Advertisement
Article Detail0/zeeodisha/odisha2757049
Zee OdishaOdisha StatePakistani National at Paradeep: ପାରାଦୀପରେ ଅଶୋଧିତ ତୈଳ ନେଇ ଆସିଥିବା ଜାହାଜରେ ପାକିସ୍ତାନୀ ନାଗରିକ

Pakistani National at Paradeep: ପାରାଦୀପରେ ଅଶୋଧିତ ତୈଳ ନେଇ ଆସିଥିବା ଜାହାଜରେ ପାକିସ୍ତାନୀ ନାଗରିକ

ପାରାଦୀପ: ପାରାଦୀପ ଏସ୍.ପି.ଏମ୍ ବର୍ଥ ରେ ଲାଗିବ ଏମ୍.ଭି.

Pakistani National at Paradeep: ପାରାଦୀପରେ ଅଶୋଧିତ ତୈଳ ନେଇ ଆସିଥିବା ଜାହାଜରେ ପାକିସ୍ତାନୀ ନାଗରିକ

Pakistani National at Paradeep:ପାରାଦୀପ: ପାରାଦୀପ ଏସ୍.ପି.ଏମ୍ ବର୍ଥ ରେ ଲାଗିବ ଏମ୍.ଭି. ତୈଳବାହୀ ଜାହାଜ  'ଏକତଟି ସିରେନ୍-୨। ଜାହାଜ ରେ ୨୧ପାକିସ୍ତାନ ନାଗରିକ ଥିବା ସୂଚନା ମିଳିଛି। ଦକ୍ଷିଣ କୋରିଆରୁ ୧୩୫ଟନ୍ ଅଶୋଧିତ ତୈଳ ନେଇ ଆସୁଥିବା ଏହି ଜାହାଜରେ ପାକିସ୍ତାନୀ ସଦସ୍ୟ ରହିଥିବା ନେଇ କଷ୍ଟମ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଜାହାଜରେ ପାକିସ୍ତାନୀ ନାବିକ ଥିବା ରୁ ପାରାଦୀପ ବନ୍ଦର ପ୍ରଶାସନ, ଇମିଗ୍ରେସନ, କୋଷ୍ଟଗାର୍ଡ ଓ ମେରାଇନ୍ ପୋଲିସ ତରଫରୁ ସତର୍କତା ଅବଲମ୍ବନ। ଜାହାଜ ଲାଗିବା ନେଇ ପାରାଦୀପ ବନ୍ଦର ଡିଟିଆର୍ (ଡେଲି ଟ୍ରାଫିକ ରିପୋର୍ଟ )' ରୁ ସୂଚନା ଦିଆଯାଇଛି।

ସେପଟେ ପାରାଦୀପ ବନ୍ଦର ପରିସରରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ୨୧ ଜଣ ପାକିସ୍ତାନୀ କ୍ରିଉ ମେମ୍ବର ସୂଚନା ପରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ଏନେଇ ପାରାଦୀପ ଇମିଗ୍ରେସନ ବିଭାଗ ଅବଗତ କରିଥିବା ସୂଚନା ଦିଆଯାଇଛି। ତେବେ ଏନେଇ ମେରାଇନ୍ ପୋଲିସ, CISF, କଷ୍ଟମ ବିଭାଗକୁ ଅବଗତ ମଧ୍ୟ କରିଛି ପାରାଦୀପ ଇମିଗ୍ରେସନ ବିଭାଗ । ପଣ୍ୟ ଖଲାସ ନ ହେବା ଯାଏଁ ଜାହାଜକୁ ଜଗି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ପାକିସ୍ତାନୀ କୌଣସି ପରିସ୍ଥିତିରେ ଜାହାଜରୁ ନ ଓହ୍ଲାନ୍ତି କଡ଼ା ନଜର ରଖିବେ ବୋଲି ମଧ୍ୟ କୁହାଯାଉଛି। ପାରାଦୀପ ପୋର୍ଟ SPMରେ ଲାଗିଛି ହଂକଂ ଫ୍ଲାଗସିପ୍ ଜାହାଜ।

ପାକିସ୍ତାନ ବିରୁଦ୍ଧରେ ଆଉ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି, ବୈଦେଶିକ ମନ୍ତ୍ରଣାଳୟ (MEA) କହିଛି ଯେ ଭାରତ ସରକାର ନୂଆଦିଲ୍ଲୀରେ ପାକିସ୍ତାନ ହାଇକମିଶନରେ କାର୍ଯ୍ୟରତ ଜଣେ ପାକିସ୍ତାନୀ ଅଧିକାରୀଙ୍କୁ ଭାରତରେ ତାଙ୍କ ସରକାରୀ ପଦବୀ ସହିତ ଅସଙ୍ଗତ କାର୍ଯ୍ୟକଳାପରେ ଲିପ୍ତ ରହିବା ପାଇଁ ବ୍ୟକ୍ତିଗତ ଭାବରେ ଘୋଷଣା କରିଛନ୍ତି। ସରକାର ପାକିସ୍ତାନୀ ଅଧିକାରୀଙ୍କୁ ୨୪ ଘଣ୍ଟା ମଧ୍ୟରେ ଦେଶ ଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏ ସମ୍ପର୍କରେ, ପାକିସ୍ତାନ ହାଇକମିଶନର ରାଷ୍ଟ୍ରଦୂତଙ୍କୁ ଏକ ଡିମାର୍ଚେ ଜାରି କରାଯାଇଥିଲା।

Add Zee News as a Preferred Source

କେନ୍ଦ୍ରର ମୋଦି ସରକାର ନୂଆଦିଲ୍ଲୀସ୍ଥିତ ପାକିସ୍ତାନ ହାଇକମିଶନରେ କାର୍ଯ୍ୟରତ ଜଣେ ଅଧିକାରୀଙ୍କୁ 'ପର୍ସୋନା ନନ୍ ଗ୍ରାଟା' (ଅବାଞ୍ଛିତ ବ୍ୟକ୍ତି) ଘୋଷଣା କରିଥିଲେ। ପାକିସ୍ତାନୀ ଅଧିକାରୀ ଜଣକ ତାଙ୍କ ଦାୟିତ୍ୱ ବାହାରେ କାର୍ଯ୍ୟକଳାପରେ ଜଡିତ ଥିବା ଅଭିଯୋଗ ହୋଇଥିଲା ଏବଂ ତାଙ୍କୁ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଦେଶ ଛାଡିବାକୁ କୁହାଯାଇଥିଲା।

About the Author