ୪୨ଟି ବିଧାନସଭା ଆସନରେ ମତଦାନ ସଂଗ୍ରହ କରାଯାଉଛି। କାଁ ଭାଁ ତୃଟିକୁ ଛାଡ଼ିଲେ ଅବଶିଷ୍ଟ ସ୍ଥାନରେ ମତଦାନ ସ୍ୱଭାବିକ ରହିଛି। ପୁରୀରେ ଭୂଦାନ ନଗର ଅଞ୍ଚଳରୁ ଇଭିଏମ ଅଚଳ ଥିବା ନେଇ ଖବର ସାମ୍ନାକୁ ଆସିଛି।