Advertisement
Article Detail0/zeeodisha/odisha2727598
Zee OdishaOdisha StatePahalgam Terrorist Attack: ଆଜି ଭୁବନେଶ୍ୱରରେ ପହଞ୍ଚିବ ପ୍ରଶାନ୍ତଙ୍କ ମରଶରୀର

Pahalgam Terrorist Attack: ଆଜି ଭୁବନେଶ୍ୱରରେ ପହଞ୍ଚିବ ପ୍ରଶାନ୍ତଙ୍କ ମରଶରୀର

ଏହି ଘଟଣା ପରେ କଶ୍ମୀର ଓ ଆଖପାଖ ଅଞ୍ଚଳରେ ଜୋରଦାର ସର୍ଚ୍ଚ ଅପରେସନ ଜାରି କରିଛି ଭାରତୀୟ ସେନା। ଆଜି ବାରାମୁଳାରେ ଅନୁପ୍ରବେଶ କରୁଥିବା ସମୟରେ ଦୁଇ ଆତଙ୍କୀଙ୍କୁ ଗୁଳି କରି ହତ୍ୟା କରିଛି ଭାରତୀୟ ସେନା। 

Pahalgam Terrorist Attack: ଆଜି ଭୁବନେଶ୍ୱରରେ ପହଞ୍ଚିବ ପ୍ରଶାନ୍ତଙ୍କ ମରଶରୀର

Pahalgam Terrorist Attack:ଭୁବନେଶ୍ୱର: କାଶ୍ମୀରରେ ଆତଙ୍କୀ ଗୁଳିରେ ପ୍ରାଣ ହରାଇଥିବା ବାଲେଶ୍ୱରର ପ୍ରଶାନ୍ତ ଶତପଥିଙ୍କ ମର ଶରୀର ଆଜି ଭୁବନେଶ୍ୱର ଫେରିବ। ଦିନ ପ୍ରାୟ ସାଢେ ଦୁଇଟା ସମୟରେ ଶ୍ରୀ ଶତପଥିଙ୍କ ମର ଶରୀର ଭୁବନେଶ୍ୱର ଅଭିମୁଖେ ବାହାରିବ ବୋଲି ଦିଲ୍ଲୀର ଆବାସିକ କମିଶନର ଗଗନ ବିଶ୍ୱାଳ ସୂଚନା ପ୍ରଦାନ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ ଶ୍ରୀ ଶତପଥୀଙ୍କ ମରଶରୀର ସହିତ ତାଙ୍କର ଧର୍ମପତ୍ନୀ ଓ ପୁଅ ଏକ ସ୍ୱତନ୍ତ୍ର ବିମାନଯୋଗେ କଶ୍ମୀରୁ ଦିଲ୍ଲୀ ଓ ଦିଲ୍ଲୀରୁ ଭୁବନେଶ୍ୱର ଅଭିମୁଖେ ନିଆଯିବ। 

ଏଠାରେ କହି ରଖୁ କି ଶ୍ରୀ ଶତପଥି ତାଙ୍କ ପରିବାର ସହିତ କଶ୍ମୀର ବୁଲିବାକୁ ଯାଇଥିଲେ। ଏହି ସମୟରେ ଗତକାଲି ପହଲଗାମରେ ଆତଙ୍କୀ ଆକ୍ରମଣରେ ୨୭ ଜଣ ପର୍ଯ୍ୟଟକଙ୍କୁ ଗୁଳି କରି ଅତ୍ୟନ୍ତ ନିର୍ମମ ଭାବେ ଆତଙ୍କବାଦୀମାନେ ହତ୍ୟା କରିଥିଲେ। ଏହି ଘଟଣାକୁ ସମଗ୍ର ଦେଶରେ ନିନ୍ଦା କରାଯାଇଥିଲା। ଏଥିରେ ଓଡ଼ିଆ ଯୁବକ ପ୍ରଶାନ୍ତଙ୍କ ମୃତ୍ୟୁ ହୋଇଥିଲା। ତେବେ ପ୍ରଶାନ୍ତଙ୍କ ପତ୍ନୀ ଓ ପୁତ୍ର ସୁରକ୍ଷିତ ରହିଥିବା ନେଇ ସୂଚନା ଆସିଥିଲା। ତେବେ ଘଟଣା ପରେ ଗୃହମନ୍ତ୍ରୀ କଶ୍ମୀର ଗସ୍ତ କରିଥିଲେ। 

ସେପଟେ ଏହି ଘଟଣା ପରେ କଶ୍ମୀର ଓ ଆଖପାଖ ଅଞ୍ଚଳରେ ଜୋରଦାର ସର୍ଚ୍ଚ ଅପରେସନ ଜାରି କରିଛି ଭାରତୀୟ ସେନା। ଆଜି ବାରାମୁଳାରେ ଅନୁପ୍ରବେଶ କରୁଥିବା ସମୟରେ ଦୁଇ ଆତଙ୍କୀଙ୍କୁ ଗୁଳି କରି ହତ୍ୟା କରିଛି ଭାରତୀୟ ସେନା। 

Add Zee News as a Preferred Source
About the Author