)
Odisha Vigilance: କେନ୍ଦୁଝର ଜିଲ୍ଲାର ହାଟଡିହି ବ୍ଲକର ପିଇଓ ଜିତେନ୍ଦ୍ର ଜେନାଙ୍କୁ ଗିରଫ କରାଯାଇଛି। ଗିରଫ କରିଛି ଓଡ଼ିଶା ଭିଜିଲାନ୍ସ। ଆୟଠାରୁ ଅଧିକ ସମ୍ପତ୍ତି ରଖିବା ଅଭିଯୋଗରେ ଚଢାଉ କରିଥିଲା ଭିଜିଲାନ୍ସ । ବସନ୍ତିଆ ସ୍ଥିତ ଘର ଓ ପତ୍ନୀଙ୍କ ନାମରେ ଥିବା ବ୍ୟବସାୟ ପ୍ରତିଷ୍ଠାନ ଉପରେ ଭିଜିଲାନ୍ସ ଚଢ଼ାଉ କରିଥିଲା। ମୋଟ ୬ଟି ସ୍ଥାନରେ ଏହି ଚଢ଼ାଉ କରାଯାଉଥିବା ସୂଚନା ମିଳିଛି।
ଜିତେନ୍ଦ୍ର ଦୀର୍ଘ ବର୍ଷ ହେବ ହାଟଡିହି ବ୍ଲକର ବିଭିନ୍ନ ପଞ୍ଚାୟତର ପିଇଓ ଥିବାବେଳେ ଏବେ ବଞ୍ଚୋ ଏବଂ ବାଲିବରେଇ ପଞ୍ଚାୟତର ପିଇଓ ଅଛନ୍ତି। ଗତକାଲି ଭୋର ସମୟରୁ ଭିଜିଲାନ୍ସ ବିଭାଗ ପକ୍ଷରୁ ଏହି ଚଢ଼ାଉ କରାଯାଇଛି। କେନ୍ଦୁଝର ଭିଜିଲାନ୍ସ ବିଭାଗର ୪ଜଣ ଡ଼ିଏସପି, ୮ଜଣ ଇନ୍ସପେକ୍ଟରଙ୍କୁ ନେଇ ହାଟଡିହି ବ୍ଳକର ୬ଟି ସ୍ଥାନରେ ଏହି ଚଢାଉ କରାଯାଉଛି। ମରୈଗାଁସ୍ଥିତ ନିଜ ଘର, ବସନ୍ତିଆରେ ଥିବା ଘର, ଜଗନ୍ନାଥପୁରରେ ଥିବା ଦୋକାନ, ଗୋଦାମ ଘର, ବନ୍ତଳାସ୍ଥିତ ପୈତୃକ ଘର, ବଞ୍ଚୋ, ବାଲିବରେଇ ପଞ୍ଚାୟତ କାର୍ଯ୍ୟାଳୟରେ ଚଢାଉ ଜାରି ରହିଛି । ଏହାସହ ୧୦୦ ଗ୍ରାମ୍ ସୁନା ସହ ଗୋଟିଏ ଦାମୀ କାର୍ ଓ ୩୪ ଲକ୍ଷ ଟଙ୍କାର ଜମା ମଧ୍ୟ ଭିଜିଲାନ୍ସ ଟିମ୍ ହାତରେ ଲାଗିଛି।